ଏହି ନିର୍ଦ୍ଦେଶକଙ୍କୁ କ୍ଷମା ମାଗିଥିଲେ ‘କାକା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଏହି ନିର୍ଦ୍ଦେଶକଙ୍କୁ କ୍ଷମା ମାଗିଥିଲେ ‘କାକା’

rajeshkhanna

ମୁମ୍ବାଇ: ‘‘ବାବୁ ମୋସାୟ ଜିନ୍ଦେଗୀ ବଡି ହୋନୀ ଚାହିଏ ଲମ୍ବି ନହିଁ’’। ଏ ଡାଏଲଗ୍‌ ସହିତ ଆପଣ ବେଶ୍ ପରିଚିତ ଥିବେ। ‘ଆନନ୍ଦ’ ଫିଲ୍ମରେ ରାଜେଶ ଖାନ୍ନାଙ୍କ ଏ ଡାଏଲଗ୍‌କୁ ଯିଏ ଥରେ ଶୁଣିଛି, ସେ ଆଉ ଭୁଲି ପାରିନି।

‘ଆନନ୍ଦ’ ଫିଲ୍ମ ହିଟ୍ ହୋଇଥିଲା। ରାଜେଶ ଖାନ୍ନା, ଯାହାଙ୍କୁ ବଲିଉଡ୍‌ ‘କାକା’ ବୋଲି ଡାକୁଥିଲା, ଏଥିରେ ଖୁବ୍ ଭଲ ଅଭିନୟ କରିଥିଲେ। ଏମିତିରେ ତ ସେ ସେତେବେଳର ସୁପରଷ୍ଟାର୍‌ ଥିଲେ। ତେବେ ଏ ଫିଲ୍ମ ବେଳେ ରାଜେଶ ଖାନ୍ନା ଏକ ଭିନ୍ନ ଅନୁଭୂତି ପାଇଥିଲେ। ଆଜି ତାଙ୍କର ୭୬ତମ ଜୟନ୍ତୀ ଅବସରରେ ଆମେ ଆପଣଙ୍କୁ ସେହି ଅନୁଭୂତି ସଂପର୍କରେ କହିବୁ। ଆପଣମାନଙ୍କ ମଧ୍ୟରୁ ଅନେକ ଏ ବିଷୟରେ ଜାଣିଥିବେ ମଧ୍ୟ।

‘ଆନନ୍ଦ’ ଫିଲ୍ମ ସୁଟିଂ ହେଲା ବେଳକୁ ରାଜେଶ ଖାନ୍ନା ଥିଲେ ଜଣେ ବ୍ୟସ୍ତ ଅଭିନେତା। ତାଙ୍କ ହାତରେ ଆହୁରି ଗୁଡ଼ାଏ ଫିଲ୍ମ ଥାଏ। ତେଣୁ ସେ ‘ଆନନ୍ଦ’ର ସୁଟିଂ ସେଟ୍‌କୁ ଦୁଇ ତିନି ଘଣ୍ଟା ପାଇଁ ଆସନ୍ତି ଓ ସୁଟିଂ କରି ଚାଲି ଯାଆନ୍ତି। ତେବେ ସେ ଆସିବାରେ ଟିକେ ବିଳମ୍ବ କରନ୍ତି। କିନ୍ତୁ ଦିନେ ସବୁ ସୀମା ଟପିଗଲା। ସେଟ୍‌କୁ ଆସିବାରେ ସେ ଅହେତୁକ ବିଳମ୍ବ କଲେ। ନିର୍ଦ୍ଦେଶକ ହୃଷିକେଶ ମୁଖାର୍ଜୀ ତାଙ୍କ ଅପେକ୍ଷାରେ ରହିଥାଆନ୍ତି। ସମୟ ବିତାଇବାକୁ ସେ ଚେସ୍ ଖେଳୁଥାଆନ୍ତି। ଶେଷରେ ପ୍ରତୀକ୍ଷାର ଅନ୍ତ ହେଲା ଓ ରାଜେଶ ଖାନ୍ନା ଆସି ସେଟ୍‌ରେ ପହଞ୍ଚିଲେ। ହୃଷିକେଶ ତାଙ୍କୁ ମେକ୍‌ଅପ୍ ହେବାକୁ ପଠାଇ ଦେଲେ।

Hrishikeshରାଜେଶ ଖାନ୍ନା କଷ୍ଟ୍ୟୁମ୍ ବଦଳାଇ ଓ ମେକ୍‌ଅପ୍ ହୋଇ ଆସିବା ପରେ ହୃଷିକେଶ ମୁଖାର୍ଜୀ ‘ପ୍ୟାକ୍ ଅପ୍’ କହିଥିଲେ। ‘ପ୍ୟାକ୍‌ ଅପ୍’ ଅର୍ଥାତ୍ ସୁଟିଂ ଶେଷ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାଜେଶ ଖନ୍ନା ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ହୃଷିକେଶ କାହିଁକି ରାଗିଗଲେ, ତାହା ବୁଝି ପାରିଥିଲେ। ସେ ହୃଷିକେଶଙ୍କୁ କ୍ଷମା ମାଗିଥିଲେ ଓ ଆଉ କେବେ ଏମିତି ହେବନି ବୋଲି କହିଥିଲେ। ଏହା ପରେ ଶୁଟିଂ ଆରମ୍ଭ ହୋଇଥିଲା।

rajesh1୧୯୭୧ ମସିହାରେ ‘ଆନନ୍ଦ’ ରିଲିଜ୍ ହୋଇଥିଲା। ଏଥିରେ କାକାଙ୍କ ସହିତ ବିଗ୍‌ ବି ଅମିତାଭ ବଚ୍ଚନ ବି ଅଭିନୟ କରିଥିଲେ। ‘ଆନନ୍ଦ’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲା। ରାଜେଶ ଖାନ୍ନା ଶ୍ରେଷ୍ଠ ଅଭିନେତା ଓ ଅମିତାଭ ବଚ୍ଚନ ଶ୍ରେଷ୍ଠ ସହ-ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଡାଏଲଗ୍‌ ପାଇଁ ଗୁଲଜାରଙ୍କୁ ବି ଏହି ପୁରସ୍କାର ମିଳିଥିଲା। ଶ୍ରେଷ୍ଠ କାହାଣୀ ଓ ଶ୍ରେଷ୍ଠ ଏଡିଟିଂ ପାଇଁ ହୃଷିକେଶ ମୁଖାର୍ଜୀଙ୍କୁ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା।



from Odisha Reporter http://bit.ly/2BL1QxC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages