ସାମ୍ବାଦିକଙ୍କ ମୁଣ୍ଡ ଫଟେଇଦେବେ କହି ଧମକାଇଲେ ଏହି ନେତା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ସାମ୍ବାଦିକଙ୍କ ମୁଣ୍ଡ ଫଟେଇଦେବେ କହି ଧମକାଇଲେ ଏହି ନେତା, ଦେଖନ୍ତୁ ଭିଡିଓ

ଗୁଆହାଟୀ: ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍) ମୁଖ୍ୟ ସାମ୍ବାଦିକ ସମ୍ମିଳନୀରେ ହିଁ ସାମ୍ବାଦିକଙ୍କ ମୁଣ୍ଡ ଫଟାଇଦେବେ କହି ଧକାଇଛନ୍ତି। ଗଣତାନ୍ତ୍ରିକ ଦଳ ଦର୍ଶାଉଥିବା ଏହି ଦଳର ମୁଖ୍ୟ ଏଭଳି ଧମାକାଉଥିବାର ସମସ୍ତ ଘଟଣା କ୍ୟାମେରରେ କଏଦ୍ ହୋଇଥିବା ଜଣାଯାଇଛି।

ଏପରିକି ସେହି ଦଳର କର୍ମୀମାନେ ସାମ୍ବାଦିକ ଜଣଙ୍କୁ ସମସ୍ତଙ୍କ ସାମ୍ନାରେ କ୍ଷମା ମାଗିବାକୁ ମଧ୍ୟ କହିଥିବା ଜଣାଯାଇଛି। ପରେ ସାମ୍ବାଦିକ ଜଣକ ଏହି ଲୋକସଭା ସାଂସଦଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ସାମ୍ବାଦିକ ଜଣକ ଆଜମଲ୍‌ଙ୍କୁ ୨୦୧୯ ଲୋକସଭା ନିର୍ଅବାଚନରେ ଏଆଇୟୁଡିଏଫ୍ର ମେଣ୍ଟ ଯୋଜନା ବିଷୟରେ ପ୍ରଶ୍ନ କରିଥିଲେ। ଆଜମଲ୍ ଉତ୍ତର ଦେଇଥିଲେ ଆମେ ଦିଲ୍ଲୀରେ ମହାଗଠବନ୍ଧନ ସହିତ ଅଛୁ।

ଏହାପରେ ସାମ୍ବାଦିକ ପୁଣିଥରେ ପଚାରିଥିଲେ, ଯେଉଁ ଦଳ ଜିତିବ ସେହି ଅନୁସାରେ ଏଆଇୟୁଡିଏଫ୍ ନିଜର ପଟ ପରିବର୍ତ୍ତନ କରିବ କି? ଏଥର କିନ୍ତୁ ରାଗିଯାଇଥିଲେ ଆଜମଲ୍। ସେ କହିଥିଲେ, କେତେ କୋଟି ଟଙ୍କାରେ ବିଜେପି ପାଖରେ ବିକ୍ରି ହୋଇଛ?..ବଦମାସ୍… କୁକୁର…ମୋ ସମର୍ଥନରେ ହଜାର ହଜାର ଲୋକ। ମୁଣ୍ଡ ଫଟେଇଦେବି ମାରିକି..ଯାଅ ମୋ ନାଁରେ କେଶ୍ କର।”

ଏହା ପରେ ଗାଳି ବର୍ଷିବା ବନ୍ଦ ହୋଇନଥିଲା। ଏପରିକି ଆଜମଲ୍‌ ଅନ୍ୟ ଜଣେ ସାମ୍ବାଦିକଙ୍କ ବୁମ୍‌ ଛଡ଼ାଇ ପ୍ରଶ୍ନକର୍ତ୍ତା ସାମ୍ବାଦିକଙ୍କୁ ମାରିବାକୁ ଉଦ୍ୟତ ହୋଇଥିଲେ।



from Odisha Reporter http://bit.ly/2SnMPZA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages