ନବୀନ-କେସିଆର ଭେଟଘାଟ: ଜୋର ଧରିଲା ‘ତୃତୀୟ ସାମ୍ମୁଖ୍ୟ’ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ନବୀନ-କେସିଆର ଭେଟଘାଟ: ଜୋର ଧରିଲା ‘ତୃତୀୟ ସାମ୍ମୁଖ୍ୟ’ ଚର୍ଚ୍ଚା

kcr

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ପୁଣି ଜୋର ଧରିଛି ଫେଡେରାଲ୍ ଫ୍ରଣ୍ଟ ଚର୍ଚ୍ଚା। ସମଭାବାପନ୍ନ ଦଳଙ୍କୁ ଏକାଠି କରିବା ଲାଗି ପ୍ରୟାସ ଚାଲିଥିବା ନବୀନ ନିବାସଠାରେ ସାମ୍ବାଦିକମାନଙ୍କୁ ମିଳିତ ଭାବେ ଭେଟି ଉଭୟ ମୁଖ୍ୟମନ୍ତ୍ରୀ କହିବା ଏହି ଚର୍ଚ୍ଚାକୁ ବଢ଼ାଇଛି।

ବିଜେପିକୁ ବିରୋଧ ଲାଗି କଂଗ୍ରେସ ନେତୃତ୍ୱରେ ମହାଗଠବନ୍ଧନକୁ ମମତା ବାନାର୍ଜୀ ଏବଂ ମାୟାବତୀଙ୍କ ଭଳି ଅନେକ ନେତା ପସନ୍ଦ କରୁନାହାନ୍ତି। ସେଦୃଷ୍ଟିରୁ ତୃତୀୟ ସାମ୍ମୁଖ୍ୟ ଗଢ଼ା ହେବାର ସମ୍ଭାବନା ସମ୍ପର୍କରେ ଚର୍ଚ୍ଚା ପୁଣି ଜୋର ଧରିଛି।

ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ କେସିଆର ସିଧା ନବୀନ ନିବାସ ଯାଇଥିଲେ। ସେଠାରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ସାମ୍ବାଦିକଙ୍କୁ ନବୀନ କହିଥିଲେ, “ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ନେଇ ଆଲୋଚନା ହୋଇଛି। ଜାତୀୟ ସ୍ୱାର୍ଥ ସମ୍ପର୍କରେ ମଧ୍ୟ ଆଲୋଚନା କଲୁ। ବିଜେପି ଓ କଂଗ୍ରେସର ବିକଳ୍ପ ନେଇ ଆଲୋଚନା ହୋଇଛି, ଆଗକୁ ଏନେଇ ଅଧିକ ଆଲୋଚନା ହେବ।” ସେହିପରି କେସିଆର କହିଥିଲେ, “ସମଭାବାପନ୍ନ ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହେବା ଆବଶ୍ୟକ। ଏନେଇ ଆଲୋଚନା ହୋଇଛି, ଆଗକୁ ମଧ୍ୟ ଆଲୋଚନା ହେବ।” ଦୁଇନେତାଙ୍କ ଅନୁରୂପ ମନ୍ତ୍ରବ୍ୟ ଜାତୀୟ ସ୍ତରରେ ତୃତୀୟ ସାମ୍ମୁଖ୍ୟ ଗଠନ ପ୍ରୟାସକୁ ଆଗକୁ ନେବ ବୋଲି ଚର୍ଚ୍ଚା ହେଉଛି।

kcr1ନୂଆ ରାଜନୀତିକ ସମୀକରଣ ହେବ କି ?

ତେଲଙ୍ଗାନା ନିର୍ବାଚନ ପୂର୍ବରୁ ଅନେକ ଆଞ୍ଚଳିକ ଦଳର ନେତାଙ୍କୁ ଭେଟି ଫେଡେରାଲ୍ ଫ୍ରଣ୍ଟ ଅଭିଯାନ ଆରମ୍ଭ କରିଥିଲେ କେସିଆର୍। ଏମିତିକି ବିଧାନସଭା ନିର୍ବାଚନ ପରେ ଆଗାମୀ ସାଧାରଣ ନିର୍ବାଚନରେ TRS ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ଖାସ୍ ସେଥିପାଇଁ କେସିଆରଙ୍କ ଏହି ଗସ୍ତ ଓ ନବୀନଙ୍କ ସହ ସାକ୍ଷାତକୁ ବେଶ୍ ଗୁରୁତ୍ୱ ଦିଆଯାଉଛି।

ପ୍ରଶ୍ନ ଉଠୁଛି ଆଜିର ଏହି ଭେଟ୍‌ଘାଟ୍‌ ପରେ ନୂଆ ରାଜନୀତିକ ସମୀକରଣ ହେବ କି ? ଜାତୀୟ ରାଜନୀତିରେ କିଛି ଅଲଗା ଅଙ୍କକଷା ଚାଲିଛି କି ? ଅଣବିଜେପି ଓ ଅଣକଂଗ୍ରେସ ଦଳକୁ ଏକାଠି କରି କିଛି ବଡ଼ ଚକ୍କରରେ ନାହାନ୍ତି ତ କେସିଆର ? ଗୋଟିଏ ପଟେ ମହାଗଠବନ୍ଧନ ଅନ୍ୟପଟେ ଫେଡେରାଲ୍ ଫ୍ରଣ୍ଟ ଗଠନ ଉଦ୍ୟମକୁ ନେଇ ରାଜନୀତି ସରଗରମ ରହିଥିବାବେଳେ ଏହା କେବଳ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଉଭୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭେଟ୍‌ଘାଟ୍‌ ପଛରେ ତେଲୁଗୁ ଭୋଟ ଚିନ୍ତା !

କେସିଆରଙ୍କ ଏହି ଗସ୍ତ ନେଇ ଚର୍ଚ୍ଚା ଭିତରେ ତେଲୁଗୁ ଭାଷାଭାଷୀଙ୍କ ଭୋଟ୍ ଉପରେ ରହିଛି ଫୋକସ୍। ପୂର୍ବରୁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଦକ୍ଷିଣ ଓଡିଶାରେ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିବା ପରେ ବିଜେଡିକୁ ତେଲୁଗୁ ଭୋଟ୍ ଚିନ୍ତା ଘାରିଛି। ଟିଡିପି ନିର୍ବାଚନ ଲଢ଼ିଲେ କାଳେ ତେଲୁଗୁ ଭାଷାଭାଷୀଙ୍କ ଭୋଟ୍ ବିଜେଡିଠାରୁ ଦୂରେଇ ଯିବ, ସେଇ ଆଶଙ୍କାରେ କେସିଆରଙ୍କ ସହାୟତା ନେବା ପାଇଁ ଏହା ଉଦ୍ଦିଷ୍ଟ ନୁହେଁ ତ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

କଂଗ୍ରେସ ଅଭିଯୋଗକୁ ଖଣ୍ଡନ

କେସିଆର ବିଜେପିର ‘ବି’ ଟିମ୍‌ ଭାବେ କାମ କରୁଥିବା ଓ ନବୀନଙ୍କ ସହ ମିଶି ମହାମେଣ୍ଟକୁ ଦୃର୍ବଳ କରୁଥିବା ବରିଷ୍ଠ କଂଗ୍ରେସ୍‌ ନେତା ରାମଚନ୍ଦ୍ର ଖୁଣ୍ଟିଆ ଅଭିଯୋଗ କରିଥିଲେ। ଯାହାକୁ ନିଜେ କେସିଆର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଆମେ କାହାର ଟିମ୍‌ ନୁହେଁ। ଆମେ ଆମର ନିଜ ଟିମ୍‌।”

ଆସନ୍ତାକାଲି କେସିଆର୍ କୋଲକାତା ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ। ପରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଏସ୍‌ପି ନେତ୍ରୀ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସେ ଭେଟିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter http://bit.ly/2EKI5dv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages