ଅପରେସନ ସମୟରେ ରୋଗୀଙ୍କ ଅନ୍ତଃନଳୀରେ ଲୁଣ ଢଳା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ଅପରେସନ ସମୟରେ ରୋଗୀଙ୍କ ଅନ୍ତଃନଳୀରେ ଲୁଣ ଢଳା !

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କୁ ନେଇ ଥମୁନି ବିବାଦ। କେତେବେଳେ ଅଜବ ଅନୁଶାସନ ପାଇଁ ତ ଆଉ କେତେବେଳେ ନିଆରା ଚିକିତ୍ସା ଶୈଳୀକୁ ନେଇ। ଏସବୁ ଭିତରେ ଲୁଣ ଚିକିତ୍ସାକୁ ନେଇ ଆଉ ଏକ ବିବାଦୀୟ ଅଧ୍ୟାୟ ଯୋଡ଼ି ହୋଇଯାଇଛି ତାଙ୍କ ନାଁରେ। କ୍ୟାନସରରେ ପୀଡ଼ିତ ରୋଗୀଙ୍କ ଅପରେସନ୍‌ ସମୟରେ ଅନ୍ତଃନଳୀରେ ଲୁଣ ଓ ଲେମ୍ବୁ ରସ ପକାଇବା ଅଭିଯୋଗ। ଯାହାର ଏକ ଭିଡ଼ିଓ ଏବେ ଭାଇରାଲ୍ ହୋଇଛି।

କ୍ୟାନସରେ ପୀଡ଼ିତ ଜଣେ ରୋଗୀଙ୍କ ଅପରେସନ୍‌ କରାଯାଇଥିଲା। ଏହି ସମୟରେ ରୋଗୀଙ୍କ ଅନ୍ତଃନଳୀରେ ଖାଇବା ଲୁଣ ଢ଼ାଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କିତ ଭିଡିଓ ଭାଇରାଲ୍ ହେବା ପରେ ଏବେ ପୂଜାହାରୀଙ୍କ ବିରୋଧରେ ପୁଣି ତୀବ୍ର ହେବାରେ ଲାଗିଛି ଅସନ୍ତୋଷ।

ଭିମ୍‌ସାର ଜୁନିୟର ଡାକ୍ତର ସଂଘ (ଜେଡିଏ) କହିଛି, ଏଭଳି ଚିକିତ୍ସା ପଦ୍ଧତି କୌଣସି ଭେଷଜ ପାଠ୍ୟକ୍ରମରେ ନାହିଁ। ପୂଜାହାରୀଙ୍କ ଦ୍ୱାରା କରାଯାଉଥିବା ଏଭଳି ଚିକିତ୍ସା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବାର ପ୍ରମାଣ ଥିବା କହିଛି ଜେଡିଏ। ଏନେଇ ବୁର୍ଲା ଥାନାରେ ଜେଡିଏ ଏକ ଏତଲା ଦେଇଥିବା ବେଳେ ତବ୍‌ଲା ଥେରାପି ନାଁରେ ଅଶ୍ୱିନ ପୂଜାହାରୀଙ୍କ ବିରୋଧରେ ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି।

ପ୍ରଫେସର ପୁଜାହାରୀଙ୍କ ପ୍ରତିକ୍ରିୟା

ସେପଟେ ଲୁଣ ଚିକିତ୍ସା ସପକ୍ଷରେ କିନ୍ତୁ ଯୁକ୍ତି ବାଢ଼ିଛନ୍ତି ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ। ଅପରେସନ ସମୟରେ କର୍କଟ ରୋଗୀଙ୍କ ସଂକ୍ରମିତ ସ୍ଥାନରେ ଥିବା ଜୀବାଣୁକୁ ବିନାଶ କରିବାରେ ସହାୟକ ହୋଇଥାଏ ଲୁଣ। ଅପରେସନ୍ ସରିବା ପୂର୍ବରୁ ସମସ୍ତ ଲୁଣକୁ ସଫା କରି ଷ୍ଟିଚ୍‌ କରିଦିଆଯାଏ। ତେବେ ଭାଇରାଲ୍‌ ଭିଡ଼ିଓରେ ଥିବା ରୋଗୀ ହେଉଛନ୍ତି ଛତିଶଗଡ଼ ଅଞ୍ଚଳର ବୋଲି ପ୍ରଫେସର ପୂଜାହାରୀ କହିଛନ୍ତି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ତେବେ ଭାଇରାଲ୍‌ ଭିଡ଼ିଓ ସ୍ୱଳ୍ପ ଅବଧିର। ଯାହାକୁ ଜାଣିଶୁଣି ପ୍ରସ୍ତୁତ କରି ମୋ ବିପକ୍ଷରେ ଭାଇରାଲ୍ କରାଯାଉଛି ବୋଲି ପୂଜାହାରୀ କହିଛନ୍ତି।

ମହଲତ ଦେଲା ଜୁନିଅର ଡାକ୍ତର ସଂଘ

ଭିମସାରରେ ଜୁନିଅର ଡାକ୍ତର ସଂଘର ଆନ୍ଦୋଳନ ନେଇ ଆଜି କଟକ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଭିମ୍‌ସାର, ଏସ୍‌ସିବି ଓ ଏମ୍‌କେସିଜି ମେଡ଼ିକାଲ୍‌ କଲେଜର କନିଷ୍ଠ ଡାକ୍ତର ଯୋଗଦେଇ ଆଲୋଚନା କରିଥିଲେ। ୪୮ ଘଣ୍ଟା ମହଲତ ଭିତରେ ଭିମସାର ନିର୍ଦ୍ଦେଶକଙ୍କୁ ବହିଷ୍କାର କରିବାକୁ ଜୁନିଅର ଡାକ୍ତର ସଂଘ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନରେ SCB, MKCG ଜୁନିଅର ଡାକ୍ତର ସାମିଲ ହେବେ ବୋଲି ସଂଘ ଚେତାବନୀ ଦେଇଛି।



from Odisha Reporter https://ift.tt/2rm4zbU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages