ଟେଷ୍ଟରେ ରୋହିତଙ୍କ ଶଟ୍‌ ଦେଖି ଫ୍ୟାନ୍‌ ଆଶ୍ଚର୍ଯ୍ୟ, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ଟେଷ୍ଟରେ ରୋହିତଙ୍କ ଶଟ୍‌ ଦେଖି ଫ୍ୟାନ୍‌ ଆଶ୍ଚର୍ଯ୍ୟ, କହିଲେ ଏମିତି କଥା

ଏଡିଲେଡ୍‌: ଟିମ୍‌ ଇଣ୍ଡିଆର ହିଟ୍‌ ମ୍ୟାନ୍‌ ଭାବେ ପରିଚିତ ରୋହିତ ଶର୍ମାଙ୍କୁ ଟେଷ୍ଟ କ୍ରିକେଟ୍‌ରେ ଖେଳାଇବା ନେଇ ପୁଣି ପ୍ରଶ୍ନ ଉଠିଛି। ଆଜିଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍‌ରେ ରୋହିତ ଶର୍ମାଙ୍କୁ ସୁଯୋଗ ମିଳିଥିଲା। ସେ କିନ୍ତୁ ମାତ୍ର ୩୭ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜିର ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଦିନ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୨୯ ରନ୍‌ରେ ୪ ଜଣ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ହରାଇଥିଲା। ତେଣୁ ସମସ୍ତଙ୍କ ଭରସା ରୋହିତ ଏବଂ ଚେତେଶ୍ୱର ପୂଜାରାଙ୍କ ଉପରେ ଥିଲା। କିନ୍ତୁ ରୋହିତ ଏମିତି କିଛି ଶଟ୍‌ ଖେଳିଳେ ଯେ ତାଙ୍କ ୱିକେଟ୍‌ ଅଷ୍ଟ୍ରେଲିଆ ସହଜରେ ଦଖଲ କରିନେଲା।

ଦୀର୍ଘ ୧୧ ମାସ ପରେ ରୋହିତଙ୍କୁ ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍କ୍ୱାଡ୍‌ରେ ସ୍ଥାନ ମିଳିଥିଲା। କିନ୍ତୁ ସେ ଏହି ସୁଯୋଗକୁ ହାତ ଛଡ଼ା କରି ପୁଣି ସମସ୍ତଙ୍କୁ ନିରାଶ କରିଛନ୍ତି। ଆଜି ଇନିଂସ୍‌ ଆରମ୍ଭରୁ ରୋହିତ ବେଶ ଭଲ ଶଟ୍‌ ମାରିଥିଲେ। ସେ ୩ଟି ଛକା ମଧ୍ୟ ମାରିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ବୋଲର ନାଥନ ଲିୟନ୍‌ଙ୍କ ଏକ ବଲ୍‌ରେ ଛକା ମାରିବା ଲୋଭରେ କ୍ୟାଚ୍‌ ଆଉଟ୍‌ ହୋଇଯାଇଥିଲେ। ଆଉଟ୍‌ ହେବାର ଠିକ୍‌ ପୂର୍ବ ବଲ୍‌ରେ ସେ ଅଳ୍ପକେ କ୍ୟାଚ୍‌ ଆଉଟ୍‌ ହେବାରୁ ରକ୍ଷା ପାଇଥିଲେ। ତଥାପି ସେ ଡିଫେନ୍ସ ନ କରି ପୁଣି ବଡ଼ ଶଟ୍‌ ଖେଳିବା ଲୋଭରେ ନିଜର ୱିକେଟ୍‌ ଫିଙ୍ଗି ଦେଇଥିଲେ।

ଏହାକୁ ନେଇ ଫ୍ୟାନ୍‌ମାନେ ରୋହିତଙ୍କୁ ବିଭିନ୍ନ ପ୍ରକାରର କଥା କହି ସମାଲୋଚନା କରିଛନ୍ତି। ରୋହିତ ଶର୍ମା ଆଦୌ ଟେଷ୍ଟ ଖେଳିବାକୁ ଯୋଗ୍ୟ ନୁହନ୍ତି। ଭୁଲରୁ ଯେଉଁ ଖେଳାଳି ଶିଖୁ ନାହିଁ ଏବଂ ଦରକାର ବେଳେ ଦଳକୁ ସହାୟତା କରିପାରୁନାହିଁ, ସେଭଳି ଖେଳାଳି ଟିମ୍‌ରେ ନ ରହିବା ଭଲ ବୋଲି ଜଣେ ଫ୍ୟାନ୍‌ କହିଛନ୍ତି।
ନିଜକୁ ପ୍ରମାଣିତ କରିବାକୁ ମିଳିଥିବା ସୁଯୋଗକୁ ରୋହିତ ପୁଣି ହାତ ଛଡ଼ା କରିଛନ୍ତି ବୋଲି ଆଉ ଜଣେ ଫ୍ୟାନ୍‌ କହିଛନ୍ତି।

ଦେଖନ୍ତୁ ସେହି ଦୁଇଟି ବଲ୍‌ର ଭିଡିଓ



from Odisha Reporter https://ift.tt/2Syic3E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages