
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଗୋ-ମୃତ୍ୟୁକୁ ନେଇ ଦଙ୍ଗା ଏବଂ ଏଥିରେ ଜଣେ ପୁଲିସ୍ ଇନସ୍ପେକ୍ଟରଙ୍କୁ ଗୁଳି କରି ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜିତୁ ଫୌଜିଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ତାଙ୍କୁ ଉତ୍ତର ପ୍ରଦେଶର ଏକ ପୁଲିସ୍ ଟିମ ତାଙ୍କୁ ଜମ୍ମୁ-କଶ୍ମୀରରେ ଅଟକ ରଖିଥିବା ଜଣାପଡ଼ିଛି। ତେବେ ପୁଲିସ୍ କିମ୍ବା ସେନା ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।
ଭାରତୀୟ ସେନାରେ ନିଯୁକ୍ତି ପାଇଥିବା ଜିତୁଙ୍କ ଘର ବୁଲନ୍ଦଶହରରେ ହୋଇଥିବା ବେଳେ ସେ ଶ୍ରୀନଗରରେ କାର୍ଯ୍ୟରତ ଥିଲେ। କିନ୍ତୁ ଦଙ୍ଗା ସମୟରେ ସେ ୧୫ ଦିନ ଛୁଟିରେ ଘରକୁ ଯାଇଥିଲେ। ଦଙ୍ଗା ସମୟରେ ସେ ଲୋକଙ୍କ ଭିଡ଼ ମଧ୍ୟରେ ରହି ଗୁଳି ଚଳାଇଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି। ଦଙ୍ଗାରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ପୁଲିସ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ମୃତ୍ୟୁ ପରେ ସେ ତୁରନ୍ତ ଗାଁ ଛାଡ଼ି ଜମ୍ମୁ-କଶ୍ମୀର ଚାଲି ଯାଇଥିଲେ। ଏସବୁକୁ ଦୃଷ୍ଟିରେ ରଖି ପଚରାଉଚରା ନିମନ୍ତେ ପୁଲିସ୍ ଜିତୁଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।
from Odisha Reporter https://ift.tt/2B0CYBO
No comments:
Post a Comment