ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ମନ୍ତ୍ରୀ ପ୍ରଦୀପ ମହାରଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ମନ୍ତ୍ରୀ ପ୍ରଦୀପ ମହାରଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଭାଇ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଦୋଷମୁକ୍ତ କରିଥିଲେ। ଏହା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ କୋର୍ଟ ରାୟକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସତ୍ୟର ଜୟ ହୋଇଛି ଓ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି ବୋଲି ସେ କହିଥିଲେ।

ମନ୍ତ୍ରୀଙ୍କର ଏପରି ମନ୍ତ୍ରବ୍ୟକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିଲା। ଆଜି ମହିଳା କଂଗ୍ରେସ୍ କର୍ମୀମାନେ ମନ୍ତ୍ରୀଙ୍କ ସରକାରୀ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲା। ବିଜେପି ମଧ୍ୟ ପ୍ରେସ୍‌ମିଟ୍‌ କରି ମନ୍ତ୍ରୀଙ୍କ ଉପରେ ବର୍ଷିବା ସହ ପୀଡ଼ିତାଙ୍କ ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲା। ଉଭୟ ଦଳ ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ।

ଶେଷରେ ମନ୍ତ୍ରୀ ନରମିଛନ୍ତି। ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି-“ମୋ ମନ୍ତବ୍ୟ କାହା ମନରେ ଆଘାତ ଦେଇଥିଲେ ମୁଁ ଦୁଃଖିତ। ମୁଁ ସ୍ପଷ୍ଟବାଦୀ ଓ ମୋ ମନରେ କିଛି ନାହିଁ। ଯଦି ବିଜେପି ଓ କଂଗ୍ରେସ ବନ୍ଧୁମାନେ ଏପରି କରନ୍ତି, ମୁଁ ନିରୁପାୟ। ମୋ ନିର୍ବାଚନମଣ୍ଡଳୀର ଭଉଣୀ ପ୍ରତି ମନ୍ତବ୍ୟ ଦେବାର ଅଭିଳାଷ ମୋର ନଥିଲା।”



from Odisha Reporter http://bit.ly/2rVnpHp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages