
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିକାଂଶ ଲୋକଙ୍କ ଶରୀରରେ ଭାତୁଡ଼ି ବା କଳାଜାଈ ଥାଏ। କୁହାଯାଏ, କଳାଜାଈ ଓ ଭାତୁଡ଼ି ଏକ ପ୍ରକାର ଚର୍ମ ରୋଗ। ତେବେ ମନେ ରଖନ୍ତୁ, ଛୋଟ ଛୋଟ କଳାଜାଈ ବା ଭାତୁଡ଼ି ବଡ଼ ହେବାକୁ ଳାଗିଲେ, ଏହା ଶରୀର ପାଇଁ କ୍ଷତିକାରକ। ତେଣୁ ଏହା ବଢ଼ିଲେ ଆପଣଙ୍କୁ ସାବଧାନ ହେବାକୁ ପଡ଼ିବ।
କଳାଜାଈ ବା ଭାତୁଡ଼ି ବଢ଼ିଲେ ଶରୀରରେ ଏଚ୍ପିଭି( HPV ବା Human papillomavirus) ଇନ୍ଫେକ୍ସନ୍ ହୋଇଥାଏ। ଏହା ଏକ ଭାଇରାଲ୍ ଇନ୍ଫେକ୍ସନ୍। ଜଣେ ବ୍ୟକ୍ତିଙ୍କ ଚର୍ମ ସହ ଅନ୍ୟ ବ୍ୟକ୍ତିଙ୍କ ଚର୍ମ ସଂସ୍ପର୍ଶରେ ଆସିଲେ, ଶରୀରରେ ଏହି ଇନ୍ଫେକ୍ସନ୍ ହୋଇଥାଏ। ସ୍ୱାସ୍ଥ୍ୟ ବିଜ୍ଞାନ ଅନୁସାରେ, ପାଖାପାଖି ୧୦୦ ପ୍ରକାରର ଏଚ୍ପିଭି ଇନ୍ଫେକ୍ସନ୍ ରହିଛି। ଏଥିରୁ ୪୦ ପ୍ରକାର ଇନ୍ଫେକ୍ସନ୍ ଶାରୀରିକ ସମ୍ପର୍କରୁ ହିଁ ହୋଇଥାଏ।
କଳାଜାଈ କିମ୍ୱା ଭାତୁଡ଼ି ସାଧାରଣତଃ ଶରୀରର ହାତ, ଅଙ୍ଗୁଳି, କହୁଣୀ ଓ ବେକ ଭଳି ଅଙ୍ଗରେ ହୋଇଥାଏ। ଆଉ ଏଚ୍ପିବି ଇନ୍ଫେକ୍ସନ୍ ବଢ଼ିଲେ, କ୍ୟାନସର୍ ହେବାର ଆଶଙ୍କା ଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ପୁରୁଷମାନଙ୍କ କ୍ଷେତ୍ରରେ ଏହି ଏଚ୍ପିବି ଇନ୍ଫେକସନ୍ ଅଧିକ ମାତ୍ରାରେ ଦେଖାଯାଏ। ସମଲିଙ୍ଗୀ ପୁରୁଷଙ୍କ ଠାରେ ଏହି ଇନ୍ଫେକସନ୍ ହେବାର ସମ୍ଭାବନା ଅଧିକ ଥାଏ।
ଏଚ୍ପିବି ସଂକ୍ରମଣର କାରଣ ଓ ନିରାକରଣ
ଜଣେ ବ୍ୟକ୍ତିଙ୍କ କୌଣସି ଘା’ ବା ତ୍ୱଚାର କ୍ଷତ ସ୍ଥାନ ସଂସ୍ପର୍ଶରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀର ଆସିଲେ, ଏହି ସଂକ୍ରମଣ ବ୍ୟାପିଥାଏ। ଏଭଳି ସଂକ୍ରମଣ ଦ୍ୱାରା ଶରୀରରେ ହୋଇଥିବା ଭାତୁଡ଼ି ବଢ଼ିବାର ଆଶଙ୍କା ଥାଏ। କେବେଳ ପୁରୁଷ ନୁହନ୍ତି, ଗର୍ଭବତୀଙ୍କ କ୍ଷେତ୍ରରେ ମଧ୍ୟ ଏଚ୍ପିବି ସଂକ୍ରମଣର ଆଶଙ୍କା ଥାଏ।
ତେଣୁ କଳାଜାଈ ଓ ଭାତୁଡ଼ି ବଢ଼ିଲେ ବା ଏଚ୍ପିବି ସଂକ୍ରମଣର ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।
ଏହି ଭାଇରାଲ୍ ଇନ୍ଫେକସନ୍ରୁ ଶରୀରକୁ ସୁରକ୍ଷା ଦେବା ପାଇଁ ଏଚ୍ପିବି ନିରୋଧ ଟୀକା ଦିଆଯାଏ। ୧୧ରୁ ୧୨ ବର୍ଷ ବୟସର ପୁଅ ଝିଅଙ୍କୁ ଏହି ଟୀକା ଦିଆ ଯାଇଥାଏ।
from Odisha Reporter https://ift.tt/2EfI1Bg
No comments:
Post a Comment