ସର୍ଜରୀ ଦାୟିତ୍ୱ ଛାଡ଼ିଲେ ଭିମ୍‌ସାର ନିର୍ଦ୍ଦେଶକ, ତଥାପି ଅନ୍ଦୋଳନ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ସର୍ଜରୀ ଦାୟିତ୍ୱ ଛାଡ଼ିଲେ ଭିମ୍‌ସାର ନିର୍ଦ୍ଦେଶକ, ତଥାପି ଅନ୍ଦୋଳନ ଜାରି

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଭିଡିଓ ଭାଇରାଲ ପରେ ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସରre ଅଶ୍ୱିନୀ ପୂଜାହାରୀ ସର୍ଜରୀ ୟୁନିଟ-୧ ଅଧିକାରୀ ଦାୟିତ୍ୱ ଛାଡ଼ିଛନ୍ତି। ଏନେଇ ସର୍ଜରୀ ବିଭାଗ ମୁଖ୍ୟଙ୍କୁ ପୂଜାହାରୀ ଚିଠି ଲେଖି ଜଣାଇଛନ୍ତି। ଡା. ପୂଜାହାରୀଙ୍କ ଲୁଣ ଥେରାପି ଓ ତବଲା ଥେରାପି ଭିଡିଓ ଭାଇରାଲ ହେବା ପରେ ସେ ସର୍ଜରୀ ବିଭାଗ ପଦବୀ ଛାଡ଼ିଛନ୍ତି।
ପୂର୍ବରୁ କ୍ଲାସରୁମ୍‌ରେ ପଶି ପ୍ରଫେସରଙ୍କୁ କଡ଼ା ତାଗିଦ୍ ସହ ମଦ୍ୟପ ରୋଗୀଙ୍କୁ ୱାର୍ଡ ଭିତରେ ଚୁଟି କାଟିବା ଭଳି ଚରମ ପଦକ୍ଷେପ ନେଇ ବିବାଦୀୟ ହୋଇ ପଡ଼ିଥିଲେ ଡା. ପୂଜାହାରୀ।
କ୍ୟାନସରରେ ପୀଡ଼ିତ ଜଣେ ରୋଗୀଙ୍କ ଅପରେସନ୍‌ କରାଯାଇଥିଲା। ଏହି ସମୟରେ ରୋଗୀଙ୍କ ଅନ୍ତଃନଳୀରେ ଖାଇବା ଲୁଣ ଢ଼ାଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କିତ ଭିଡିଓ ଭାଇରାଲ୍ ହେବା ପରେ ଏବେ ଡା.ପୂଜାହାରୀଙ୍କ ବିରୋଧରେ ପୁଣି ତୀବ୍ର ହେବାରେ ଲାଗିଛି ଅସନ୍ତୋଷ।
ପୂଜାହାରୀଙ୍କ ବହିଷ୍କାର ଦାବି କରି ଗତକଲି କଟକରେ ଜୁନିଅର ଡାକ୍ତର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଭିମ୍‌ସାର, ଏସ୍‌ସିବି ଓ ଏମ୍‌କେସିଜି ମେଡ଼ିକାଲ୍‌ କଲେଜର କନିଷ୍ଠ ଡାକ୍ତରମାନେ ଯୋଗଦେଇ ଆଲୋଚନା କରିଥିଲେ। ୪୮ ଘଣ୍ଟା ଭିତରେ ଭିମ୍‌ସାର ନିର୍ଦ୍ଦେଶକଙ୍କୁ ବହିଷ୍କାର କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଥିଲା ସଂଘ। ଦାବିକୁ ୧୨ ଘଣ୍ଟା ନପୂରୁଣୁ ନିର୍ଦ୍ଦେଶକ ଆଜି ସର୍ଜରୀ ୟୁନିଟ-୧ ଅଧିକାରୀ ଦାୟିତ୍ୱରୁ ଓହରି ଯାଇଛନ୍ତି। ଏଥିପାଇଁ ତାଙ୍କ ଉପରେ କିଛି ଚାପ ପଡ଼ିଥିଲା ନା ସେ ଆପେ ଆପେ ଓହରିଯାଇଛନ୍ତି, ତାହା ଜଣାପଡ଼ି ନାହିଁ।
ଅନ୍ୟପକ୍ଷରେ ଜୁନିଅର ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଯାହାଫଳରେ ରୋଗୀସେବା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।



from Odisha Reporter https://ift.tt/2rrHPHL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages