
ଲକ୍ଷ୍ନୋ:କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିରୋଧୀମାନଙ୍କୁ ଏକାଠି କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେସ ଯାଦବ ତାଙ୍କୁ ବଡ଼ ଝଟକା ଦେଇଛନ୍ତି। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଅଣକଂଗ୍ରେସ ଓ ବିଜେପି ଦଳର ଫେଡେରାଲ ଫ୍ରଣ୍ଟକୁ ଅଖିଲେସ୍ ଯାଦବ ସମର୍ଥନ କରିଛନ୍ତି। ତଥାପି ସପା ଅଧ୍ୟକ୍ଷ ଅଖିଲେସ କହିଛନ୍ତି ଯେ, ବୁଧବାର କେସିଆରଙ୍କ ସହ ଭେଟ ସମ୍ଭବ ନୁହଁ। ସେ କହିଛନ୍ତି ଯେ, ଫେଡେରାଲ ଫ୍ରଣ୍ଟ ଗଠନ ପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବେ। ମଧ୍ୟପ୍ରଦେଶରେ ସପା ଦଳର ଏକମାତ୍ର ବିଜୟୀ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନଥିବାରୁ ଅଖିଲେସ ଖୁସି ନାହାନ୍ତି।
ଅଖିଲେସ କହିଛନ୍ତି ଯେ,ବିଜେପି ସହ କଂଗ୍ରେସକୁ ମଧ୍ୟ ଧନ୍ୟବାଦ୍। ମଧ୍ୟପ୍ରଦେଶରେ ଆମର ଏକମାତ୍ର ବିଧାୟକଙ୍କୁ ମନ୍ତ୍ରୀକରାଯାଇ ନାହିଁ। ତେଣୁ ଆମ ରାସ୍ତା ଏକଦମ୍ ପରିଷ୍କାର। ସେ କହିଛନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନ ପାଇଁ ଗଠବନ୍ଧନ ଜରୁରୀ। ବିଜେପିକୁ ଶାସନରୁ ହଟାଇବା ପାଇଁ ସମସ୍ତ ଦଳକୁ ଏକାଠି ହେବାକୁ ପଡ଼ିବ। ଅଖିଲେସ କହିଛନ୍ତି ଯେ, ଲକ୍ଷ୍ନୋରେ ଲୋକଭବନରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲାଗିବା ଠିକ୍।
କିନ୍ତୁ ଆମ ସରକାର ଆସିଲାମାତ୍ରେ ଆମେ ବି ଏକ ପ୍ରତିମୂର୍ତ୍ତି ଲଗାଇବୁ। ସେପଟେ କେସିଆର ପକ୍ଷରୁ କଂଗ୍ରେସ ସହ ମେଣ୍ଟ କରିଥିବା ଏସ୍ପି ଏବଂ ବିଏସପି ସହ ଆଲୋଚନା କରି ଫେଡେରାଲ ଫ୍ରଣ୍ଟ ଗଠନ ନେଇ ଉଦ୍ୟମ ଜାରି ରହିଛି। ତେବେ ଏଥିରେ କଂଗ୍ରେସକୁ ସାମିଲ କରିବାର ଯୋଜନା ନଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଶକ୍ତ ଝଟ୍କା ଲାଗିଛି। ଗତ କିଛି ଦିନ ପୂର୍ବେ କେସିଆର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିସାରିଛନ୍ତି।
from Odisha Reporter http://bit.ly/2EQflAi
No comments:
Post a Comment