ପଦ ଛାଡ଼ିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ପଦ ଛାଡ଼ିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ

ନୂଆଦିଲ୍ଲୀ: ଶେଷରେ ଯାହା ଆଶା କରାଯାଉଥିଲା, ସେୟା ହେଲା। ଦୀର୍ଘଦିନ ହେଲା କେନ୍ଦ୍ର ସରକାରଙ୍କ ସହ ଶୀତଳ ଯୁଦ୍ଧ କରୁଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେବା ପଛର କାରଣ ସେ ନିର୍ଦ୍ଦଷ୍ଟ ଭାବେ କହି ନଥିଲେ ହେଁ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା, ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

ଏକ ଚିଠିରେ ସେ ଲେଖିଛନ୍ତି, “ ମୁଁ ବ୍ୟକ୍ତିଗତ କିଛି ସମସ୍ୟା ଏବଂ କାମ ପାଇଁ ଆରବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଉଛି। ଏହା ପଛରେ ଆଉ କୌଣସି କାରଣ ନାହିଁ। ପଦ ଛାଡ଼ିବା ପାଇଁ ଏହା ଉପଯୁକ୍ତ ସମୟ। ମୁଁ ତତ୍କାଳ ନିଜ ପଦ ଛାଡ଼ୁଛି। ଦୀର୍ଘବର୍ଷ ହେଲାଣି ଆରବିଆଇ ସହ କାର୍ଯ୍ୟ କରିବା ନିଶ୍ଚିତ ଭାବେ ଗର୍ବ ଓ ସମ୍ମାନର କଥା। ସମସ୍ତ କର୍ମଚାରୀ ଏବଂ ଅଧିକାରୀଙ୍କ ପରିଶ୍ରମ ଯୋଗୁ ଆରବିଆଇ କିଛି ବର୍ଷ ହେଲାଣି ନିଜର ଦାୟିତ୍ୱ ଠିକ୍‌ ଭାବେ ସମ୍ପାଦନ କରି ଆସୁଛି। ଏହି ଅବସରରେ ମୁଁ ସମସ୍ତ କର୍ମଚାରୀ, ସହଯୋଗୀ ଏବଂ ଆରବିଆଇ ସେଣ୍ଟ୍ରାଲ ବୋର୍ଡର ସମସ୍ତ ନିର୍ଦ୍ଦେଶକଙ୍କୁ ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଉଛି।”

ଅକ୍ଟୋବର ମାସରୁ କେନ୍ଦ୍ର ସରକାର ବିଭିନ୍ନ ପ୍ରସଙ୍ଗରେ ଆର୍‌ବିଆଇ ଉପରେ ଚାପ ସୃଷ୍ଟି କରି ଆସୁଥିଲେ। ଏହାକୁ ନେଇ ଆରବିଆଇ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଆରବିଆଇ ନିଜ ପାଖରେ ୩.୬ ଲକ୍ଷ କୋଟି ଟଙ୍କାର ବଳକା ପାଣ୍ଠି ରଖିଥିବା ବେଳେ କେନ୍ଦ୍ର ସରକାର ଏହାକୁ ଆଣିବାକୁ ଚାହୁଁଥିଲେ। ତେବେ ଆରବିଆଇ ଏହାକୁ ବିରୋଧ କରିଥିଲା। ଗତ ମାସରେ ଆରବିଆଇ ସେଣ୍ଟ୍ରାଲ ବୋର୍ଡ ବୈଠକରେ ୯ ଘଣ୍ଟା ଧରି ସବୁ ବିଷୟରେ ଚର୍ଚ୍ଚା ହୋଇଥିଲା। ବିଭିନ୍ନ ପ୍ୟାନେଲ୍‌ ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଉର୍ଜିତ ପଟେଲ୍‌ ଇସ୍ତଫା ଦେଇ ବିବାଦରେ ନୂଆ ମୋଡ଼ ଆଣିଛନ୍ତି।



from Odisha Reporter https://ift.tt/2EnO5ZB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages