
ଜମ୍ମୁ: କିଡନୀ ଡୋନେଟ୍ ମାମଲାରେ ଜଣେ ଶିଖ୍ ଝିଅଙ୍କୁ ପରିବାର ପକ୍ଷରୁ ବିରୋଧ ହେବା ପରେ ସେ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ୨୩ ବର୍ଷୀୟ ମଂଜୋତ୍ ସିଂହ କୋହଲି କହିଛନ୍ତି ଯେ, ସେ ତାଙ୍କର ଜଣେ ମୁସଲିମ ବାନ୍ଧବୀଙ୍କୁ କିଡନୀ ଦେବାକୁ ଚାହୁଁଥିଲେ। ଯୁବତୀ ଜଣକୁ କିନ୍ତୁ ତାଙ୍କ ପରିବାର ପକ୍ଷରୁ ଲଗାତାର ବିରୋଧ କରାଯାଉଥିଲା। ଯାହା ଫଳରେ କିଡନୀ ଦାନ ପ୍ରିକ୍ରିୟାରେ ବିଳମ୍ବ ହେଉଥିଲା। ଫଳରେ ସେ ବାଧ୍ୟ ହୋଇ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ ଜମ୍ମୁ କଶ୍ମୀରିରର ସମ୍ପୃକ୍ତ ଯୁବତୀ ମଂଜୋତ୍ ସିଂହ ତାଙ୍କ ୨୨ ବର୍ଷୀୟ ମୁସ୍ଲିମ ବାନ୍ଧବୀ ସମରୀନ ଅଖତର। ଉଭୟଙ୍କ ମଧ୍ୟରେ ୪ ବର୍ଷ ହେଲା ଉତ୍ତମ ବନ୍ଧୁତା ରହି ଆସିଛି। ଦୁହେଁ ଦୁହିଁଙ୍କୁ ବେଶ ସ୍ନେହ ଆଦର କରନ୍ତି।
ତେବେ ସମରୀନଙ୍କ ଗୋଟିଏ କିଡନୀ ଖରାପ ଥିବାରୁ ନିଜ ସାଥୀକୁ ଗୋଟିଏ କିଡନୀ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ମଂଜୋତ୍ ସିଂହ ଜଣେ ସାମାଜିକ କର୍ମୀ ମଧ୍ୟ। କିନ୍ତୁ ତାଙ୍କ ବନ୍ଧୁ ମୁସଲିମ୍ ହୋଇଥିବାରୁ କିଡନୀ ଦାନ କରିବାକୁ ପରିବାର ଲୋକେ ବିରୋଧ କରୁଥିଲେ। ଫଳରେ ମଂଜୋତ୍ ସିଂହ କୋର୍ଟରେ ଦ୍ୱରସ୍ଥ ହୋଇଛନ୍ତି।
from Odisha Reporter https://ift.tt/2Q2BxwV
No comments:
Post a Comment