ଥଟ୍ଟାମଜାରୁ ଯୁବକଙ୍କୁ କଚାଡ଼ି ମାରିଦେଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଥଟ୍ଟାମଜାରୁ ଯୁବକଙ୍କୁ କଚାଡ଼ି ମାରିଦେଲେ!

ପିପିଲି (ଦ୍ଵିତୀକୃଷ୍ଣ ପଟ୍ଟନାୟକ): ଥଟ୍ଟାମଜାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପୁରୀରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପିପିଲି ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ପିପିଲି ଥାନା ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ମୂର୍ଦ୍ଧନୀପୁର ଗାଁରେ ସୁରେନ୍ଦ୍ର ବେହେରାଙ୍କ ସହିତ ବ୍ରହ୍ମପୁର ଗାଁର ପ୍ରଫୁଲ୍ଲ କୁମାର ଦଳେଇ (ବାବାଜୀ) ଥଟ୍ଟାମଜା କରିଥିଲେ। ଏଥିରେ ସୁରେନ୍ଦ୍ର ରାଗି ଯାଇ ପ୍ରଫୁଲ୍ଲଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ। ଏହି କଥାରେ ପ୍ରଫୁଲ୍ଲ ଉତ୍ତେଜିତ ହୋଇ ସୁରେନ୍ଦ୍ରଙ୍କୁ ମାଡ଼ ମାରିଥିଲେ। ପରେ ସେ ତାଙ୍କୁ ଟେକି ଜୋରରେ କଚାଡ଼ି ଦେଇଥିବା ଅଭିଯୋଗ ହୋଇଛି।

ସୁରେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ମଙ୍ଗଳପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।



from Odisha Reporter http://bit.ly/2CGEeMa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages