
ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଭାରତରେ ହିଂସା ସୃଷ୍ଟି କରିବାକୁ ଉଦ୍ୟମ କରି ପୁଣି ଥରେ ବିଫଳ ହୋଇଛି ପାକିସ୍ତାନ। ପାକିସ୍ତାନ ସେନାର ୨ ଜଣ କମାଣ୍ଡୋ ଜମ୍ମୁ-କଶ୍ମୀର ନୌଗାମ୍ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରଵେଶ କରୁଥିବା ବେଳେ ଭାରତୀୟ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି। ଏମାନେ ପାକିସ୍ତାନ ସେନାର ପୋଷାକ ପରିଧାନ କରିଥିବା ବେଳେ ଏମାନଙ୍କୁ ଅନୁପ୍ରବେଶ ପାଇଁ ବ୍ୟାଟ୍ କମାଣ୍ଡରମାନେ ସହଯୋଗ କରିଥିଲେ। ଅର୍ଥାତ ଏହି ଦୁଇ ପାକିସ୍ତାନୀ ଯବାନ ସୀମା ପାର ଉଦ୍ୟମ କରୁଥିବା ବେଳେ ସେମାନେ କଭର ଫାୟାରିଂ କରୁଥିଲେ।
ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିହତ ଦୁଇ ସୈନ୍ୟ ହେଉଛନ୍ତି ପାକିସ୍ତାନ ବର୍ଡର ଆକ୍ସନ୍ ଟିମ୍(ବ୍ୟାଟ୍) ସଦସ୍ୟ। ଏମାନେ ଅର୍ନ୍ତଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଥିବା ଘଞ୍ଚ ଜଙ୍ଗଲ ଦେଇ ଅନୁପ୍ରେବଶ ଉଦ୍ୟମ କରିଥିଲେ। ଏମାନଙ୍କୁ ଏଥିରେ ସହଯୋଗ କରିବା ପାଇଁ ପାକିସ୍ତାନ ସେନା ଭାରତୀୟ ଯବାନଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ।
ପାକିସ୍ତାନ ସେନା ପକ୍ଷରୁ ମୋର୍ଟାର ଏବଂ ରକେଟ୍ ଲଞ୍ଚର ଦ୍ୱାରା ଆକ୍ରମଣ କରାଯାଇଥିଲେ ହେଁ ଭାରତୀୟ ଯବାନମାନେ ଏହାର କଡ଼ା ମୁକାବିଲା କରି ସବୁ ଉଦ୍ୟମକୁ ଭଣ୍ଡୁର କରିଦେଇଥିଲେ। ଗୋଟିଏ ଟିମ୍ ପାକିସ୍ତାନ ସେନାର ଗୁଳିର ଜବାବ ଦେଇଥିବା ବେଳେ ଆଉ ଗୋଟିଏ ଟିମ୍ ଅନୁପ୍ରେବଶ ପାଇଁ ଉଦ୍ୟମ କରୁଥିବା ସୈନ୍ୟଙ୍କୁ ଟାର୍ଗେଟ କରିଥିଲା। ଶେଷରେ ପାକିସ୍ତାନର ଉଦ୍ୟମ ବିଫଳ ହୋଇଥିଲା।
ଏହି ଦୁଇ ଅନୁପ୍ରେବଶକାରୀଙ୍କଠାରୁ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ହ୍ୟାଣ୍ଡ ଗ୍ରେନେଡ୍ ଜବତ କରାଯାଇଛି। ଏବେ ଭାରତ ପକ୍ଷରୁ ପାକିସ୍ତାନ ଅଧିକାରୀଙ୍କୁ ଦୁଇ ଅନୁପ୍ରବେଶକାରୀଙ୍କ ମୃତଦେହ ନେବାକୁ ଯୋଗାଯୋଗ କରାଯାଇଛି।
from Odisha Reporter http://bit.ly/2ThH5kj
No comments:
Post a Comment