
ଆଡେଲେଡ୍: ବିଶ୍ୱ କ୍ରିକେଟ୍ରେ ଅଷ୍ଟ୍ରେଲିଆ ସର୍ବଦା ପ୍ରତିପକ୍ଷ ଦଳର ଖେଳାଳିଙ୍କୁ ସ୍ଲେଜିଂ ବା ଚିଡ଼ାଇ ଥାଆନ୍ତି। ଯଦି ଅଷ୍ଟ୍ରେଲିଆ ଖେଳାଳି କୌଣସି ବ୍ୟାଟସ୍ମ୍ୟାନଙ୍କୁ ଆଉଟ୍ କରି ପାରନ୍ତି ନାହିଁ, ତା’ହେଲେ ସ୍ଲେଜିଂ କରି ସେମାନଙ୍କୁ ମାନସିକସ୍ତରରେ ଦୁର୍ବଳ କରିବାକୁ ଚେଷ୍ଟା କରନ୍ତି। ହେଲେ ବେଳେ ବେଳେ ସେମାନେ ଏମିତି କିଛି ଖେଳାଳିଙ୍କ ସାମ୍ନା କରିଥାନ୍ତି, ଯେଉଁମାନେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଉପରେ ଭାରୀ ପଡ଼ି ଯାଆନ୍ତି।
ଏଭଳି ଏକ ଘଟଣା ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ୍ ମ୍ୟାଚ୍ର ଅନ୍ତିମ ଦିନରେ ଦେଖିବାକୁ ମିଳିଥିଲା। ବୋଲିଂ କରିବା ବେଳେ ପ୍ୟାଟ୍ କମିନ୍ସ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଚିଡ଼ାଇଥିଲେ। ତେବେ କମିନ୍ସ ଆଜି ମ୍ୟାଚ୍ର ଶେଷଦିନରେ ବ୍ୟାଟିଂ କରିବା ବେଳେ ପନ୍ତ ବାରମ୍ବାର ୱିକେଟ୍ ପଛରେ ରହି ତାଙ୍କୁ ଚିଡ଼ାଇଥିଲେ। ପନ୍ତଙ୍କ ପାଟିରୁ ବାହାରିଥିବା ପ୍ରତିଟି କଥା ୱିକେଟ୍ରେ ଲାଗିଥିବା ମାଇକ୍ରୋଫୋନ୍ରେ ରେକର୍ଡ ହୋଇଛି। ଏହାର ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି।
ଏହି ଭିଡିଓରେ ଦେଖିବାକୁ ମିଳୁଛି ଅଶ୍ୱିନ୍ ବୋଲିଂ କରୁଛନ୍ତି। ଏହି ସମୟରେ ପନ୍ତ କହୁଛନ୍ତି “ କମ୍ଅନ୍ ପ୍ୟାଟ୍ ତୁମେ ଖରାପ ବଲରୁ ମଧ୍ୟ ରନ୍ ବାହାର କରିପାରୁନାହଁ।” ପନ୍ତ ଏଭଳି କହୁଥିଲେ ହେଁ କମିନ୍ସ ଏହାର କୌଣସି ଉତ୍ତର ଦେଇ ନଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ପନ୍ତଙ୍କୁ ସମର୍ଥନ କରିଥିବା ବେଳେ ଆଉ କିଛି ତାଙ୍କର ଏଭଳି ସ୍ଲେଜିଂକୁ ନାପସନ୍ଦ କରିଛନ୍ତି।
ଦେଖନ୍ତୁ ଭିଡିଓ
Stump mic on
It’s cricket like never before, no commentary in the whole over#AUSvIND #foxcricket pic.twitter.com/8R2nwVMa9W
— Fox Cricket (@FoxCricket) December 10, 2018
from Odisha Reporter https://ift.tt/2BgH8FR

No comments:
Post a Comment