
ଦୁବାଇ: କିଛି ସମୟ ଧରି ବ୍ୟାଟିଂରେ କ୍ରମାଗତ ବିଫଳତା ପାଇଥିବା ପାକିସ୍ତାନ ଓପନର୍ ମହମ୍ମଦ ହାଫିଜ୍ ଟେଷ୍ଟ୍ କ୍ରିକେଟରରୁ ଅବସର ଘୋଷଣା କରିଛନ୍ତି। ବର୍ତ୍ତମାନ ପାକିସ୍ତାନ ଦୁବାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳୁଛି। ଏହି ମ୍ୟାଚ୍ରେ ହାଫିଜ୍ ମଧ୍ୟ ଖେଳୁଛନ୍ତି। କିନ୍ତୁ ସିରିଜ୍ ସରିବା କ୍ଷଣି ସେ ଟେଷ୍ଟ୍ କ୍ରିକେଟକୁ ବାଏବାଏ କହିବେ ବୋଲି ଆଜି ଘୋଷଣା କରିଛନ୍ତି। ୩୭ ବର୍ଷୀୟ ହାଫିଜ ଗତ ୭ଟି ଇନିଂସ୍ରେ ମାତ୍ର ୬୬ ରନ୍ କରିବାକୁ ସକ୍ଷମ ହୋଇଛନ୍ତି।
୨୦୦୩ରେ ବାଂଲାଦେଶ ବିପକ୍ଷ ଟେଷ୍ଟ୍ରେ ଡେବ୍ୟୁ କରିଥିବା ହାଫିଜ୍ ବର୍ତ୍ତମାନ ସୁଦ୍ଧା ୫୫ଟି ମ୍ୟାଚ୍ରେ ୩୬୪୪ ରନ୍ କରିପାରିଛନ୍ତି। ଏଥିରେ ୧୦ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ରହିଛି। ହାଫିଜ୍ କହିଛନ୍ତି, “ଏବେ ଅବସର ନେବାର ସମୟ ଆସିଯାଇଛି। ତେଣୁ ମୁଁ ନ୍ୟୁଜିଲ୍ୟାଣ୍ଡ ସହ ଏହି ମ୍ୟାଚ୍ ପରେ ଟେଷ୍ଟ୍ କ୍ରିକେଟ୍କୁ ଅଲବିଦା କହିବି।”
from Odisha Reporter https://ift.tt/2Uhx086
No comments:
Post a Comment