ପ୍ରଧାନମନ୍ତ୍ରୀ ପାଇଁ ରାହୁଲଙ୍କ ନାମ ପ୍ରସ୍ତାବ କଲେ ଷ୍ଟାଲିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ପ୍ରଧାନମନ୍ତ୍ରୀ ପାଇଁ ରାହୁଲଙ୍କ ନାମ ପ୍ରସ୍ତାବ କଲେ ଷ୍ଟାଲିନ୍‌

ଚେନ୍ନାଇ: ସ୍ୱର୍ଗତ ଏମ୍‌ କରୁଣାନିଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଆଜି ଦ୍ରାବିଡ଼ ମୁନ୍ନେତ୍ରା କଡ଼ଗମ୍‌ (ଡିଏମ୍‌କେ) ପକ୍ଷରୁ ଆୟୋଜିତ ଉତ୍ସବ ବିରୋଧୀଙ୍କ ଶକ୍ତିପ୍ରଦର୍ଶନର ମଞ୍ଚ ପାଲଟିଛି। ଏହି ସୁଯୋଗର ସଦୁପଯୋଗ କରି ୨୦୧୯ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି ପ୍ରସ୍ତାବ ଦେଇଛନ୍ତି ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌।

ଷ୍ଟାଲିନ୍‌ ଏହି ଅବସରରେ କହିଥିଲେ, “ଫାସିବାଦୀ ମୋଦି ସରକାରଙ୍କୁ ହରାଇବାପାଇଁ ରାହୁଲଙ୍କ ପାଖରେ ସମସ୍ତ ଦକ୍ଷତା ରହିଛି। ରାହୁଲଙ୍କ ହାତମୁଠାକୁ ଆମକୁ ମଜ୍‌ଭୁତ କରିବାକୁ ହେବ, ଆମକୁ ଦେଶ ବଞ୍ଚାଇବାକୁ ହେବ।”


ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସର ବୃହତ୍‌ ବିଜୟ ପରେ ଆୟୋଜିତ ଏହି ଉତ୍ସବରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ତେଲଗୁ ଦେଶମ୍‌ ପାର୍ଟି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ଏବଂ ରଜନୀକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ୩ଟି ରାଜ୍ୟରେ କଂଗ୍ରେସ ନିର୍ବାଚନ ଜିତିବାପରେ ବିରୋଧୀମାଙ୍କ ଏଭଳି ପ୍ରଥମ ଥର ପାଇଁ ଭେଟଘାଟ ହୋଇଛି। ସୋମବାର ଏହି ତିନିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଥିବାବେଳେ ଏହା ପୂର୍ବରୁ ଏପରି ମେଳି ରାଜନୀତିକ ମାହୋଲକୁ ସରଗରମ କରିଦେଇଛି।

ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ସୋନିଆ ଏବଂ ରାହୁଲ କରୁଣାନିଧିଙ୍କ ସ୍ମୃତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାପରେ ଏକ ଶୋଭାଯାତ୍ରାରେ ଯୋଗ ଦେଇଥିଲେ।

ଏହି ଅବସରରେ ରାହୁଲ ଚିରାଚରିତ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବା ସହିତ ଡିଏମ୍‌କେର ପୂର୍ବତନ ମୁଖ୍ୟ ସ୍ୱର୍ଗତ କରୁଣାନିଧିଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ, “କରୁଣାନିଧି ଦେଶର ବିଭିନ୍ନ ଅନୁଷ୍ଠାନର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିଲେ, କିନ୍ତୁ ବର୍ତ୍ତମାନ ଆମର ଏମିତି ସରକାର ଅଛି ଯାହାକି ତାମିଲନାଡ଼ୁ ଏବଂ ଭାରତର ସଂସ୍କୃତି, ଅଧିକାର ଓ ଅନୁଷ୍ଠାନକୁ କ୍ଷତି ପହଞ୍ଚାଉଛି। ଆମେ କେବେ ମଧ୍ୟ ଏହା ହେବାକୁ ଦେବୁନି। ସୁପ୍ରିମ୍‌କୋର୍ଟ, ଆରବିଆଇ ଏବଂ ନିର୍ବାଚନ କମିଶନ୍‌ ଆଦିକୁ ଆମେ ନଷ୍ଟ ହେବାକୁ ଦେବୁନି।”



from Odisha Reporter https://ift.tt/2BmpTCQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages