ମୋଦି ବିରୋଧୀ ମେଣ୍ଟରେ କଂଗ୍ରେସ ସହ କେଜ୍ରି ଓ କୁଶୱାହା, ମାୟାବତୀ ମିସିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ମୋଦି ବିରୋଧୀ ମେଣ୍ଟରେ କଂଗ୍ରେସ ସହ କେଜ୍ରି ଓ କୁଶୱାହା, ମାୟାବତୀ ମିସିଂ

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ବିରୋଧରେ କଂଗ୍ରେସ ସମେତ ୨୧ଟି ବିରୋଧୀ ଦଳ ଏକାଠି ହୋଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଆସନ୍ତାକାଲି ସଂସଦର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ମୋଦି ସରକାରଙ୍କୁ ଗୃହରେ ଘେରିବାକୁ ଆଜି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିସହ ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଏମାନେ ଏକାଠି ଲଢ଼ିବେ ବୋଲି ମଧ୍ୟ ଆଲୋଚନା କରିଛନ୍ତି।

ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆଜି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଆର୍‌ଏସ୍‌ଏଲ୍‌ପି ମୁଖ୍ୟ ଉପେନ୍ଦ୍ର କୁଶୱାହା ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ ମହାମେଣ୍ଟର ସୂତ୍ରଧର କୁହାଯାଉଥିବା ତଥା ବିଜେପିକୁ ସର୍ବଦା ବିରୋଧ କରୁଥିବା ବିଏସ୍‌ପି ସୁପ୍ରିମୋ ମାୟାବତୀ ଏହି ବୈଠକରେ ଦେଖିବାକୁ ମିଳିନାହାନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେବଳ ମାୟାବତୀ ନୁହନ୍ତି, ତାଙ୍କ ବବୁଆ ତଥା ସପା ମୁଖ୍ୟ ଅଖିଲେଶ ଯାଦବ ମଧ୍ୟ ଏହି ବିରୋଧୀ ମହାମେଣ୍ଟରୁ ନିଜକୁ ଦୂରେଇ ରଖିଛନ୍ତି। ଫଳରେ ମହାମେଣ୍ଟ କେତେଦୂର ସଫଳ ହେଉଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁହାଯାଉଛି ଏହି ଦୁଇ ଦଳ କଂଗ୍ରେସ ଉପରେ ଖୁସି ନଥିବାରୁ ମହାମେଣ୍ଟ ବୈଠକକୁ ବର୍ଜନ କରିଛନ୍ତି।

ପୂର୍ବରୁ ଏନ୍‌ଡିଏକୁ ଛାଡ଼ପତ୍ର ଦେଇଥିବା ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏବଂ ତାମିଲନାଡ଼ୁର ଡିଏମକେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ ଏହି ମହାମେଣ୍ଟର ବୈଠକରେ ଯୋଗଦେଇଥିଲେ। ଏମାନଙ୍କ ବ୍ୟତୀତ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନ୍‌ସି ନେତା ଫାରୁକ ଅବଦୁଲ୍ଲା, ସିପିଏମ୍‌ର ସୀତାରାମ ୟେଚୁରୀ, ରାଷ୍ଟ୍ରୀୟ ଲୋକ ଦଳ ନେତା ଅଜିତ ସିଂହ, ଏନ୍‌ସିପି ମୁଖ୍ୟ ଶରଦ ପାୱାର ଓ କଂଗ୍ରେସର କର୍ଣ୍ଣାଟକା ସହଯୋଗୀ ଏଚ୍‌ଡି ଦେବଗୌଡ଼ା ପ୍ରମୁଖ ଯୋଗଦେଇଥିଲେ।

ଆସନ୍ତାକାଲି ସିବିଆଇ କଳିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସଂସଦରେ ମୋଦି ସରକାରଙ୍କୁ ଘେରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।



from Odisha Reporter https://ift.tt/2B9ceie

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages