କେମିତି ଯୁକ୍ତ ଦୁଇ ପରୀକ୍ଷାକୁ ଜଗିବ ସିସିଟିଭି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

କେମିତି ଯୁକ୍ତ ଦୁଇ ପରୀକ୍ଷାକୁ ଜଗିବ ସିସିଟିଭି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଲିକ ଆଶଙ୍କା ସାଙ୍ଗକୁ କପି ରୋକିବାକୁ ଚଳିତବର୍ଷ ବ୍ୟାପକ ପଦକ୍ଷେପ ନେଇଛି ସିଏଚ୍ଏସ୍ଇ। ଖାଲି ‘ଏକଜାମିନେସନ ମ୍ୟାନେଜମେଣ୍ଟ ହବ୍’ ନୁହେଁ, ସବୁ ପରୀକ୍ଷା ହଲ୍‌ରେ ବି ସିସିଟିଭି ଲଗାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ତେବେ ପରୀକ୍ଷା ତାରିଖ ଘୋଷଣା ହୋଇ ସାରିଥିବାବେଳେ କାଉନସିଲ୍‌ର ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। କାରଣ ଭିତ୍ତିଭୂମିର ଅଭାବ ସାଙ୍ଗକୁ ଏଥିପାଇଁ ଅର୍ଥ ଆସିନଥିବାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବା କହିଛନ୍ତି ବିଭିନ୍ନ ଜୁନିଅର କଲେଜ କର୍ତ୍ତୃପକ୍ଷ।

ଏଥର ଯୁକ୍ତ ଦୁଇ ପରୀକ୍ଷା ସିସିଟିଭି ସର୍ଭେଲାନ୍ସରେ ରହିବ। ପୂରା ସେଣ୍ଟରକୁ ଜଗିବ ସିସିଟିଭି। କପି ନିୟନ୍ତ୍ରଣ ସହ ପ୍ରଶ୍ନପତ୍ର ଭାଇରାଲ୍ ହେବାର ସମ୍ଭାବନାକୁ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନେଇଛି ଏଭଳି କଡ଼ା ନିଷ୍ପତ୍ତି। ଏଥିପାଇଁ ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜ କର୍ତ୍ତୃପକ୍ଷଙ୍କୁ କାଉନସିଲ୍ ପକ୍ଷରୁ ନିର୍ଦ୍ଦେଶନାମା ପରେ ଏବେ ଷ୍ଟାଟସ୍ ଜଣାଇବାକୁ ରିମାଇଣ୍ଡର ଜାରି ହୋଇଛି।
ସୂଚନା ଅନୁସାରେ ରାଜ୍ୟରେ ୧୧୦୨ଟି ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ରହିଛି। ଏହାସହ ୨୦୨ଟି ଏକଜାମିନେସନ ମ୍ୟାନେଜମେଣ୍ଟ ହବ୍ ରହିଛି। ଏଥର ପ୍ରାୟ ସାଢ଼େ ତିନି ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ। ମାର୍ଚ୍ଚ ୭ରୁ ଥିଓରୀ ଓ ଜାନୁଆରୀ ୨୮ରୁ ଆରମ୍ଭ ହେବ ପ୍ରାକ୍ଟିକାଲ୍ ପରୀକ୍ଷା।

ଏତେ କମ୍ ସମୟ ମଧ୍ୟରେ ଏହି ନିର୍ଦ୍ଦେଶ କେମିତି କାର୍ଯ୍ୟକାରୀ ହେବ, ତାହା ଜାଣିବାକୁ ଓଟିଭି ଟିମ୍‌ ରାଜ୍ୟର ଏକ ନମ୍ବର ମହାବିଦ୍ୟାଳୟ ବିଜେବି ଜୁନିୟର କଲେଜରେ ପହଞ୍ଚି ଥିଲା। ଏଠାରେ ସିସିଟିଭି ଲଗାଇବାକୁ ଏ ଯାଏ ଟେଣ୍ଡର ପ୍ରକ୍ରିୟା ବି ସରିନି। ସ୍ୱୟଂଶାସିତ କଲେଜ ସହ ମିଶି କରି ଥିବାରୁ ଜୁନିୟର କଲେଜ ଲାଗି ଭିତ୍ତିଭୂମି ନଥିବା ଓ ମେଣ୍ଟେନାନ୍ସ ନେଇ ପ୍ରଶ୍ନ ଉଠାଇଛନ୍ତି ଅଧ୍ୟକ୍ଷ।

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ବି ଅଧିକାଂଶ କଲେଜରେ ସମାନ ସ୍ଥିତି। ଭିତ୍ତିଭୂମି ସମସ୍ୟା ସାଙ୍ଗକୁ ଏଥିପାଇଁ ଅର୍ଥ ଆସିନଥିବାରୁ ଇନଷ୍ଟଲେସନରେ ଅସୁବିଧା ହେଉଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି।



from Odisha Reporter https://ift.tt/2BkKNSY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages