ପାରିକରଙ୍କୁ ଅଟକାଇ ପାରିଲାନି କ୍ୟାନସ୍‌ର: ସଲାମ କଲେ ପ୍ରଶଂସକ, ସମାଲୋଚନା କଲେ କଂଗ୍ରେସ ନେତ୍ରୀ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ପାରିକରଙ୍କୁ ଅଟକାଇ ପାରିଲାନି କ୍ୟାନସ୍‌ର: ସଲାମ କଲେ ପ୍ରଶଂସକ, ସମାଲୋଚନା କଲେ କଂଗ୍ରେସ ନେତ୍ରୀ  

ପାଣାଜୀ:ଗୋଆର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ଏକ ଅଦ୍ଭୁତ କାର୍ଯ୍ୟଶୈଳୀ ତାଙ୍କ ଖ୍ୟାତିକୁ ଏବେ ଦ୍ୱିଗୁଣିତ କରିଦେଇଛି। ଅଗ୍ନାଶୟ କ୍ୟାନସର୍‌ ଭଳି ମାରାତ୍ମକ ରୋଗ ଯନ୍ତ୍ରଣା ସହ ଯୁଝୁଥିଲେ ମଧ୍ୟ ଏହାକୁ ଖାତିର ନକରି କର୍ମକ୍ଷେତ୍ରକୁ ଓହ୍ଲାଇଛନ୍ତି ପାରିକର। ନାକରେ ନାସୋଗ୍ୟାସ୍‌ଟ୍ରିକ୍‌ ଟ୍ୟୁବ୍‌ (nasogastric tube) ଲାଗିଥାଇ ମଧ୍ୟ ପାରିକର ଏକ ପ୍ରକଳ୍ପକୁ ଅନୁଧ୍ୟାର କରିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସେବାମନବୃତ୍ତି ଲାଗି ପାରିକରଙ୍କ ପାଇଁ ପ୍ରଂଶସାର ସୁଅ ଛୁଟଛି। ହେଲେ କିଛି କଂଗ୍ରେସ ନେତା ଓ ନେତ୍ରୀ ସମାଲୋଚନା ମଧ୍ୟ କରିଛନ୍ତି।

ସୂଚନା ଅନୁଯାୟୀ,୬୩ ବର୍ଷୀୟ ପାରିକର ଅଗ୍ନାଶୟ କ୍ୟାନସର୍‌ରେ ପୀଡ଼ିତ ଅଛନ୍ତି। ୧୪ ଅକ୍ଟୋବରରେ ଏମ୍‌ସ୍‌ରୁ ଡିସ୍‌ଚାର୍ଜ ହେବା ପରେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି। ଏହା ପରେ ପ୍ରଥମଥର ପାଇଁ ୧୬ ଡିସେମ୍ୱରରେ ତାଙ୍କୁ ଘର ବାହାରେ ଦେଖିବାକୁ ମିଳିଥିଲା। ସେ ଗୋଆରେ ତିଆରି ହେଉଥିବା ଦୁଇଟି ପୋଲ କାମର ନିରୀକ୍ଷଣ କରିଥିଲେ। ଏହି ସମୟରେ ସେ ଗୋଆର ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଡେଭେଲପ୍‌ମେଣ୍ଟ୍‌ କର୍ପୋରେସନ୍‌  ଓ ପୋଲ ତିଆରି କରୁଥିବା କମ୍ପାନୀ ଲର୍ସନ୍‌ ଆଣ୍ଡ୍‌ ଟର୍‌ବୋକୁ କିଛି ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା। ମାଣ୍ଡବୀ ନଦୀରେ ନିର୍ମାଣ ହେଉଥିବା ପୋଲ କାମର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ୧୫ କିଲୋମିଟର ଦୂରରେ ଥିବା ଜୁବାରୀ ନଦୀର ପୋଲ କାମ ମଧ୍ୟ ନିରୀକ୍ଷଣ କରିଥିଲେ। ଏମିତିକି ତାଙ୍କ ନାକରେ ନାସୋଗ୍ୟାସ୍‌ଟ୍ରିକ୍‌ ଟ୍ୟୁବ୍‌ (nasogastric tube) ଲାଗିଥିବା ଦେଖିବାକୁ ମିଳିଥିଲା।

ଏହି ଟ୍ୟୁବ୍ ରୋଗୀର ନାକରେ ସେହି ସମୟରେ ଲଗାଯାଇଥାଏ, ଯେଉଁ ସମୟରେ ସେ ଠିକ୍‌ ଭାବରେ ନିଜ ଖାଦ୍ୟ ନଳୀରେ ଖାଦ୍ୟ ଗ୍ରହଣ କରିପାରେ ନାହିଁ। ପାରିକରଙ୍କ ପାକସ୍ଥଳୀରେ କ୍ୟାନସର୍‌ ହୋଇଥିବାକୁ ଖାଦ୍ୟ ଖାଇବା ପାଇଁ ତାଙ୍କ ନାକରେ ଏହି ଟ୍ୟୁବ୍‌ ଲଗାଯାଇଛି। ଏପରି ଶୋଚନୀୟ ଅବସ୍ଥାରେ ଥାଇ ମଧ୍ୟ ନିଜର କର୍ତ୍ତବ୍ୟ ପ୍ରତି ପାରିକରଙ୍କ ନିଷ୍ଠା ଦେଖି କିଛି ଲୋକ ତାଙ୍କ ସାହସକୁ ପ୍ରଶଂସା କରିଛନ୍ତି।

ସୋଶାଲ୍‌ ମିଡିଆରେ ମନୋହର ପାରିକରଙ୍କର ଏହି ଫଟୋ ଭାଇରାଲ୍‌ ହେବାରେ ଲାଗିଛି। କିଛି ୟୁଜର୍ସ ତାଙ୍କୁ କମେଣ୍ଟରେ ଦୁଃଖପ୍ରକାଶ କରି ଆରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ କିଛି ୟୁଜର୍ସ ପାରିକରଙ୍କର ଏହି ଫଟୋକୁ ଦେଖି ସତ୍ତା ପାଇଁ କରୁଥିବା ରାଜନୀତି ବୋଲି କହିଛନ୍ତି। କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ୍‌ କରି ଲେଖିଛନ୍ତି, “ତାଙ୍କ ନାକରେ ଟ୍ୟୁବ୍‌ ଲାଗିଛି। କ’ଣ ଜଣେ ପାର୍ଟି ଏତେ ମାତ୍ରାରେ ସତ୍ତାର ଭୋକିଲା ହୋଇପାରନ୍ତି ଯେ, ଜଣଙ୍କର ଦେହ ଖରାପ ପରେ ମଧ୍ୟ ତାଙ୍କ ଦ୍ୱାରା କାମ କରାଇଥାଏ। ସେ ଆହୁରି ମଧ୍ୟ ଲେଖିଛନ୍ତି, ଭାଜପା ପାଇଁ କିଛି ବି ଅସମ୍ଭବ ନୁହେଁ। ଏଥିପାଇଁ ନିଜର ଧ୍ୟାନ ରଖିବା ପାଇଁ ସେ ପାରିକରଙ୍କୁ ପରାମର୍ଶ ଦେଇଛନ୍ତି। ”



from Odisha Reporter https://ift.tt/2ECimUz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages