ନ୍ୟୁ ଷ୍ଟିୱାର୍ଟ୍‌ ସ୍କୁଲ୍‌ରେ ‘ବଡ଼ଦିନ ସେଲିବ୍ରେସନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ନ୍ୟୁ ଷ୍ଟିୱାର୍ଟ୍‌ ସ୍କୁଲ୍‌ରେ ‘ବଡ଼ଦିନ ସେଲିବ୍ରେସନ୍‌’

school

ଭୁବନେଶ୍ୱର( ଓଡ଼ିଶା ରିପର୍ଟୋର): ଏବେ ସେଲିବ୍ରେସନ୍‌ର ଋତୁ। କଟକର ମିଶନ୍‌ ରୋଡ୍‌ରେ ଥିବା ନ୍ୟୁ ଷ୍ଟିୱାର୍ଟ ସ୍କୁଲ୍‌ରେ ବଡ଼ଦିନ ସେଲିବ୍ରେସନ୍‌ ହୋଇଯାଇଛି। ସ୍କୁଲ୍‌ର ଅଧ୍ୟକ୍ଷା ଏମ୍‌ ତୃପ୍ତିରାଣୀଙ୍କ ପୌରୋହିତ୍ୟରେ ଏହି ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ  ମୁଖ୍ୟ ଅତିଥି ଭାବେ  ସ୍କୁଲ୍‌ ପରିଚାଳନା କମିଟି ସଂପାଦକ ଅଧ୍ୟାପକ ଶୋଭନ ପଣ୍ଡା ଯୋଗଦେଇ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍କୁଲ୍‌ କର୍ମଚାରୀମାନଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଥିଲେ।

school3ଶିକ୍ଷୟିତ୍ରୀ ମର୍ସିମେରୀ ରାଉତ ପ୍ରାରମ୍ଭିକ ପ୍ରାର୍ଥନା କରିଥିବାବେଳେ ନବମ ଶ୍ରେଣୀର ଛାତ୍ର ମାଷ୍ଟର ରାଜୀବ ସାହୁ ବାଇବେଲ୍‌ ପାଠ କରିଥିଲେ। ଏହା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍କୁଲ୍‌ର ସଂଯୋଜିକା ସୁମିତ୍ରା ପଣ୍ଡା, ଶିକ୍ଷକ ଆଲୋକ ପ୍ରକାଶ ସାହୁ, ଅମୂଲ୍ୟ ବେହେରା, ପ୍ରକାଶ ଦାସ, ପରଭେଜ୍‌ ଅକ୍‌ତର୍‌, ସୋମଦତ୍ତ ରାଓ, ସଂଜୟ ନାୟକ, ରାଜେଶ ଦାସ, ଆନନ୍ଦ ରାଉଳ, ଅବିଜିତ୍‌ ଅଧିକାରୀ ଓ ସୁକୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ।

ଶିକ୍ଷୟିତ୍ରୀ ସୁଲତା ବେହେରା, ନିବେଦିତା ରାଉତ, ରୋଜାଲିନ୍‌ ନାୟକ,ଜେରିଲିନ୍‌ ମେରୀ ପିଟର, ଏସ୍‌ ରୂପାଲି ପ୍ରକାଶ ଓ ମୌସୁମୀ ଦାସ୍‌ ପ୍ରମୂଖ ବିଭିନ୍ନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ସାନ୍ତାକ୍ଲଜ୍‌, ପ୍ରଭୁ ଯୀଶୁଙ୍କ ବାର୍ତ୍ତା ଓ ବଡ଼ ଦିନ ଉପହାର ଛାତ୍ର ଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ।  ଶିକ୍ଷୟିତ୍ରୀ ସୁସ୍ମିତା ପାତ୍ର କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବାବେଳେ ନବମ ଶ୍ରେଣୀର ଛାତ୍ରୀ ଲିପ୍‌ସିତା ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

 



from Odisha Reporter https://ift.tt/2LmaQxF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages