ଫେସ୍‌ବୁକ୍‌ ଲାଇଭ୍‌ରେ ମୂଷା ମରା ଔଷଧ ଖାଇ ସିଙ୍ଗରଙ୍କ ଆତ୍ମହତ୍ୟା, ପଢ଼ନ୍ତୁ କାହିଁକି ପିଇଲେ ବିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଫେସ୍‌ବୁକ୍‌ ଲାଇଭ୍‌ରେ ମୂଷା ମରା ଔଷଧ ଖାଇ ସିଙ୍ଗରଙ୍କ ଆତ୍ମହତ୍ୟା, ପଢ଼ନ୍ତୁ କାହିଁକି ପିଇଲେ ବିଷ

ନୂଆଦିଲ୍ଲୀ: ଶୋସାଲ୍‌ ମିଡିଆ ଜମାନାରେ ଆଜି ସଭିଙ୍କୁ ଫେସ୍‌ବୁକ୍‌ ଲାଇଭ୍‌ ପାଗଳ କରିଛି। ଯେକୌଣସି ଘଟଣା ହେଉ ଲୋକେ ଫେସ୍‌ବୁକ୍‌ ଲାଇଭ୍‌ କରୁଛନ୍ତି। ତେବେ ଏହି ଫେସ୍‌ବୁକ୍‌ ଲାଇଭ୍‌ରେ ଜଣେ କଣ୍ଠଶିଳ୍ପୀ ବିଷ ପାନ କରି ଆତ୍ମହତ୍ୟା କରିବା ଖବର ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି।  ହରିଆଣାର ଲୋକପ୍ରିୟ କଣ୍ଠଶିଳ୍ପୀ ଏବଂ ଡ୍ୟାନ୍ସର ଅନାମିକା ବାୱା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହରୁ ଅନାମିକା ପ୍ରଥମେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସଙ୍ଗେ ସଙ୍ଗେ ତାଙ୍କୁ ହିସାରର ଏକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। କୁହାଯାଉଛି ଅନ୍ୟ ଜଣେ ଯୁବତୀଙ୍କ ସହ ତାଙ୍କ ସ୍ୱାମୀଙ୍କର ସମ୍ପର୍କ ଥିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଉପୁଜିଥିଲା। ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳି-ଝଗଡ଼ା ଲାଗି ରହିବା ସହ ଅନାମିକା ମାନସିକ ଅଶାନ୍ତିରେ ରହୁଥିଲେ।

ଆଉ ଶେଷରେ ଆତ୍ମହତ୍ୟାର ପଥ ଭଳି ଚରମ ପଦକ୍ଷେପକୁ ବାଛି ନେଇଥିଲେ ଅନାମିକା।  ତେବେ ବିଷ ପିଇବା ପୂର୍ବରୁ ଅନାମିକା ଫେସ୍‌ବୁକ୍‌ ଲାଇଭ୍‌ କରି ତାଙ୍କ ସ୍ୱାମୀଙ୍କ କାରନାମା ବିଷୟରେ ବଖାଣିଛନ୍ତି। ଏଥିରେ ଅନାମିକା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ସହ ଆଉ ଜଣେ ମହିଳାଙ୍କର ସମ୍ପର୍କ ଥିଲା। ତେଣୁ ତାଙ୍କୁ ଛାଡ଼ପତ୍ର ଦେବାରୁ ସେ ତାଙ୍କ ସ୍ୱାମୀଙ୍କୁ ବାରମ୍ବାର କହିଛନ୍ତି।

କିଛି ଦିନ ପୂର୍ବରୁ ସମ୍ପୃକ୍ତ ମହିଳା ଜଣକ ଅନାମିକାଙ୍କ ସ୍ୱାମୀଙ୍କ ସହ ଜନ୍ମଦିନର କେକ୍‌ କାଟିଥିବାର ଭିଡିଓ ତାଙ୍କ ପାଖକୁ ପଠାଇଥିଲେ। ତେବେ ତାଙ୍କ ସ୍ୱାମୀ ଶେଖରଙ୍କ ସହ ସମ୍ପର୍କ ଥିବା ମହିଳା ଜଣକ ହେଉଛନ୍ତି ବେଙ୍ଗାଲୁରୁର ଜଣେ ବାର ଡ୍ୟାନ୍ସର୍‌।  ଅନାମିକା କହିଛନ୍ତି ତାଙ୍କ ସ୍ୱାମୀର ପ୍ରେମିକା ତାଙ୍କୁ ବାରମ୍ବାର ଯାବତୀୟ ହଇରାଣ କରି ଆସୁଥିଲେ।

ଅନାମିକା କିଏ

ଅନାମିକା ହେଉଛନ୍ତି  ହରିଆଣାର ଜଣେ ଜଣାଶୁଣା ଡ୍ୟାନ୍ସର ସହ ସିଙ୍ଗର୍‌ ମଧ୍ୟ। ଏନି.ବି ନାମରେ ପରିଚିତ ଏହି କଳାକାର ଜଣକ ୨୫୦୦ରୁ ଅଧିକ ଗୀତରେ ଅଭିନୟ କରିଛନ୍ତି। ଅଭିନୟରେ ତାଙ୍କର ଚମତ୍କାରିତା ପାଇଁ ତାଙ୍କୁ ହରିଆଣାର ଦ୍ୱିତୀୟ ସପ୍ନା ଚୌଧୁରୀ ବୋଲି କୁହାଯାଏ। ୨୦୧୩ରେ ସେ ଶେଖର ଖାନ୍ନାଙ୍କୁ ବିବାହ କରିଥିଲେ। ତେବେ ସ୍ୱାମୀ ସହ ବିବାଦ ହେବାରୁ ଅନାମିକା ହିସାରରେ ନିଜ ମା’ଙ୍କ ସହ ରହୁଥିଲେ।



from Odisha Reporter http://bit.ly/2CI0y8g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages