
ମେଲବର୍ଣ୍ଣ: ଟିମ୍ ଅଷ୍ଟ୍ରେଲିଆର ଅଧିନାୟକ ଟିମ୍ ପେନ୍ ରୋହିତ ଶର୍ମା ବ୍ୟାଟିଂ କରୁଥିବା ବେଳେ ତାଙ୍କୁ ଛକା ମାରିବାକୁ ଚ୍ୟାଲେଞ୍ଜ ଦେଇ ଚିଡ଼ାଇବାକୁ ଚେଷ୍ଟା କରୁଥିବା ଭିଡିଓ ଗତକାଲି ଭାଇରାଲ୍ ହୋଇଥିଲା। ତେବେ ଆଜି ଖେଳ ଆରମ୍ଭରୁ ରୋହିତ ଶର୍ମା ଏହାର ଜବାବ ଦେଇଛନ୍ତି। ରୋହିତ କହିଛନ୍ତି,“ପେନ୍ଙ୍କ କଥା ମୁଁ ଶୁଣିଛି। ହେଲେ ତାଙ୍କ କଥାକୁ ମୁଁ ଗୁରୁତ୍ୱ ଦେଇ ନଥିଲି।
କାରଣ ମୁଁ ମୋ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେଇଥିଲି। ତେବେ ମୁଁ ଅଜିଙ୍କ୍ୟ ରାହଣେଙ୍କ ସହ ଏସମ୍ପର୍କରେ କଥା ହୋଇଥିଲି। ମୁଁ ତାଙ୍କୁ ଥଟ୍ଟା କରି କହିଥିଲି, ଯଦି ସେ(ପେନ୍) ମେଲବର୍ଣ୍ଣରେ ଶତକ ହାସଲ କରିବେ, ତା’ହେଲେ ମୁଁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ତାଙ୍କୁ କିଣିବା ପାଇଁ ମାଲିକଙ୍କୁ କହିବି। ଯାହା ଜଣାପଡ଼ୁଛି ସେ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ବଡ଼ ଫ୍ୟାନ୍।”
ଗତକାଲି ରୋହିତଙ୍କୁ ପେନ୍ ଚିଡ଼ାଇଥିଲେ। ସେ କହିଥିଲେ, ଯଦି ରୋହିତ ଛକା ମାରିବେ, ତା’ହେଲେ ସେ ମୁମ୍ବାଇ ଇଣ୍ଡିଆନ୍ସକୁ ସମର୍ଥନ କରିବେ।
ଦେଖନ୍ତୁ ଗତକାଲିର ଭିଡିଓ
"If Rohit hits a six here I'm changing to Mumbai"
#AUSvIND pic.twitter.com/JFdHsAl84b
— cricket.com.au (@cricketcomau) December 27, 2018
from Odisha Reporter http://bit.ly/2Q8BsTt

No comments:
Post a Comment