୨୦୧୮ରେ ଏହି ୫ଟି ଐତିହାସିକ ରାୟ ଦେଇଥିଲେ ସୁପ୍ରିମ୍‌ କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

୨୦୧୮ରେ ଏହି ୫ଟି ଐତିହାସିକ ରାୟ ଦେଇଥିଲେ ସୁପ୍ରିମ୍‌ କୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ୨୦୧୮ର ପ୍ରମୁଖ ଘଟଣା ମଧ୍ୟରେ ଥିଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ ରାୟ। ଦେଶର ସାମାଜିକ ଓ ସାଂସ୍କୃତିକ ଚଳଣି ତଥା ବ୍ୟବସ୍ଥାକୁ ସୁପ୍ରିମ୍‌ କୋର୍ଟଙ୍କ ଏହି ସବୁ ରାୟ ଖୁବ୍‌ ପ୍ରଭାବିତ କରିଥିଲା।

ଏବେ ଆସନ୍ତୁ ୨୦୧୮ର ଏହିପରି ୫ଟି ଐତିହାସିକ ରାୟ ସମ୍ପର୍କରେ ଜାଣିବା। ୧. ସମଲିଙ୍ଗୀ ସମ୍ପର୍କ (ଧାରା-୩୭୭)କୁ ଆଇନ୍‌ଗତ ସ୍ୱୀକୃତି 

୨୦୧୮ର  ଅଗଷ୍ଟ ୬ ତାରିଖ ଥିଲା ଦେଶ ପାଇଁ ଏକ ଐତିହାସିକ ଦିନ। ଦୀର୍ଘ ୨୪ ବର୍ଷ ଧରି ଆଇନଗତ ଲଢ଼େଇ ପରେ ଏହି ଦିନ ସମଲିଙ୍ଗୀମାନଙ୍କ ସାମାଜିକ ସଂପର୍କକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଗୁରୁତ୍ୱପୂର୍ଣ୍ଣ ରାୟରେ ଆଇନଗତ ସ୍ୱୀକୃତି ଦେଇଥିଲେ। ସର୍ବୋଚ୍ଚ କୋର୍ଟ ୩୭୭ ଧାରାକୁ ଅପରାଧିକ ଶ୍ରେଣୀରୁ ହଟାଇ ଦେଇଥିଲେ। ସମଲିଙ୍ଗୀ ସମ୍ପର୍କ ବେଆଇନ୍‌ ନୁହେଁ ବୋଲି  କୋର୍ଟ ତାଙ୍କ ରାୟରେ କହିଥିଲେ। ବ୍ରିଟିଶ୍ ଶାସନ କାଳରୁ ରହି ଆସିଥିବା ଏହି ଆଇନ୍‌ଗତ କଟକଣା ହଟିଯିବା ଦେଶର ସାମାଜିକ ବ୍ୟବସ୍ଥାରେ ଏକ ବଡ଼ଧରଣର ପରିବର୍ତ୍ତନ ଅନୁଭୂତ ହେଲା।

୨. ବାଧ୍ୟତାମୂଳକ ନୁହେଁ ‘ଆଧାର’

ଆଧାର କାର୍ଡ ବୈଧ କିନ୍ତୁ ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମ କୋର୍ଟ ଏହି ବର୍ଷ ତାଙ୍କ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ତେବେ ନିର୍ଦ୍ଦିଷ୍ଟ କିଛି ବ୍ୟବସ୍ଥା ପାଇଁ ଆଧାର କାର୍ଡ୍‌ ଲିଙ୍କ୍‌ ଜରୁରୀ ବୋଲି କୋର୍ଟ କହିଛନ୍ତି।

ଏବେ ଆସନ୍ତୁ ଜାଣିବା, କେଉଁଥି ପାଇଁ ଆଧାର ବାଧ୍ୟତାମୂଳକ ଏବଂ କେଉଁଥିପାଇଁ ନୁହେଁ

 ଆଧାର ଲିଙ୍କ୍‌ ବାଧ୍ୟତାମୂଳକ

୧: ପ୍ୟାନ୍‌ କାର୍ଡରେ ଆଧାର କାର୍ଡ ଲିଙ୍କ୍‌ ବାଧ୍ୟତାମୂଳକ

୨:ଆୟକର ରିଟର୍ଣ୍ଣସ୍‌ ଫାଇଲ୍‌ ବେଳେ ଆଧାର ନମ୍ବର  ଜରୁରୀ

୩: ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସବ୍‌ସିଡି ଓ ଜନ କଲ୍ୟାଣ ଯୋଜନା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ

ଏହି ସବୁ ପାଇଁ ଆଧାର କାର୍ଡ ଜରୁରୀ ନୁହେଁ

୧: ସୁପ୍ରିମ କୋର୍ଟ ‘ଆଧାର’ ଆଇନ୍‌ର ଧାରା ୫୭କୁ ରଦ୍ଦ କରିଦେଇଛନ୍ତି। ତେଣୁ ଏଣିକି ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲିବା ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ହେବନାହିଁ।

୨: ଘରୋଇ କମ୍ପାନୀ ଯଥା ଟେଲିକମ୍‌ ଓ ଇ କମର୍ସ ଫାର୍ମ ଏଣିକି ଲୋକଙ୍କୁ ଆଧାର ନମ୍ବର ମାଗି ପାରିବେ ନାହିଁ।

୩: ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ବେଳେ କର୍ତ୍ତୃପକ୍ଷ ପିଲାମାନଙ୍କୁ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି କହିପାରିବେ ନାହିଁ।

୪: ସିବିଏସ୍‌ଇ, ୟୁଜିସି ଓ ନିଟ୍‌ ପରୀକ୍ଷା ପାଇଁ ଏଣିକି ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ।

୩. ବେଆଇନ୍‌ ନୁହେଁ ପରକୀୟା ପ୍ରୀତି(ଧାରା ୪୯୭)

ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଥିବା ପରକୀୟା ପ୍ରୀତି ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ଆଇପିସିର ଧାରା ୪୯୭ ଅନୁଯାୟୀ ପ୍ରଚଳିତ ଆଇନ୍‌କୁ ଅସାମ୍ୱିଧାନିକ ବୋଲି କହିଥିଲେ। ସୁପ୍ରିମ୍‌କୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଏହି ଐତିହାସିକ ନିଷ୍ପତି ଶୁଣାଇଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବେଞ୍ଚ୍‌ କହିଥିଲେ, ଆଇନ୍‌ ଅନୁସାରେ ମହିଳାମାନଙ୍କ ସହିତ ଅସମ୍ମାନ କରାଯାଇପାରିବ ନାହିଁ। ଏଣୁ ଏଭଳି ସମ୍ପର୍କ ଅପରାଧ ପର୍ଯ୍ୟାୟଭୁକ୍ତ ହେବନାହିଁ ବୋଲି ରାୟରେ କୁହାଯାଇଛି।

୪. ସାବରିମାଲା ବିବାଦ

ସାବରିମାଲା ମନ୍ଦିରରେ ୧୦ ବର୍ଷରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶ ନେଇ ଥିବା କଟକଣାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏ ବର୍ଷ ତାଙ୍କ ରାୟରେ ହଟାଇ ଦେଇଛନ୍ତି। ସବୁ ବୟସର ମହିଳା ଏହି ମନ୍ଦିରକୁ ପ୍ରବେଶ କରିପାରିବେ ବୋଲି ସୁପ୍ରିମ କୋର୍ଟ ତାଙ୍କ ରାୟରେ କହିଛନ୍ତି। ତେବେ କୋର୍ଟଙ୍କ ଏହି ରାୟକୁ ମନ୍ଦିରର ପୂଜକଙ୍କ ସମେତ କିଛି ବର୍ଗର ଲୋକ ପ୍ରବଳ ବିରୋଧ କରିଥିଲେ। ଏହାକୁ ନେଇ ୨୦୧୮ରେ ବହୁ ବିବାଦ ମଧ୍ୟ ସୃଷ୍ଟି ହୋଇଛି।

୫. ଟ୍ରିପଲ୍‌ ତଲାକ୍‌କୁ ନା

ବିବାହ ବିଚ୍ଛେଦ ନେଇ ଇସ୍‌ଲାମ୍‌ ସଂସ୍କୃତିର ଏକ କଠୋର ବ୍ୟବସ୍ଥା ‘ତଲାକ୍‌ ତଲାକ୍ ତଲାକ୍‌’ ୨୦୧୮ର ଏକ ଐତିହାସିକ ରାୟରେ ସୁପ୍ରିମ୍‌ କୋର୍ଟ ବେଆଇନ୍‌ ଘୋଷଣା କରିଥିଲେ। ଏହି ‘ଟ୍ରିପଲ୍‌ ତଲାକ୍‌’ ବିଧି ଅସାମ୍ବିଧାନିକ ଓ ମୁସଲ୍‌ମାନ୍‌ ମହିଳାଙ୍କ ମୌଳିକ ଅଧିକ କ୍ଷୁର୍ଣ୍ଣ କରୁଛି ବୋଲି ସର୍ବୋଚ୍ଚ କୋର୍ଟ ତାଙ୍କ ରାୟରେ କହିଥିଲେ।



from Odisha Reporter http://bit.ly/2ETt2xr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages