ବାଟବଣା ସ୍ୱଚ୍ଛଭାରତ ଅଭିଯାନ: ପାଇଖାନା ତିଆରି ପରେ ମିଳୁନି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ବାଟବଣା ସ୍ୱଚ୍ଛଭାରତ ଅଭିଯାନ: ପାଇଖାନା ତିଆରି ପରେ ମିଳୁନି ଟଙ୍କା

p1

ସାଲେପୁର (ମନୋଜ ଆଚାର୍ଯ୍ୟ): କେନ୍ଦ୍ର ସରକାର ‘ସ୍ୱଚ୍ଛ ଭାରତ ଯୋଜନା’ରେ ପ୍ରତିଟି ଘରେ ପାଇଖାନା ନିର୍ମାଣର ବ୍ୟବସ୍ଥା କରିଛନ୍ତି। ହେଲେ କଟକ ଜିଲ୍ଲା ସାଲେପୁର ବ୍ଲକ୍‌ରେ ଏହି ଯୋଜନାର କାର୍ଯ୍ୟାଦେଶ ବଣ୍ଟନରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। ଲୋକେ ନିଜ ଖର୍ଚ୍ଚରେ ପାଇଖାନା ତିଆରି କରିବା ପରେ ଏବେ ସହାୟତା ରାଶି ପାଇବା ପାଇଁ ନାକେଦମ୍ ହେଉଛନ୍ତି। ଏପରିକି କିଛି ହିତାଧିକାରୀଙ୍କ ନଥିପତ୍ର ବ୍ଲକ୍‌ କାର୍ଯ୍ୟାଳୟରେ ନଥିବା ଅଭିଯୋଗ ବି ହୋଇଛି। ଏପରି ଅଭିଯୋଗ ଆସିଛି ସାଲେପୁର ବ୍ଲକ୍‌ର ମହଣ ପଞ୍ଚାୟତ ବଳଭଦ୍ରପୁର ଗାଁରୁ।

ଅଭିଯୋଗ ଅନୁସାରେ, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇବା ପରେ ଗାଁ ଲୋକେ କାମ ଆରମ୍ଭ କରିଥିଲେ। କାମ ସରିବାକୁ ପ୍ରାୟ ବର୍ଷେ ବିତି ଗଲାଣି। ହେଲେ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ଅର୍ଥରାଶି ମିଳିପାରିନାହିଁ। ଏପରିକି କିଛି ହିତାଧିକାରୀଙ୍କ ନାଁ ତାଲିକାରେ ନଥିବା ଅଭିଯୋଗ ହେଉଛି।

pଏପରି ସମାନ ଅଭିଯୋଗ ଆଣିଛନ୍ତି ମହଣ ପଞ୍ଚାୟତର ୮୦ରୁ ଅଧିକ ହିତାଧିକାରୀ। ଶୀଘ୍ର ସେମାନଙ୍କୁ ସହାୟତା ରାଶି ଦିଆନଗଲେ ଆଗାମୀ ଦିନରେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ କାର୍ଯ୍ୟାଦେଶ ବଣ୍ଟନରେ ଅବ୍ୟବସ୍ଥାକୁ ବିଡିଓ ସ୍ୱୀକାର କରିଛନ୍ତି। ଯେଉଁ ହିତାଧିକାରୀ ଟଙ୍କା ପାଇନାହାନ୍ତି, ସେମାନଙ୍କୁ ସହାୟତା ରାଶି ଦେବାର ବ୍ୟବସ୍ଥା କରାଯିବ ବୋଲି ବିଡିଓ ଶିବବ୍ରତ ଘୋଷ କହିଛନ୍ତି।



from Odisha Reporter https://ift.tt/2EgrgHg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages