ଲୋମଟାଙ୍କୁରା ସଂଳାପ ସହିତ ଆସିଲା ବାଲ୍‌ସାହେବ୍‌ଙ୍କ ଜୀବନୀ ‘ଠାକ୍‌ରେ’ର ପ୍ରଥମ ଟ୍ରେଲର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ଲୋମଟାଙ୍କୁରା ସଂଳାପ ସହିତ ଆସିଲା ବାଲ୍‌ସାହେବ୍‌ଙ୍କ ଜୀବନୀ ‘ଠାକ୍‌ରେ’ର ପ୍ରଥମ ଟ୍ରେଲର୍‌

ମୁମ୍ବାଇ: ଲୋମଟାଙ୍କୁରା ଦୃଶ୍ୟ ଏବଂ ସଂଳାପ ସିହିତ ଅବିକଳ ଶିବସେନା ପ୍ରତିଷ୍ଠାତା ସ୍ୱର୍ଗତ ବାଲ୍‌ସାହେବ୍‌ ବା ବାଲ୍‌ ଠାକ୍‌ରେଙ୍କ ଠାଣିରେ ରିଲିଜ୍‌ ହୋଇଛି ଫିଲ୍ମ ‘ଠାକ୍‌ରେ’ର ପ୍ରଥମ ଟ୍ରେଲର। ଶିବସେନା ସଭାପତି ତଥା ବାଲ୍‌ସାହେବ୍‌ଙ୍କ ପୁଅ ଉଦ୍ଧବ ଠାକ୍‌ରେଙ୍କ ଉପସ୍ଥିତିରେ ଏହି ଟ୍ରେଲର ରିଲିଜ୍‌ ହୋଇଥିବାବେଳେ ଏହି ଫିଲ୍ମରେ ଶିବସେନା ପ୍ରତିଷ୍ଠାତାଙ୍କ ଭୂମିକାରେ ନଜର ଆସିବେ ନୱାଜୁଦ୍ଦିନ୍‌ ସିଦ୍ଦିକି ଏବଂ ଅମୃତା ରାଓ ତାଙ୍କ ପତ୍ନୀ ମୀନା ତାଇ ଠାକ୍‌ରେଙ୍କ ଭୂମିକାରେ ଆସିବେ।

ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ଏହି ଫିଲ୍ମର କାହାଣୀ ପ୍ରସ୍ତୁତ କରିଥିବାବେଳେ ଏହା ଆସନ୍ତା ମାସ ଅର୍ଥାତ ଜାନୁଆରୀ ୨୫ରେ ରିଲିଜ୍‌ ହେବ। କିନ୍ତୁ ଏହି ଟ୍ରେଲରରେ ଥିବା ୩ଟି ସଂଳାପକୁ ବାଦ ଦେବାପାଇଁ ସେନ୍ସର ବୋର୍ଡ କହିଛନ୍ତି, ଯାହାକି ଆରମ୍ଭରୁ ବିବାଦ ସୃଷ୍ଟି କରିଛି।


ପ୍ରମୁଖ କିଛି ସଂଳାପ ମଧ୍ୟରୁ ବିବଦୀୟ ୩ଟିରେ ରହିଛି ଦକ୍ଷିଣ ଭାରତ ବିରୋଧୀ ଏବଂ ବାବ୍ରୀ ମସ୍‌ଜିଦ୍‌ ସହିତ ଜଡ଼ିତ ବିବାଦୀୟ ସଂଳାପ। ମରାଠାଙ୍କ ଅଧିକାର ପାଇଁ ଏକ ସଂଳାପରୁ ଆରମ୍ଭ ହୋଇଛି ଟ୍ରେଲର। ଏଥିରେ ବାଲ୍‌ସାହେବ୍‌ଙ୍କ ଚରିତ୍ରରେ ନୱାଜୁଦ୍ଦିନ୍‌ କହୁଛନ୍ତି, “ଭିକ ମାଗିବା ଅପେକ୍ଷା ହକ୍‌ ଛଡ଼ାଇ ଆଣିବା ଶ୍ରେୟସ୍କର।”

ସେହିଭଳି ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମୋରାର୍‌ଜୀ ଦେଶାଇଙ୍କ ଏକ ସଂଳାପରେ ବାଲ୍‌ସାହେବ୍‌ ମୋତେ ଅଟକାଇବାକୁ କିଏ ପ୍ରଶ୍ନ କରିବାରୁ ଉତ୍ତରରେ ଠାକ୍‌ରେ କହୁଛନ୍ତି, ମୁମ୍ବାଇ ତ ମୁମ୍ବାଇ ମହାରାଷ୍ଟ୍ରର ସୀମାରେ ପଶିବାକୁ ଦିଆଯିବନି। ପ୍ରଥମ ହକ୍‌ ମରାଠା ଲୋକଙ୍କର ବୋଲି ମଧ୍ୟ ସେ କହୁଥିବାର ସଂଳାପ ରହିଛି।

ଅନ୍ୟ ଏକ ସଂଳାପ ରହିଛି ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କର। ସେ ବାଲ୍‌ସାହେବଙ୍କୁ ପ୍ରଶ୍ନ କରୁଛନ୍ତି, ଆପଣ କହୁଛନ୍ତି ମହାରାଷ୍ଟ୍ର କ’ଣ କେବଳ ମରାଠାଙ୍କର ? ବାଲ୍‌ସାହେବ୍‌ ଉତ୍ତର ଦେଉଛନ୍ତି, ମୁଁ ଯେତେବେଳେ ଜୟ ହିନ୍ଦ ଜୟ ମହାରାଷ୍ଟ୍ର କହେ ଆଗ ଜୟ ହିନ୍ଦ୍‌ କହେ ତା’ପରେ ମହାରାଷ୍ଟ୍ର ଆସେ। ମୋ ପାଇଁ ଦେଶ ଆଗ ତାପରେ ଯାଇ ରାଜ୍ୟ।

ରାମ ମନ୍ଦିର ପ୍ରସଙ୍ଗରେ ଏକ ଦୃଶ୍ୟରେ କୋର୍ଟରେ ତାଙ୍କୁ ଓକିଲ ପ୍ରଶ୍ନ କରୁଛନ୍ତି, ଆପଣଙ୍କ ନିର୍ଦ୍ଦେଶରେ ଆପଣଙ୍କ ଲୋକେ ବାବ୍ରୀ ମଦ୍‌ଜିଦ୍‌ ଭାଙ୍ଗିଦେଲେ। ବାଲ୍‌ସାହେବ୍‌ ଉତ୍ତର ଦେଉଛନ୍ତି, ସେଠାରେ ତ ରାମ ମନ୍ଦର ଥିଲା। ଓକିଲ ପୁଣ ପଚାରୁଛନ୍ତି, ଆପଣ କେମିତି ଜାଣିଲେ ରାମଲାଲା ସେଇଠି ହିଁ ଜନ୍ମ ହୋଇଥିଲେ। ଉତ୍ତର ଆସୁଛି, ଆଉ କ’ଣ ପାକିସ୍ତାନରେ ଜନ୍ମ ହୋଇଥିଲେ? ମୁଁ ଠିକ୍‌ କି ଭୁଲ୍‌ ଜନତା ହିସାବ କରିବେ। ମୁଁ କେବଳ ଜନତାଙ୍କ ଅଦାଲତରେ ବିଶ୍ୱାସ କରେ।



from Odisha Reporter http://bit.ly/2Q59d8i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages