ପ୍ରିୟଙ୍କାଙ୍କୁ ମିଳିଲା ଆଉ ଏକ ସଫଳତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ପ୍ରିୟଙ୍କାଙ୍କୁ ମିଳିଲା ଆଉ ଏକ ସଫଳତା

priyu

ମୁମ୍ବାଇ: ୨୦୧୭ -୧୮ ପାଇଁ ଫୋର୍ବସ ପକ୍ଷରୁ ପ୍ରକାଶିତ ବିଶ୍ୱର ମୋଷ୍ଟ୍‌ ପାୱାର୍‌ଫୁଲ୍‌ ୧୦୦ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ ଅଭିନେତ୍ରୀ ତଥା  ନ୍ୟୁଲି ମ୍ୟାରେଡ୍‌ ବଲିଉଡ୍‌ ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି।

ଗଣମାଧ୍ୟମ ଏବଂ ମନୋରଞ୍ଜନ ବର୍ଗରେ ବିଶ୍ୱର ସବୁଠୁ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ପ୍ରିୟଙ୍କା ଏକମାତ୍ର ଭାରତୀୟ ଅଭିନେତ୍ରୀ ଭାବେ ୧୫ ତମ ସ୍ଥାନରେ ଅଛନ୍ତି।

ଏହା ସହ ଫୋର୍ବସର ମୋଷ୍ଟ୍‌ ପାୱାର୍‌ଫୁଲ୍‌ ମହିଳାଙ୍କ ତାଲିକାରେ ପ୍ରିୟଙ୍କାଙ୍କୁ ୯୪ତମ ରାଙ୍କ୍‌ ମିଳିଛି। ଏହି ତାଲିକାରେ ଭାରତର ରୋଶ୍‌ନୀ ମଲ୍‌ହୋତ୍ରା, ଶୋଭ୍‌ନା ଭର୍ତ୍ତିଆ ଓ କିରଣ ମଜୁମ୍‌ଦାର ମଧ୍ୟ ସାମିଲ୍‌ ଅଛନ୍ତି।

ତେବେ ଫୋର୍ବସର ସବୁଠୁ ଧନୀ ତାଲିକାରେ ଏଥର ପ୍ରିୟଙ୍କାଙ୍କ ରାଙ୍କ୍ ହ୍ରାସ ପାଇଛି। ତାଙ୍କୁ ଏହି ତାଲିକାରେ ୪୯ତମ ସ୍ଥାନ ମିଳିଛି। କିନ୍ତୁ ଗତ ବର୍ଷ ପ୍ରିୟଙ୍କାଙ୍କୁ ୭ମ ସ୍ଥାନ ମିଳିଥିଲା।

ଅନ୍ୟ ପକ୍ଷରେ ଫୋର୍ବସର ଭାରତୀୟ ସେଲିବ୍ରିଟି ଧନୀ ତାଲିକାରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ ଖାନ୍‌ ଏକ ନମ୍ବର ସ୍ଥାନରେ ଥିବାବେଳେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍‌ କୋହଲି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର୍‌।



from Odisha Reporter https://ift.tt/2QyErce

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages