ଜଳ ସଙ୍କଟରୁ ବଞ୍ଚିବା ପାଇଁ ଆପଣାଇଲେ ଏମିତି ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ଜଳ ସଙ୍କଟରୁ ବଞ୍ଚିବା ପାଇଁ ଆପଣାଇଲେ ଏମିତି ଉପାୟ

ପୁଣେ: ପାଣି ପିଇବ ଛାଣି, ପଇସା ନେବ ଗଣି। ଜଳ ସଙ୍କଟ ଏବେ ଉତ୍କଟ ସ୍ଥିତିରେ ପହଞ୍ଚିବାପରେ ଏ ଉକ୍ତି ଏବେ ଅନ୍ୟ ଏକ ସ୍ତରରେ ପହଞ୍ଚି ସାରିଛି ତାହା ହେଉଛି ପାଣି ପିଇବ ଗଣି। ଆଜ୍ଞା ହଁ ଜଳର ଅପଚୟ କମାଇବା ପାଇଁ ପୁଣେର ରେଷ୍ଟୁରାଣ୍ଟଗୁଡ଼ିକ ଆପଣାଇଛନ୍ତି ଅଭିନବ ଉପାୟ।

ସାଧାରଣତଃ ଆମେ ଦେଖିଥାଉ କହିବା ଆଗରୁ ରେଷ୍ଟୁରାଣ୍ଟରେ ଫୁଲ୍‌ ଗ୍ଲାସ୍‌ର ପାଣି ପହଞ୍ଚିଯାଏ। କିନ୍ତୁ ଏହି ରେଷ୍ଟୁରାଣ୍ଟରେ ଅଧା ଗ୍ଲାସ୍‌ ଦିଆଯାଇଥାଏ ଏବଂ କେବଳ ଆଗୁଆ କହିଥିଲେ ଯାଇ ଫୁଲ୍‌ ଗ୍ଲାସ୍‌ ପାଣି ଦିଆଯାଇଥାଏ।

ଏପରିକି ୱାଶ୍‌ରୁମ୍‌ରେ ମଧ୍ୟ ପାଣି ଖର୍ଚ୍ଚ କମାଇବା ପାଇଁ ସେନ୍ସର ଲଗାଯାଇଛି। ପ୍ରାୟ ୪୦୦ଟି ରେଷ୍ଟୁରାଣ୍ଟରେ ଏପରି ଉପାୟ ଅବଲମ୍ବନ କରାଯାଇଛି। ଗତ ଅକ୍ଟୋବର ମାସରେ ପାଣି ବ୍ୟବହାରକୁ ନେଇ ପୌର କର୍ତ୍ତୃପକ୍ଷ କଟକଣା ଲଗାଇବାପରେ ଏଭଳି ଉପାୟ ଅବଲମ୍ବନ କରାଯାଇଛି।

ଏହି ପଦକ୍ଷେପ ବ୍ୟତୀତ ପୁଣେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ପକ୍ଷରୁ ଆଗକୁ ଆହୁରି ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସଭାପତି ଗଣେଶ ସେଟ୍ଟୀ। କଳିଙ୍ଗ ରେଷ୍ଟୁରାଣ୍ଟ ଚଳାଉଥିବା ଗଣେଶ କହିଛନ୍ତି, “ଆମେ ଅଧା ଗ୍ଲାସ୍‌ ପାଣି ହିଁ ଦେଉ। ନମାଗିଲା ଯାଏ ପୁଣି ଭର୍ତ୍ତି କରୁନାହୁଁ। ବଳକା ପାଣି ଫୋପାଡ଼ିଦେବା ବଦଳରେ ଏହାର ପ୍ରକ୍ରିୟାକରଣ କରି ତା’କୁ ଚଟାଣ ସଫା କରିବା କାମରେ ଲଗାଯାଉଛି।”



from Odisha Reporter https://ift.tt/2zSKUFh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages