
ଔରଙ୍ଗାବାଦ୍:ମହାରାଷ୍ଟ୍ରର ଔରଙ୍ଗାବାଦ୍ କୋଲାସ୍ୱାଡ଼ି ପୁଲିସ ଅଧୀନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କମ୍ପାଉଣ୍ଡରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଡାକ୍ତରଙ୍କୁ ଗିରଫ କରିଛି। ସମ୍ପୃକ୍ତ ଡାକ୍ତର ଜଣକ ହେଉଛନ୍ତି ତାଜ୍ ଆନ୍ ସାରୀ। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଦିଲ୍ଦାର ସୈଖ୍ ଫେରାର ଅଛନ୍ତି।
ପୁଲିସ ଏହି ଘଟଣାରେ ପୋଷକୋ ଆକ୍ଟରେ ଏକ ମାମଲା ରୁଜୁ କରିଛି। ପୀଡ଼ିତା ଜଣକ ନାବାଳିକା ହୋଇଥିବା ବେଳେ ତାଙ୍କ ପରିବାର ଅତି ଗରୀବ ଶ୍ରେଣୀର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଯୁବତୀ ଜଣକ କଲ୍ୟାଣିସ୍ଥତ ନନ୍ଦିଭଲି ନିକଟସ୍ଥ ଏକ କ୍ଲିନିକ୍ରେ କାମ କରନ୍ତି। ପୀଡ଼ିତାଙ୍କ କହିବା ଅନୁଯାୟୀ ଡାକ୍ତର ଜଣକ ତାଙ୍କୁ ଚାକିରୀରୁ ବାହାର କରିବା ଧମକ ଦେଇ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରନ୍ତି।
ଏମିତିକି କ୍ଲିନିକ୍ରେ ବାରମ୍ବାର ଦୁଷ୍କର୍ମ କରି ଏହାର ଭିଡିଓ ଶୁଟ୍ କରନ୍ତି। ଆଉ ସେହି ଭିଡିଓକୁ ନେଇ ସେ ତାଙ୍କୁ ବ୍ଲାକମେଲିଂ କରନ୍ତି। ତେବେ ବାରମ୍ବାର ଯୌନ ନିର୍ଯାତନାର ଶିକାର ହେବା ପରେ ଏଥିରେ ଅତିଷ୍ଠ ହୋଇ ଯୁବତୀ ଜଣକ ଚାକିରୀ ଛାଡ଼ିଦେଲେ। ଏହା ପରେ ମମ୍ପୃକ୍ତ ୨ ଜଣ ଯୁବତୀ ଜଣକୁ ବାରମ୍ବାର ଫୋନ୍ କରି ଭିଡିଓ ଭାଇରାଲ କରିଦେବାକୁ ଧମକ ଦିଅନ୍ତି। ଏହା ପରେ ପୀଡ଼ିତା ଜଣକ ଘଟଣା ସମ୍ପର୍କରେ ତାଙ୍କ ମା’କୁ କହିଥିଲେ ଏବଂ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ତେବେ ପୁଲିସ ତଦନ୍ତ ବେଳେ ଉକ୍ତ କ୍ଲିନିକ୍ରୁ ବହୁ ଆପତ୍ତିଜନକ ଜିନିଷ ଜବତ କରିଛି । ତେବେ ଡାକ୍ତର ଜଣକ ପଇସା ଦେଇ ରୋଗୀଙ୍କ ସହ ଦୁଷ୍କର୍ମ କରିନ୍ତି ବୋଲି ପୁଲିସ ଯାଞ୍ଚରୁ ଜାଣିପାରିଛି।
from Odisha Reporter http://bit.ly/2AjmKUz
No comments:
Post a Comment