କେବେ ଲାଲ୍‌ କରିଡର, ଏବେ କିନ୍ତୁ ହକି ଫିଭର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

କେବେ ଲାଲ୍‌ କରିଡର, ଏବେ କିନ୍ତୁ ହକି ଫିଭର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାଲରେ ଜାତୀୟ ପତାକାର ଟାଟୁ। ମନରେ ଦେଶ ଭକ୍ତି ସାଙ୍ଗକୁ ବିଶ୍ୱକପ୍‌ ହକି ଦେଖିବାର ଉତ୍ସାହ। ଦିନେ ଘଞ୍ଚ ଜଙ୍ଗଲରେ ବନ୍ଧୁକ ଧରି ବୁଲୁଥିବା ନକ୍ସଲ ଆଜି ଦେଶଭକ୍ତି ସାଙ୍ଗରୁ ହକି ପ୍ରେମରେ ପଡ଼ିଛନ୍ତି। ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ୩୦ ଜଣ ନକ୍ସଲ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ୱକପ୍ ହକି ଦେଖିବେ।

ଦିନେ ଏମାନେ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ପାଇଁ କାମ କରୁଥିଲେ। ଏମାନଙ୍କ ଭିତରୁ କାହା ମୁଣ୍ଡରେ ୪ ଲକ୍ଷ ତ ଆଉ କାହା ମୁଣ୍ଡରେ ରହିଥିଲା ୨ ଲକ୍ଷ ଟଙ୍କାର ପୁରସ୍କାର। ୨ରୁ ୩ ବର୍ଷ ତଳେ ଆତ୍ମସମର୍ପଣ କରିବା ପରେ ଏମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

ଆତ୍ମସମର୍ପଣ ପରେ ସେମାନଙ୍କ ମନରେ ବିଶ୍ୱକପ୍‌ ହକି ଦେଖିବାକୁ ଇଚ୍ଛା ଥିଲା। ଏକଥା ସେମାନେ ପ୍ରଶାସନକୁ ଜଣାଇଥିଲେ। ତେଣୁ ଏମାନଙ୍କୁ ଭୁବନେଶ୍ୱର ଆଣି ମ୍ୟାଚ୍ ଦେଖାଇବାର ବ୍ୟବସ୍ଥା କରାଯାଉଛି। ଏହି ଅବସରରେ ସେମାନେ ନକ୍ସଲ ସଂଗଠନ ଛାଡ଼ିବାର କାରଣ ସଂପର୍କରେ ବଖାଣିବା ସହ ଯେଉଁମାନେ ଏବେ ସଂଗଠନରେ ଅଛନ୍ତି ସେମାନଙ୍କୁ ମୁଖ୍ୟସ୍ରୋତକୁ ଫେରିବାକୁ ଆହ୍ୱାନ ଦେଇଛନ୍ତି।

ସରକାରଙ୍କ ପୁନଃଥଇଥାନ ନୀତି ଅନୁଯାୟୀ, ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ହକି ଦେଖାଇବା ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲାଇବାକୁ ଆଣିଛି ପ୍ରଶାସନ। ମାଲକାନଗିରି ଏସ୍‌ପି ଜଗମୋହନ ମୀନା କୋରାପୁଟର ୧୦ ଓ ମାଲକାନଗିରିରୁ ୨୦ ଜଣ ପୂର୍ବତନ ନକ୍ସଲଙ୍କୁ ହକି ମ୍ୟାଚ ଦେଖାଇବାକୁ ଭୁବନେଶ୍ୱର ଆଣିଛନ୍ତି। ଏମାନେ ହକି ଖେଳ ଦେଖିବା ସହ ପୁରୀ ଓ କୋଣାର୍କର ସୌନ୍ଦର୍ଯ୍ୟ ଉପଭୋଗ କରିବେ।

ରାଜଧାନୀରେ ବୁଲିବା ଓ ବିଶ୍ୱକପ୍ ହକି ଦେଖିବାକୁ ବେଶ ଉତ୍ସାହିତ ଅଛନ୍ତିଏମାନେ। ମାଓ ସଂଗଠନର ଦୁର୍ବିସହ ଜୀବନ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବା ନିଷ୍ପତ୍ତି ଯେ କେତେ ଠିକ୍ ଥିଲା, ତାହା ଏବେ ଅନୁଭବ କରିଛନ୍ତି।

କଣ କହୁଛନ୍ତି ସେମାନେ

ସଙ୍ଗଠନ ଛାଡ଼ିଥିବା ରମେଶ ମାଡ଼କାମୀ କହିଛନ୍ତି-“୨୦୦୭ ମସିହାରେ ନକ୍ସଲ ସଙ୍ଗଠନରେ ଯୋଗଦେଇଥିଲି। ତିନି ବର୍ଷ ଧରି ବିଚ୍ଛିନ୍ନାଞ୍ଚଳରେ କାମ କରିଥିଲି। ମାତ୍ର ଯେଉଁ ଲକ୍ଷ୍ୟ ନେଇ ଯାଇଥିଲି, ସେଥିରେ କିଛି ଲାଭ ନମିଳିବାରୁ ସଙ୍ଗଠନ ଛାଡ଼ିଲି।”

ରାଓ୍ୱା ମାଡ଼କାମୀ କହିଛନ୍ତି-“ଯେଉଁମାନେ ଜଙ୍ଗଲରେ ରହିଛନ୍ତି, ସେମାନେ କିଛି ଦେଖିପାରୁ ନାହାନ୍ତି। ମୁଁ ଆତ୍ମସମର୍ପଣ କରିଥିବାରୁ ରାଜଧାନୀ ଭୁବନେଶ୍ୱର ସହରକୁ ଦେଖିପାରୁଛି। ଏଥିରେ ମୁଁ ବହୁ ଖୁସି। ତେଣୁ ନକ୍ସଲମାନଙ୍କୁ ଅନୁରୋଧ କରୁଛି, ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଯାଆନ୍ତୁ।”

ମାଲକାନଗିରି ଏସ୍‌ପି ଜଗମୋହନ ମୀନା କହିଛନ୍ତି-“ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହକି ଖେଳ ଦେଖିବା ପାଇଁ ଇଚ୍ଛା କରିଥିଲେ। ସେଥିପାଇଁ ସେମାନଙ୍କୁ ଭୁବନେଶ୍ୱର ଅଣାଯାଇଛି। ଏହାଛଡ଼ା ସେମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲି ଦେଖିବେ।”



from Odisha Reporter https://ift.tt/2Esormp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages