ରାଷ୍ଟ୍ରପତିଙ୍କ ଦେହରକ୍ଷୀ ନିଯୁକ୍ତିରେ ଜାତି ଭେଦଭାବ, କେନ୍ଦ୍ରର ପ୍ରତିକ୍ରିୟା ମାଗିଲେ ଦିଲ୍ଲୀ ହାଇକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ରାଷ୍ଟ୍ରପତିଙ୍କ ଦେହରକ୍ଷୀ ନିଯୁକ୍ତିରେ ଜାତି ଭେଦଭାବ, କେନ୍ଦ୍ରର ପ୍ରତିକ୍ରିୟା ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଦେହରକ୍ଷୀ ନିଯୁକ୍ତି ୩ଟି ଜାତି ଭିତ୍ତିରେ ହେଉଥିବାନେଇ ହୋଇଥିବା ଆବେଦନର ବିଚାର କରୁଥିବା ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଏବଂ ସେନାମୁଖ୍ୟଙ୍କ ପ୍ରତିକ୍ରିୟା ମାଗିଛନ୍ତି। ଜଷ୍ଟିସ୍‌ ଏସ୍‌ ମୁରଲୀଧର ଏବଂ ସଞ୍ଜୀବ ନରୁଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତିରକ୍ଷା ମନ୍ତ୍ରଣାଳୟ, ସେନା ମୁଖ୍ୟ ରାଷ୍ଟ୍ରପତିଙ୍କ ଦେହରକ୍ଷୀଙ୍କ କମାଣ୍ଡାଣ୍ଟ ଏବଂ ଆର୍ମି ରିକ୍ରୁଟ୍‌ମେଣ୍ଟ ଡାଇରେକ୍ଟରଙ୍କୁ ନୋଟିସ୍‌ ଯାଇଛି।

ଉତ୍ତର ୪ ସପ୍ତାହରେ ଦେବାକୁ ଏଥିରେ ନିର୍ଦ୍ଦେଶ ରହିଛି। ଯଦି ଏ ଅବଧିରେ ହେଲାନି ପରବର୍ତ୍ତୀ ଶୁଣାଣି ତାରିଖ  ୮ ମେ ୨୦୧୯ ପୂର୍ବରୁ ଉତ୍ତର ରଖିବାକୁ ହେବ।

ଆବେଦନକାରୀ ଗୌରବ ଯାଦବ ଦର୍ଶାଇଛନ୍ତି, ସେ ୨୦୧୭ ସେପ୍ଟେମ୍ବର ୪ ତାରିଖରେ ହୋଇଥିବା ନିଯୁକ୍ତି ପାଇଁ ଆବେଦନ କରିଥିଲେ। ସେ ସମସ୍ତ ଯୋଗ୍ୟତା ପୂରଣ କରୁଥିଲେ ମଧ୍ୟ ତାଙ୍କର ଜାତି ଯୋଗ୍ୟତା ନଥିଲା। ଏଥିରେ ୩ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା, ଯେଉଁମାନେ କି ଜାଠ୍‌, ରାଜପୁତ ଏବଂ ଜାଠ୍‌ ଶିଖ୍ ଥିଲେ।

ଓକିଲ ରାମ ନରେଶ ଯାଦବଙ୍କ ମାଧ୍ୟମରେ କରାଯାଇଥିବା ଏହି ଆବେଦନରେ କୁହାଯାଇଛି, ନିର୍ଦ୍ଦିଷ୍ଟ କିଛି ଜାତିକୁ ନିଯୁକ୍ତି ଦିଆଯାଉଥିବାରୁ ଅନ୍ୟମାନେ ଯୋଗ୍ୟ ହୋଇମଧ୍ୟ ଏଥିରୁ ବଞ୍ଚିତ ହେଉଛନ୍ତି। ଏହା ସମ୍ବିଧାନର ଧାରା ୧୫ (୧)ରେ ଉଲ୍ଲେଖ ରହିଛି କୌଣସି ପରିସ୍ଥିତିରେ ମଧ୍ୟ ଜାତି, ଧର୍ମ, ଲିଙ୍ଗ, ବର୍ଣ୍ଣ ଏବଂ ଜନ୍ମସ୍ଥାନକୁ ନେଇ ବୈଷମ୍ୟଭାବ ପୋଷଣ କରାଯାଇପାରିବ ନାହିଁ। କିନ୍ତୁ ଏପରି ଜାତି ଭିତ୍ତିକ ନିଯୁକ୍ତି ଫଳରେ ଏହା ଉଲ୍ଲଂଘନ ହେଉଥିବା ଅଭିଯୋଗ ଆସିଛି।



from Odisha Reporter http://bit.ly/2LyVC8G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages