
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିନା ଏନ୍ଓସିରେ ଚାଲୁଥିବା ପବ୍ଲିକ ସ୍କୁଲଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ସରକାରଙ୍କ ସଜବାଜ ପରେ ଦ୍ୱନ୍ଦ୍ୱରେ ପଡ଼ିଲେଣି ସେଠାରେ ପଢୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ। ବର୍ଷ ଅଧାରୁ ପିଲାଙ୍କୁ ନେଇ କୁଆଡ଼େ ଯିବେ, ତାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢ଼ିଗଲାଣି।
ତଥ୍ୟ ଅନୁସାରେ ସାରା ରାଜ୍ୟରେ ପ୍ରାୟ ୫ ହଜାର ପବ୍ଲିକ ସ୍କୁଲ ରହିଛି। ସେଥିରୁ ୨୭ ଜିଲ୍ଲାରେ ଥିବା ୨୯୧ ଟି ସ୍କୁଲର ଏନ୍ଓସି ରହିଛି। ବାକି ସ୍କୁଲଗୁଡ଼ିକ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। ସେପଟେ କିନ୍ତୁ ସରକାରଙ୍କ ଏହି ତାଲିକାକୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେଣି ଅନେକ ସ୍କୁଲ କର୍ତ୍ତୃପକ୍ଷ। କିଏ କହୁଛି ଆମ ପାଖରେ ସାର୍ଟିଫିକେଟ୍ ଅଫ୍ ରେକଗ୍ନିଶନ୍ ଅଛି ତ ଆଉ କିଏ କହୁଛି ସ୍କୁଲ୍ ସବୁ ସର୍ତ୍ତ ପୂରଣ କରଛି। ତେଣୁ ଏନ୍ଓସି ପ୍ରଦାନରେ ପକ୍ଷପାତିତା ହୋଇଛି।
ତେଣେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ଏନ୍ଓସି ନପାଇ ଚାଲୁଥିବା ସ୍କୁଲ ତୁରନ୍ତ ବନ୍ଦ କରାନଗଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ସେପଟେ ଅଭିଭାବକ ମହାସଂଘ ଆଜି ଓପେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟି ଏନ୍ଓସି ପାiନଥିବା ସ୍କୁଲ୍ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରିଛି।
from Odisha Reporter https://ift.tt/2UyrjCV
No comments:
Post a Comment