
ନୂଆପଡ଼ା(ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ଉଦ୍ୟାନବନ୍ଧ କୁରେଶ୍ୱରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ ବଡ଼ ଜନସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଜୟନ୍ତ ଏଠାରେ ଚା’ ପିଇବା ପର୍ବ ସହ ସ୍ଥାନୀୟ ଜନସାଧାରଣଙ୍କ ସହିତ ଓଡ଼ିଶାର ସାଂପ୍ରତିକ ପରିସ୍ଥିତି, ଦାଦନ ଓ ବେକାରୀ ସମସ୍ୟା, ମହିଳା ନିର୍ଯାତନା, ଦୁର୍ନୀତି ଭଳି ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଛନ୍ତି।
ପୂର୍ବତନ ସାଂସଦ ବୈଜୟନ୍ତଙ୍କ ସହ ପୂର୍ବତନ ବିଧାୟକ ନବୀନ ନନ୍ଦ ମଧ୍ୟ ଏହି ‘ହେଇଯାଉ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ପୂର୍ବରୁ ଭୁବନେଶ୍ୱର, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଅନୁଗୋଳ, ହିନ୍ଦୋଳ ଓ ଦିଲ୍ଲୀ, ଦାରିଙ୍ଗବାଡି ପରେ ଆଜି ନୂଆପଡ଼ା ଉଦ୍ୟାନବନ୍ଧ କୁରେଶ୍ୱରରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏଥିରେ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଯୁବ ସମାଜ ସମେତ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗରେ ମନଖୋଲା ଆଲୋଚନା କରିଥିଲେ।ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ବୈଜୟନ୍ତଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ ପ୍ରତି ଧୀରେ ଧୀରେ ଜନସମର୍ଥନ ବଢୁଥିବା ଦେଖିବାକୁ ମିଳୁଛି।
from Odisha Reporter https://ift.tt/2Preff4
No comments:
Post a Comment