ଜନ୍ମ ନହେଉଣୁ ‘ବିଜୁ ସମତା କ୍ରାନ୍ତି’ର ଅକାଳ ମୃତ୍ୟୁ, ଦାମ ଗଢ଼ିବେ ନୂଆ ପାର୍ଟି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଜନ୍ମ ନହେଉଣୁ ‘ବିଜୁ ସମତା କ୍ରାନ୍ତି’ର ଅକାଳ ମୃତ୍ୟୁ, ଦାମ ଗଢ଼ିବେ ନୂଆ ପାର୍ଟି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ନେତୃତ୍ୱରେ ଜନ୍ମ ନେବାକୁ ଥିବା ‘ବିଜୁ ସମତା କ୍ରାନ୍ତି’ ଦଳର ଏବେ ଅକାଳ ମୃତ୍ୟୁ ଘଟିଥିବା ରାଜନୀତିକ ମହଲରେ ଚର୍ଚ୍ଚା। ଡାକ୍ତର ରାଉତ ଗଣମାଧ୍ୟମକୁ ଦେଇଥିବା ବୟାନ ମଧ୍ୟ ଏଭଳି ସଙ୍କେତ ଦେଇଛି। ସମତା କ୍ରାନ୍ତି ଦଳର ମୁଖ୍ୟ ବ୍ରଜକିଶୋର ତ୍ରିପାଠୀଙ୍କ ସହ ମିଶି ବିଜୁ ସମତା କ୍ରାନ୍ତି ଦଳ ଗଠନ ପାଇଁ ନଭେମ୍ବର ୨୩ ତାରିଖରେ ଘୋଷଣା କରିଥିବା ଡାକ୍ତର ରାଉତ ଏବେ ନିଜେ ନୂଆ ଦଳ ଗଠନ ନିମନ୍ତେ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି।

ଡାକ୍ତର ରାଉତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳକୁ ‘ବିଜୁ ସମତାକ୍ରାନ୍ତି ଦଳ’ରେ ବିଲୀନ କରିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ସେହି ବିଲୀନ ପ୍ରକ୍ରିୟା ଓ ନୂଆ ଦଳ ଗଠନ ପାଇଁ ନିର୍ବାଚନ କମିଶନଙ୍କ ପାଖରେ କୌଣସି ଆବେଦନ ହୋଇନାହିଁ।ଏପର୍ଯ୍ୟନ୍ତ ସେ ନିଜେ ମଧ୍ୟ କୌଣସି ଦଳର ସଦସ୍ୟ ହୋଇନାହାନ୍ତି। ଯେହେତୁୁ ବିଜୁ ସମତା କ୍ରାନ୍ତି ଦଳର ରୂପରେଖ ସ୍ପଷ୍ଟ ହେଲାନି ଓ ସେ ସମତା କ୍ରାନ୍ତି ଦଳରେ ହିଁ ସାମିଲ ହେଉଥିବା କଥା ଲୋକେ ଜାଣିଲେ, ସ୍ୱାଭାବିକ ଭାବେ ତାଙ୍କ ସମର୍ଥକମାନେ ଏହାକୁ ପସନ୍ଦ କଲେନି। ଦାମବାବୁ ଗୋଟିଏ ନୂଆ ଦଳ ଗଠନ କରନ୍ତୁ ବୋଲି ସେମାନେ ଚାହୁଁଛନ୍ତି।ଗୋଟିଏ ସମ୍ପୂର୍ଣ୍ଣ ନୂଆ ଦଳ ହେଉ ଓ ତାଙ୍କୁ ବ୍ୟବହାର କରାଯାଉ ବୋଲି ସେ ଚାହାନ୍ତି। ନୂଆ ଦଳର ସଭାପତି ରହିବାକୁ ସେ ଇଚ୍ଛୁକ ନୁହନ୍ତି। ଅନ୍ୟ କେହି ହୁଅନ୍ତୁ। ଲୋକଙ୍କ ମତ ଓ ମାନସିକତାକୁ ଦେଖି ତାଙ୍କୁ ବ୍ୟବହାର କରି ନୂଆ ଦଳ ଗଢ଼ାଯାଉ ବୋଲି ଡାକ୍ତର ରାଉତ କହିଛନ୍ତି।

ଡାକ୍ତର ରାଉତଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ବ୍ରଜକିଶୋର ତ୍ରିପାଠୀ କହିଛନ୍ତି ଯେ, ସମତାକ୍ରାନ୍ତି ଦଳ ଏବେ ରହିଛି ଓ ରହିବ ମଧ୍ୟ। ଦାମବାବୁ ସେଥିରେ ରହିବେ କି ନାହିଁ ତାହା ତାଙ୍କର ବ୍ୟକ୍ତିଗତ ଇଚ୍ଛା। ସମତାକ୍ରାନ୍ତି ଦଳରେ ମିଶି କାମ କରିବାକୁ ଦାମବାବୁ ଆଗ୍ରହ ଦେଖାଇଥିଲେ ଓ ସେଥିପାଇଁ ନାଁ ସଂଶୋଧନର ପ୍ରସ୍ତାବ ଦେଇଥିଲେ। ଯାହାକୁ ଗ୍ରହଣ ମଧ୍ୟ କରାଯାଇଥିଲା।ଏବେ ଦାମବାବୁ କ’ଣ କହୁଛନ୍ତି ତାହା ସେ ଜାଣନ୍ତି ନାହିଁ। ତାଙ୍କ ଚିନ୍ତାଧାରା ସହ ସମତାକ୍ରାନ୍ତି ଦଳର କିଛି ସମ୍ପର୍କ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ୨୩ତାରିଖରେ ଡାକ୍ତର ରାଉତ ଓ ଶ୍ରୀ ତ୍ରିପାଠୀଙ୍କ ଏକ ତାରକା ହୋଟେଲରେ ବିଜୁ ସମତାକ୍ରାନ୍ତି ଦଳ ଗଠନ ସମ୍ପର୍କରେ ଘୋଷଣା କରିଥିଲେ। କିନ୍ତୁ ଏବେ ସେମାନଙ୍କର ବୟାନରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍ ନଥିବା ସ୍ପଷ୍ଟ ହୋଇଛି।



from Odisha Reporter https://ift.tt/2Lvavcd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages