ବିଜେଡି ପ୍ରତିଷ୍ଠା ଦିବସରେ ନବୀନଙ୍କୁ ଏହି ପ୍ରଶ୍ନ ପଚାରିଲେ ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ବିଜେଡି ପ୍ରତିଷ୍ଠା ଦିବସରେ ନବୀନଙ୍କୁ ଏହି ପ୍ରଶ୍ନ ପଚାରିଲେ ନିରଞ୍ଜନ

ଭୁନନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠା ଦିବସ ପାଳନ ସମାରୋହ ମଞ୍ଚରୁ ଉଭୟ ବିଜେପି ଓ କଂଗ୍ରେସକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାର୍ଗେଟ୍ କରିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସରକାରୀ ଅବହେଳା ପ୍ରତିବାଦରେ ଆଜି କଂଗ୍ରେସ ରାଜ୍ୟବ୍ୟାପୀ କଳା ଦିବସ ପାଳନ କରୁଥିବା ବେଳେ ନବୀନ ଉଠାଇଥିବା ବିଭିନ୍ନ ପ୍ରଶ୍ନ ଉପରେ ତାତ୍ସଲ୍ୟ ବ୍ୟକ୍ତ କରି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପାଲଟା ପ୍ରଶ୍ନ କରି ଜବାବ ମାଗିିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ନିରଂଜନ କହିଛନ୍ତି ଯେ, ସେ ଓଡ଼ିଶାରେ ବିକାଶ ହୋଇଛି ବୋଲି ଚିତ୍କାର କରୁଛନ୍ତି। ରାଜ୍ୟରେ ୮୫ ଲକ୍ଷ ଯୁବକଙ୍କ ପାଇଁ କୌଣସି ପ୍ରକାର ନିଯୁକ୍ତିର ସମ୍ଭାବନା ନାହିଁ। ଗତ ୧୮ ବର୍ଷ ଭିତରେ ନବୀନ ବାବୁ ଇଏ ଗୋଟିଏ ବିକାଶ କରିଛନ୍ତି। ୨୦୦୦ ମସିହାରେ ରାଜ୍ୟର ଋଣ ଭାର ୧୮ ହଜାର କୋଟି ଥିଲା। ଏବେ ଋଣଭାର ୯୩ ହଜାର କୋଟି ଟଙ୍କା ହେଲାଣି। ଇଏ ବି ନବୀନ ବାବୁଙ୍କର ଆଉ ଗୋଟିଏ ବିକାଶ। ଚାଷୀ ଆଜି ହନ୍ତସନ୍ତ ହେଉଛି। ଚାଷୀ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଇଏ ବି ଗୋଟିଏ ତାଙ୍କର ବିକାଶ। ୬୫ ପ୍ରତିଶତ ଲୋକ ଏବେ ବିପିଏଲ ତାଲିକାରେ, ଇଏ ବି ଗୋଟିଏ ବିକାଶ। ଜଳସେଚନ ପ୍ରକଳ୍ପ ଗୋଟିଏ ହେଲେ ହେଲାନି, ଶିଳ୍ପ ପ୍ରତିଷ୍ଠା ବି ହେଲାନି।ଯେଉଁ ଶିଳ୍ପ ପ୍ରତିଷ୍ଠା ହୋଇଥିଲା ସିଏ ବି ବନ୍ଦ ହୋଇଗଲା। ଏଗୁଡ଼ିକୁ ଯଦି ବିକାଶ ବୋଲି ନବୀନ ବାବୁ ଭାବୁଥିବେ ତାହାହେଲେ ମୋର କିଛି କହିବାର ନାହିଁ। ଉଜ୍ଜ୍ୱଳା ଯୋଜନାର ସଫଳତା କଥା ସେମାନେ କହୁଛନ୍ତି। ଗ୍ୟାସ ୪୦୦ ଟଙ୍କା ଥିଲା ଏବେ ୧୦୦୦ ଟଙ୍କା ହେଲାଣି। ଏହା କ’ଣ ସଫଳତା ବୋଲି ସେ କଟାକ୍ଷ କରିଛନ୍ତି।

ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା କହୁଛ, କିନ୍ତୁ ନୀତି ଆୟୋଗରେ କାହିଁକି ଆଲୋଚନା କଲେନି। ପାର୍ଲାମେଣ୍ଟରେ ବାରମ୍ବାର ଆଲୋଚନା ହେଲା ସେଥିରେ କାହିଁକି ଭାଗ ନେଲେନାହିଁ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

ଆଉ ଏଠି ସ୍ପେଶାଲ ଷ୍ଟାଟସ କଥା କହି ଲୋକଙ୍କୁ ଭୂତାଉଛନ୍ତି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ କଥା, ଏସବୁ ନବୀନବାବୁଙ୍କୁ ପଚରାଯିବା ଦରକାର ବୋଲି ନିରଞ୍ଜନ କହିଛନ୍ତି ।



from Odisha Reporter http://bit.ly/2rUL7mZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages