ମାଟି ଖୋଳୁ ଖୋଳୁ ହୋଇଗଲେ କୋଟିପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ମାଟି ଖୋଳୁ ଖୋଳୁ ହୋଇଗଲେ କୋଟିପତି

ଭୋପାଲ: ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାରେ ଦୁଇ ଶ୍ରମିକଙ୍କ ପାଇଁ ଆଗୁଆ ଆସିଛି ନୂଆବର୍ଷର ଖୁସି। ଖଣି ସେମାନଙ୍କ ପାଇଁ ଏହି ଖୁସି ଆଣିଦେଇଛି। ଆଜ୍ଞା ହଁ, ମୋତିଲାଲ ଏବଂ ରଘୁବୀର ପ୍ରଜାପତି ନାମକ ଏହି ଦୁଇ ଶ୍ରମିକ ଦୁଇ ମାସ ତଳେ ବୃହତ୍ ଏକ ହୀରା ପାଇଥିଲେ ଯାହାକି ନିଲାମରେ ୨.୫୫ କୋଟି ଟଙ୍କାରେ ଯାଇଛି।

ନିଲାମୀରେ କ୍ୟାରେଟ୍‌ ପିଛା ମୂଲ୍ୟ ୬ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା। ଦୁଇ ଶ୍ରମିକ ଖୋଳି ବାହାର କରିଥିବା ହୀରା ୪୨.୯ କ୍ୟାରେଟ୍‌ର ଥିଲା।

ପାନ୍ନା ଜିଲ୍ଲାର ଡାଇମଣ୍ଡ ଅଫିସର ସନ୍ତୋଷ ସିଂହ କହିବା ଅନୁଯାୟୀ ଝାନ୍ସିର ଜଣେ ହୀରା ବ୍ୟବସାୟୀ ତଥା ବିଏସ୍‌ପି ନେତା ୨୦ ପ୍ରତିଶତ ଅର୍ଥ ଦେଇସାରିଛନ୍ତି ଏବଂ ବାକି ଅର୍ଥ ହୀରାର ପ୍ରକ୍ରିୟା କରଣ ଆରମ୍ଭ ସମୟରେ ପଇଠ କରାଯିବ। ୧୨ ପ୍ରତିଶତ ରୟାଲ୍ଟି ଏବଂ ଟିକସକୁ ବାଦ୍‌ ଦେଲେ ବାକି ଟଙ୍କା ପ୍ରଜାପତିଙ୍କ ଆକାଉଣ୍ଟକୁ ପଠାଇଦିଆଯିବ। ସେମାନେ ୨.୩୦ କୋଟି ଟଙ୍କାକୁ ନିଜ ନିଜ ମଧ୍ୟରେ ବାଣ୍ଟିନେବେ।

ସେମାନେ ଗତ ଅକ୍ଟୋବର ୯ ତାରିଖରେ ଏହି ହୀରା ପାଇଥିଲେ ଏବଂ ଡାଇମଣ୍ଡ ଅଫିସରଙ୍କ ଜିମା ଦେଇଥିଲେ, କିନ୍ତୁ ଏହାର ମୂଲ୍ୟ ବାବଦରେ କଳନା କରିପାରିନଥିଲେ। ସେମାନେ ନିଲାମରେ ମଧ୍ୟ ଯୋଗ ଦେଇନଥିଲେ। ଏଭଳି ବିପୁଳ ଅର୍ଥ ପାଇବେ ବୋଲି ଜାଣିବାପରେ ପିଲାମାନଙ୍କ ଶିକ୍ଷାରେ ଏହା ଉପଯୋଗୀ ହୋଇପାରିବ ବୋଲି କହିଛନ୍ତି।



from Odisha Reporter http://bit.ly/2EXlsTs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages