ବରଗଡ଼ରେ କ୍ୟାନସର ହସ୍ପିଟାଲ୍‌ ଦାବିରେ ୫ ଘଣ୍ଟା ଅଟକିଲା ଜାତୀୟ ରାଜପଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ବରଗଡ଼ରେ କ୍ୟାନସର ହସ୍ପିଟାଲ୍‌ ଦାବିରେ ୫ ଘଣ୍ଟା ଅଟକିଲା ଜାତୀୟ ରାଜପଥ

ବରଗଡ଼(ଦୀପକ ଶର୍ମା): ବରଗଡ଼ଠାରେ କ୍ୟାନସର ହସ୍ପିଟାଲ୍‌ ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଲା। ଏହି ପରିପ୍ରେକ୍ଷୀରେ ଆଜି ବରଗଡ଼ ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥର ବରାହଗୋଡ଼ା ଟୋଲ୍ ପ୍ଲାଜାଠାରେ ପଞ୍ଚ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲା ୟୁନାଇଟେଡ୍‌ ଫୋରମ୍‌। ଏଥିରେ ଜିଲ୍ଲାର ବିଭିନ୍ନ ସଂଗଠନ ସମେତ ରାଜନୀତିକ ଦଳ ସାମିଲ୍‌ ହୋଇଥିଲେ।

ପରିସଂଖ୍ୟାନରୁ ଜଣାପଡ଼ିଛି, ସମଗ୍ର ଭାରତ ବର୍ଷରେ କ୍ୟାନସର ରୋଗୀଙ୍କ ସଂଖ୍ୟାରେ ଦ୍ଵିତୀୟ ସ୍ଥାନରେ ରହିଛି ବରଗଡ଼ ଜିଲ୍ଲା। ତେଣୁ ଏଠାରେ ଏକ କ୍ୟାନସର ରୋଗର ଚିକିତ୍ସା ଓ ନିରାକରଣ ପାଇଁ ଦାବି ହେଉଥିଲା। ସ୍ଥାନୀୟ ଲୋକଙ୍କ ଦାବିକୁ ଧ୍ୟାନ ଦେଇ ରାଜ୍ୟ ସରକାର ସେଠାରେ ଏକ କ୍ୟାନସର ହସ୍ପିଟାଲ୍‌ ପ୍ରତିଷ୍ଠା ପାଇଁ ଟାଟା ମେମୋରିଆଲ୍‌ ସହ ଚୁକ୍ତି କରିଛନ୍ତି। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ବରଗଡ଼ରେ ଟାଟା ମେମୋରିଆଲ୍‌ ହସ୍ପିଟାଲ୍‌ ପ୍ରତିଷ୍ଠା ନକରି ଭୁବନେଶ୍ୱର ଉପକଣ୍ଠରେ ପ୍ରତିଷ୍ଠା ପାଇଁ ସମ୍ମତି ଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ସମଗ୍ର ଜିଲ୍ଲାରେ ଜନଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆଜି ଚକାବନ୍ଦ ଆନ୍ଦୋଳନ କରାଯାଇଥିଲା।

ଆଜି ସକାଳେ ସ୍ଥାନୀୟ ଡାକ ବଙ୍ଗଳାରୁ ଏକ ବାଇକ୍‌ ଶୋଭାଯାତ୍ରା ବାହାରି ବରାହଗୋଡ଼ା ଟୋଲ୍‌ ପ୍ଲାଜା ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ରାସ୍ତାରୋକ ସହ ଏକ ସାଧାରଣ ସଭା କରାଯାଇଥିଲା। ଏଥିରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ରାଜନୀତିକ ଦଳ ସାମିଲ୍‌ ହୋଇଥିଲେ।



from Odisha Reporter https://ift.tt/2Eq6rcb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages