ମନ୍ଦିର ନ ଯାଇ ‘କିଙ୍ଗ୍‌ ଖାନ୍‌’ଙ୍କ ଘରେ ପହଞ୍ଚିଲେ ଏହି ନବବିବାହିତ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ମନ୍ଦିର ନ ଯାଇ ‘କିଙ୍ଗ୍‌ ଖାନ୍‌’ଙ୍କ ଘରେ ପହଞ୍ଚିଲେ ଏହି ନବବିବାହିତ ଦମ୍ପତି

ମୁମ୍ବାଇ: ବିବାହ ପରେ ଈଶ୍ୱରଙ୍କ ଆଶୀର୍ବାଦ ପାଇଁ ମନ୍ଦିର ନ ଯାଇ ବଲିଉଡ୍‌ ‘କିଙ୍ଗ୍ ଖାନ୍‌’ଙ୍କ  ବାସଭବନ ଯିବା ହିଁ ଥିଲା ଏକ ନବବିବାହିତ ହିନ୍ଦୁ ଦମ୍ପତିଙ୍କ ଇଚ୍ଛା। ସେହି ଇଚ୍ଛା ପୂରଣ ହେବା ପରେ ଏହାକୁ ନେଇ ଏବେ ସୋଶାଲ୍‌ ମିଡିଆରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଆସନ୍ତୁ ଜାଣିବା ପୂରା କାହାଣୀ।

‘କିଙ୍ଗ୍‌ ଖାନ୍‌’ ଶାହାରୁଖ୍‌ଙ୍କ ଜଣେ ଜବରଦସ୍ତ ଫ୍ୟାନ୍‌ ହେଉଛନ୍ତି ମୁମ୍ବାଇ ବାସିନ୍ଦା ଧ୍ରୁବ୍‌। ଦୀର୍ଘ ଦିନର ପ୍ରେମ ପରେ ଚଳିତ ମାସ ଡିସେମ୍ବରରେ ତାଙ୍କର ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହୋଇଛି। ତେବେ ବିବାହ ପରେ ନବବିବାହିତ ଦମ୍ପତିଙ୍କୁ ମନ୍ଦିର ଯିବାକୁ ସମ୍ପର୍କୀୟମାନେ ପରାମର୍ଶ ଦେଇଥିଲେ। ଏହି ପରାମର୍ଶ ଗ୍ରହଣ କରି ଧ୍ରୁବ୍‌ ପତ୍ନୀଙ୍କୁ ଧରି ପହଞ୍ଚିଥିଲେ ନିଜ ଭଗବାନ୍‌ଙ୍କ ମନ୍ଦିରରେ। ଧ୍ରୁବ୍‌ଙ୍କ ପାଇଁ ମନ୍ଦିର ଥିଲା ମୁମ୍ବାଇ ବାନ୍ଦ୍ରାର ‘ମନ୍ନତ’ ଆଉ ଭଗବାନ ଥିଲେ ଏହି ‘ମନ୍ନତ’ରେ କହୁଥିବା ବଲିଉଡ୍‌ ବାଦ୍‌ଶା’ ଶାହାରୁଖ୍‌ ଖାନ୍‌। ମନ୍ନତ ସମ୍ମୁଖରେ ପହଞ୍ଚି ଧ୍ରୁବ୍‌ ଶାହାରୁଖ୍‌ଙ୍କ ସିଗ୍ନେଚର ପୋଜ୍‌ରେ ଫଟୋ ଉଠାଇଥିଲେ। ଏହି ପୋଜ୍‌ରେ ତାଙ୍କ ପତ୍ନୀ ମଧ୍ୟ ସାମିଲ୍‌ ଥିଲେ। ସେହି ଫଟୋକୁ ନିଜ ଟ୍ୱିଟର୍‌ରେ  ଶେୟାର କରି ଧ୍ରୁବ୍‌ ଫଟୋ କ୍ୟାପସନ୍‌ରେ ଲେଖିଥିଲେ- “ମତେ କୁହାଗଲା ବିବାହ ପରେ ମନ୍ଦିର ଯାଇ ଭଗବାନ୍‌ ଦର୍ଶନ କରିବାକୁ। ମତେ ଲାଗୁଛି, ଆମେ ଠିକ୍‌ ସ୍ଥାନରେ ଆସି ପହଞ୍ଚିଛୁ।”

ବଡ କଥା ହେଉଛି, ଶାହାରୁଖ୍‌ ଏବେ ଏହି ଚ୍ୱିଟ୍‌ର ରିପ୍ଲାଏ ଦେଇଛନ୍ତି। ଏହି ଟ୍ୱିଟ୍‌ର ଉତ୍ତରରେ ଶାହାରୁଖ୍‌ ‘ଗଡ୍‌ ବ୍ଲେସ୍‌ ୟୁ’ ଲେଖିଛନ୍ତି।

ଏହା ପୂର୍ବରୁ ଜୁନ୍‌ ମାସରେ ଧ୍ରୁବ୍‌ ଶାହାରୁଖ୍‌ଙ୍କୁ ଏକ ଟ୍ୱିଟ୍‌ କରି ସେ ଡିସେମ୍ବରରେ ବିବାହ କରିବାକୁ ଯାଉଥିବାର ସୂଚନା ଦେବା ସହ ଶାହାରୁଖ୍‌ଙ୍କ ଆଶୀର୍ବାଦ୍‌ କାମନା କରିଥିଲେ।



from Odisha Reporter https://ift.tt/2QzMV3L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages