ଆଉ ଏକ ରେକର୍ଡ ଠାରୁ ୮ ରନ୍‌ ଦୂରରେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ଆଉ ଏକ ରେକର୍ଡ ଠାରୁ ୮ ରନ୍‌ ଦୂରରେ ବିରାଟ୍‌

ଏଡିଲେଡ୍‌: ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ତଥା ଅଧିନାୟକ ବିରାଟ୍‌ କୋହଲି ଅଷ୍ଟ୍ରେଲିଆ ମାଟିରେ ଏକ ବିରଳ ରେକର୍ଡ ସୃଷ୍ଟି କରିବାଠାରୁ ମାତ୍ର ୮ ରନ୍‌ ଦୂରରେ ରହିଛନ୍ତି। ଆସନ୍ତା ୬ ତାରିଖରୁ ଆରମ୍ଭ ହେଉଥିବା ଟେଷ୍ଟ୍‌ ମ୍ୟାଚ୍‌ରେ ସେ ଯଦି ୮ ରନ୍‌ କରିନେବେ, ତା’ହେଲେ ଅଷ୍ଟ୍ରେଲିଆ ମାଟିରେ ୧ ହଜାର ରନ୍‌ ପୂରଣ କରିବାର ରେକର୍ଡ ସୃଷ୍ଟି କରିବେ।

ପୂର୍ବରୁ ଭାରତ ପକ୍ଷରୁ କେବଳ ରାହୁଲ ଡ୍ରାଭିଡ୍‌, ସଚିନ୍‌ ତେନ୍ଦୁଲକର ଓ ଭିଭିଏସ୍‌ ଲକ୍ଷ୍ମଣ ଅଷ୍ଟ୍ରେଲିଆ ମାଟିରେ ୧ ହଜାର ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଏବେ ଏହି କ୍ଲବରେ ବିରାଟ୍‌ ସାମିଲ ହେବାର ସୁଯୋଗ ରହିଛି।

ଅଷ୍ଟ୍ରେଲିଆରେ ବିରାଟ୍‌ ୮ଟି ଟେଷ୍ଟ ମ୍ୟାଚ୍‌ରେ ୯୯୨ ରନ୍‌ କରିଛନ୍ତି। ଏଠାରେ ବିରାଟ୍‌ଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୧୬୯। ଏହି ୧୬୯ ରନ୍‌ ସେ ୨୦୧୪ରେ ଏମ୍‌ସିଜିରେ ହାସଲ କରିଥିଲେ। ବିରାଟ୍‌ଙ୍କ ବ୍ୟାଟିଂ ହାର ଅଷ୍ଟ୍ରେଲିଆରେ ୬୨ ରହିଥିବା ବେଳେ ସେ ୫ଟି ଶତକ ଓ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଅଷ୍ଟ୍ରେଲିଆ ମାଟିରେ ସଚିନ୍‌ ୧୮୦୯ ରନ୍‌ କରିଥିବା ବେଳେ ଲକ୍ଷ୍ମଣ ୧୨୩୬ ଓ ରାହୁଲ ଡ୍ରାଭିଡ୍‌ ୧୧୪୩ ରନ୍‌ କରିଛନ୍ତି।



from Odisha Reporter https://ift.tt/2RwRFDB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages