ଜାଣିଛନ୍ତି ଇଂଲିଶ ଅପେକ୍ଷା କାହିଁକି ଭଲ ଓଡ଼ିଆ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ଜାଣିଛନ୍ତି ଇଂଲିଶ ଅପେକ୍ଷା କାହିଁକି ଭଲ ଓଡ଼ିଆ?

ମୁର୍ଖ ଲୋକ

ରାଜୁ ତା ପ୍ରେମିକା ପ୍ରଣତିକୁ ବିବାହ କରିବ ବୋଲି ନିଷ୍ପତ୍ତି ନେଇ ସାରିଥିଲା। ତେଣୁ ସେ ପ୍ରଣତିର ବାପାଙ୍କୁ ଭେଟିବ ବୋଲି ଠିକ୍ କଲା ଓ ତାଙ୍କ ଘରକୁ ବି ଗଲା। ଭାବି-ଶ୍ୱଶୁରଙ୍କୁ ନମସ୍କାର ହେଇ କିଛି କହିବା ଆଗରୁ ସେ ରାଜୁକୁ ଆଗ କହିଲେ…
ଭାବି ଶ୍ୱଶୁର: ରାଜୁ ! ମୁଁ ଚାହୁଁନି ମୋ ଝିଅ ଜଣେ ମୁର୍ଖ ସହ ଜୀବନ ସାରା ରହୁ।
ରାଜୁ କହିଲା: ମଉସା ମୁଁ ତ ଠିକ୍ ସେଇଆ ହିଁ କହୁଛି। ସେଇଥି ପାଇଁ ତ ମୁଁ ତାକୁ ଆପଣଙ୍କ ପାଖରୁ ନେଇଯିବାକୁ ଆସିଛି ମୋ ପାଖକୁ।
(ପ୍ରଣତିର ବାପା ଓରଫ ଭାବି-ଶ୍ୱଶୁର ରାଗିକି ନିଆଁବାଣ।)

ଇଂଲିଶ ଅପେକ୍ଷା ଓଡ଼ିଆ କାହିଁକି ଭଲ

ମାଡାମ: ରାଜଲକ୍ଷ୍ମୀ ତମକୁ ଦିଆଯାଇତିବା ଇଂଲିଶ ହୋମ୍‌ୱାର୍କ କାହିଁକି କରିକି ଆଣିନ?
ରାଜଲକ୍ଷ୍ମୀ: କାରଣ, ଇଂଲିଶ ମତେ ଆଦୌ ଭଲ ଲାଗେନି।
ମାଡାମ: କାହିଁକି?
ରାଜଲକ୍ଷ୍ମୀ: କାରଣ ଇଂଲିଶ କହିଲେ ଆମର ଅଯଥା ସମୟ ନଷ୍ଟ ହେଉଛି ଏବଂ ଗୁଡ଼ାଏ ଏନର୍ଜି ବି ନଷ୍ଟ ହେଉଛି।
ମାଡାମ: (ଆଶ୍ଚର୍ଯ୍ୟ ହୋଇ) କେମିତି?
ରାଜଲକ୍ଷ୍ମୀ: ମାଡାମ୍ ଏହାର ଏକ ଉଦାହରଣ ଶୁଣନ୍ତୁ। ମନେକରନ୍ତୁ ମୁଁ ଯାହା କହିଲି ଆପଣ ଠିକ୍‌ରେ ଶୁଣିପାରିଲେ ନାହିଁ। ତାହେଲେ ଆପଣଙ୍କୁ ମତେ ଇଂଲିଶରେ କହିବାକୁ ପଡ଼ିବ- I am sorry Rajlaxmi, I can’t hear you properly, can you please repeat your lines? ହେଲେ ଆପଣ ଓଡ଼ିଆରେ କେବଳ କହିବେ- ଆଁ…



from Odisha Reporter https://ift.tt/2rI12VQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages