
ପର୍ଥ: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ୍ରେ କଙ୍ଗାରୁ ଟିମ୍ର ଅଧିନାୟକ ତଥା ୱିକେଟ୍ କିପର ବ୍ୟାଟସ୍ମ୍ୟାନ୍ ଟିମ୍ ପାଇନ୍ ଜଣଙ୍କ ପରେ ଜଣେ ଭାରତୀୟଙ୍କୁ ଚିଡ଼ାଇବା ଆରମ୍ଭ କରିଛନ୍ତି। ଅଷ୍ଟ୍ରେଲିଆର ବ୍ୟାଟିଂ ବେଳେ ପାଇନ୍ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲିଙ୍କୁ ଆକ୍ଷେପ କରିଥିଲେ। ତେବେ ଟିମ୍ ଇଣ୍ଡିଆର ବ୍ୟାଟିଂ ବେଳେ ପାଇନ୍ ବିରାଟ୍ଙ୍କ ନାଁ ନେଇ ଓପନର ମୁରଲୀ ବିଜୟଙ୍କୁ ଚିଡ଼ାଉଥିବା ଜଣାପଡ଼ିଛି।
ପାଇନ୍ ଯେଉଁ ସବୁ କଥା ବିଜୟଙ୍କୁ କହିଥିଲେ, ତାହା ଷ୍ଟମ୍ପରେ ଲାଗିଥିବା ମାଇକ୍ରୋଫୋନ୍ରେ ରେକର୍ଡ ହୋଇଛି। ଏହି ଭିଡିଓଟି ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଟିମ୍ ପାଇନ୍ ଓପନର ବିଜୟଙ୍କୁ କହୁଛନ୍ତି, “ ମୁଁ ଜାଣିଛି ସେ(ବିରାଟ୍) ତୁମ ଅଧିନାୟକ। କିନ୍ତୁ ତୁମେ ତାଙ୍କୁ ସିରିୟସଲି ନେବା ଆଦୌ ଉଚିତ ନୁହେଁ।” ବିଜୟ କେବଳ ସ୍ମିତହାସ୍ୟ ଦେଇ ପାଇନ୍ଙ୍କ କଥାରୁ ଏଡ଼ାଇ ଯାଇଥିଲେ। ଏହା ପୂର୍ବରୁ ପାଇନ୍ ବ୍ୟାଟିଂ କରିବା ବେଳେ ବିରାଟ୍ଙ୍କୁ ଆକ୍ଷେପ କରିବାରୁ ଏଥିରେ ଫିଲ୍ଡ ଅମ୍ପାୟାର ହସ୍ତକ୍ଷେପ କରିଥିଲେ।
ଦେଖନ୍ତୁ ଭିଡିଓ
More cheeky banter caught on the TV stump mic! #AUSvIND pic.twitter.com/pDbuJIfJJI
— cricket.com.au (@cricketcomau) 17 December 2018
from Odisha Reporter https://ift.tt/2A4TTmX
No comments:
Post a Comment