‘ମାଏ କା ଲାଲ୍‌’ ପାଇଁ ହାରିଗଲେ ଏହି ବିଜେପି ବିଧାୟକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

‘ମାଏ କା ଲାଲ୍‌’ ପାଇଁ ହାରିଗଲେ ଏହି ବିଜେପି ବିଧାୟକ!

ଭୋପାଲ୍‌: ନିଜର ଅପାରଗତା ନୁହେଁ ବରଂ ‘ମାଏ କା ଲାଲ୍‌’ ଏବଂ ଏସ୍‌ସି ଏସ୍‌ଟି ଆକ୍ଟ ପ୍ରସଙ୍ଗ ପାଇଁ ପରାଜୟ ହେଲା ବୋଲି ଲାଲ୍‌ ସିଂହ ଆର୍ଯ୍ୟ ନାମକ ଜଣେ ମଧ୍ୟପ୍ରଦେଶ ବିଜେପି ବିଧାୟକ ପ୍ରାର୍ଥୀ ସଫେଇ ଦେଇଛନ୍ତି।

ସୁଚନାଯୋଗ୍ୟ ଯେ ସଂରକ୍ଷଣ ବାବଦରେ ଶିବରାଜ କହିଥିଲେ, ‘କୋଇ ମାଏ କା ଲାଲ୍‌ ନେହିଁ ଯୋ ଆରକ୍ଷଣ ଖତମ୍‌ କର ସକ୍‌ତା ହୈ।’ ଏହି ପ୍ରସଙ୍ଗକୁ ନେଇ ହୋଇଥିବା ବିବାଦର ବର୍ତ୍ତମାନ ପ୍ରଭାବ ପଡ଼ୁଥିବା ଦର୍ଶାଇ ସେ କହିଛନ୍ତି, ଯେହେତୁ ମୁଁ ମୋ ନିର୍ବାଚନ ମଣ୍ଡଳୀରେ ବିକାଶକୁ ଗୁରୁତ୍ୱ ଦେଇଥିଲି, ମୋ ଅଞ୍ଚଳରେ ମୁଁ ହାରି ନଥାନ୍ତି। କିନ୍ତୁ ଏଠାରେ ନିର୍ବାଚନ ସମୟରେ ବିକାଶ ବଦଳରେ ଷଡ଼ଯନ୍ତ୍ରକୁ ଗୁରୁତ୍ୱ ଦିଆଯାଇଥିଲା। ଏସ୍‌ସି-ଏସ୍‌ଟି ଆକ୍ଟ ପ୍ରସଙ୍ଗର ପ୍ରଭାବ ମଧ୍ୟ ରହିଥିଲା ବୋଲି ସେ କହିଛନ୍ତି।

ବର୍ତ୍ତମାନ ଜଣେ ଦୁଃଖିତ ନେତା ପାଲଟିଥିବା ମଧ୍ୟପ୍ରଦେଶର ‘ହାପିନେସ୍‌ ମିନିଷ୍ଟର’ ଲାଲ୍‌ ସିଂହ ଗୋହଦ୍‌ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ସେ ୫ ହଜାର ଭୋଟ୍‌ ବ୍ୟବଧାନରେ ହାରିଥିବା ଜଣାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ସାଧାରଣ ଆସନ ଗୁଡ଼ିକରେ ଏହି ପ୍ରସଙ୍ଗର ପ୍ରଭାବ ପଡ଼ିନଥିଲେ ମଧ୍ୟ ସଂରକ୍ଷିତ ଆସନରେ ଏହାର ପ୍ରଭାବ କେମିତି ପଡ଼ିଲା? ମୋତେ ଲାଗୁଛି କିଛି ଗୋଟେ ବଡ଼ ଷଡ଼ଯନ୍ତ୍ର ଚାଲିଥିଲା ଯାହାକି ରାଜନୀତିକ ବାତାବରଣକୁ ନଷ୍ଟ କରିଥିଲା।

ଏହା ପୂର୍ବରୁ ସମାନ ଦୁଇ ପ୍ରସଙ୍ଗକୁ ଟାର୍ଗେଟ୍‌ କରି ମତ ଦେଇଥିଲେ ବିଜେପି ନେତା ରଘୁ ନନ୍ଦନ ଶର୍ମା। ଶର୍ମା କହିଥିଲେ, ଶିବରାଜ ସିଂହ ଚୌହାନ ଦେଇଥିବା ଜାତିବାଦ ମନ୍ତବ୍ୟ ଏଭଳି ସ୍ଥିତି ପାଇଁ ଦାୟୀ ହୋଇଥିବାରୁ ତାଙ୍କୁ ହିଁ ପରାଜୟର ବୋଝ ମୁଣ୍ଡାଇବାକୁ ହେବ। ସେ କହିଥିଲେ, ବିଜୟ ପାଇଁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଯାଇଥାନ୍ତା, ତେଣୁ ପରାଜୟ ପାଇଁ ମଧ୍ୟ ତାହା ଲାଗୁ ହେବା ଉଚିତ।



from Odisha Reporter https://ift.tt/2C4FMiI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages