ଧାନର ଅଭାବୀ ବିକ୍ରିକୁ ନେଇ ଚାଷୀ ଆତ୍ମହତ୍ୟା କଲେ ଦାୟୀ ରହିବେ ସରକାର : କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଧାନର ଅଭାବୀ ବିକ୍ରିକୁ ନେଇ ଚାଷୀ ଆତ୍ମହତ୍ୟା କଲେ ଦାୟୀ ରହିବେ ସରକାର : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଷୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ କଂଗ୍ରେସ ଆଜି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି।ଧାନର ଅଭାବୀ ବିକ୍ରିକୁ ନେଇ ଚାଷୀ ଆତ୍ମହତ୍ୟା କଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି କଂଗ୍ରେସ କହିଛି।

କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ରାଜ୍ୟରେ ଦୀର୍ଘ ୧୮ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ବିଫଳ ହୋଇଛି। ଏବେସୁଦ୍ଧା ସବୁ ଜାଗାରେ ମଣ୍ଡି ଖୋଲାଯାଇନଥିବାରୁ ଚାଷୀମାନେ ବାଧ୍ୟ ହୋଇ ଅସାଧୁ ବ୍ୟବସାୟୀଙ୍କୁ କମ୍ ଦରରେ ଧାନ ଦେବାକୁ ବାଧ୍ୟ ହେଉଛନ୍ତି। ଧାନର ଅଭାବୀ ବିକ୍ରିକୁ ନେଇ ଚାଷୀକୂଳ ହନ୍ତସନ୍ତ ହେଉଥିବାବେଳେ ରାଜ୍ୟ ସରକାର ମିଲରଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛନ୍ତି।ଯେଉଁଥିପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ତୁଳନାରେ ୩୦୦ଟଙ୍କା କମ୍ ମୂଲ୍ୟରେ ଧାନ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଛି।

ଧାନର ଅଭାବୀ ବିକ୍ରି ଯୋଗୁ ଚାଷୀ ଆତ୍ମହତ୍ୟା କରିବାକୁ ମଧ୍ୟ ବିବଶ ହେଉଛି। ଶହ ଶହ କୋଟି ଖର୍ଚ୍ଚ କରି ହକିରେ ମାତିଥିବା ରାଜ୍ୟ ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନକରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ତିତଲି ବାତ୍ୟା ସମୟରେ ହୋଇଥିବା ଫସଲ କ୍ଷୟକ୍ଷତିର ଭରଣା ହେଉ ଅବା ଚାଷୀକୂଳକୁ ସର୍ବସ୍ୱାନ୍ତ କରୁଥିବା ଚକଡ଼ା ପୋକର ନିଦାନ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପାଇଲେ ନାହିଁ । ପ୍ରାଇସ୍, ପ୍ରେଷ୍ଟିଜ୍ ଏବଂ ପେନ୍ସନ୍ ଦାବି ନେଇ କୃଷକମାନଙ୍କ ନ୍ୟାଯ୍ୟ ଦାବି ପ୍ରତି ସମ୍ବେଦନହୀନ ରାଜ୍ୟ ସରକାର ଟର୍ମ ଅଫ୍ ରେଫରେନସ୍ ଆଳରେ ଚୁପ୍ ବସିଛନ୍ତି।

ବିଧାନସଭାରେ ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନାକୁ ଡରି ପଳାୟନପନ୍ଥୀ ସରକାର ଧାର୍ଯ୍ୟ ସମୟର ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବିଧାନସଭାକୁ ବନ୍ଦ କରିବା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି। ଚାଷୀଙ୍କ ସମସ୍ୟା ନେଇ ତୁରନ୍ତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ କଂଗ୍ରେସ ଚେତାବନୀ ଦେଇଛି।



from Odisha Reporter https://ift.tt/2EdaLdX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages