ରାସ୍ତା ଉପରେ ଜିଲ୍ଲାପାଳଙ୍କ ଗୋଡ଼ ତଳେ ପଡ଼ିଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ରାସ୍ତା ଉପରେ ଜିଲ୍ଲାପାଳଙ୍କ ଗୋଡ଼ ତଳେ ପଡ଼ିଲେ ଚାଷୀ

ଭୋପାଲ: ସରକାରୀ କଳର ଚାଷୀକୁଳ ପ୍ରତି ଥିବା ଉଦାସୀନତାର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ଚାଷୀ ଅଜିତ୍‌ ଜାତଭ ୬ ମାସ ତଳେ ନିଜ ଜମିରେ ପାଣି ମଡ଼ାଇବା ପାଇଁ ପମ୍ପର ଆବଶ୍ୟକତାକୁ ଅନୁଭବ କରିଥିଲେ।

ହେଲେ ତାଙ୍କ ଜମି ନିକଟରେ ବିଦ୍ୟୁତ୍‌ ନଥିବାରୁ ସେ ଏକ ଛୋଟିଆ ପାୱାର ଟ୍ରାନ୍ସଫର୍ମର ପାଇଁ ଜିଲ୍ଲାପାଳଙ୍କ ଅଫିସରେ ୪୦ ହଜାର ଟଙ୍କା ଜମା କରିଥିଲେ। ଦୀର୍ଘ ୬ମାସ କାଳ ସେ ଜିଲ୍ଲାପାଳଙ୍କ ଅଫିସକୁ ଯାଉଥିଲେ ହେଁ ତାଙ୍କ କଥାକୁ କେହି ଗୁରୁତ୍ୱ ଦେଇ ନଥିଲେ। ଶେଷରେ ସେ ଜିଲ୍ଲାପାଳ ଅଫିସ ବାହାରକୁ ଆସୁଥିବାର ଦେଖି ରାସ୍ତା ଉପରେ ତାଙ୍କ ଗୋଡ଼ ତଳେ ପଡ଼ି ନିଜ ଅସୁବିଧା ସମ୍ପର୍କରେ ଜଣାଇଥିଲେ।

ଚାଷୀ ଅଜିତ୍‌ କହିଛନ୍ତି, “ ଟ୍ରାନ୍ସଫର୍ମର ପାଇଁ ମୁଁ ସମସ୍ତ ପ୍ରକାରର କାଗଜପତ୍ର କାମ ଶେଷ କରିଦେଇଛି। କିନ୍ତୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ରାନାଉଡ୍‌ ଗାଁର ପ୍ରଶାସନି କ ଅଧିକାରୀମାନେ ମୋ କଥା ଶୁଣୁନାହାନ୍ତି।”

ଜିଲ୍ଲାପାଳ ଅନୁରାଗ ପି. କହିଛନ୍ତି, “ ଚାଷୀ ଅଜିତଙ୍କ ଭଳି ଏକାଧିକ ଚାଷୀ ଏଭଳି ଆବେଦନ କରିଛନ୍ତି। ତାଲିକାରେ ୫୦ରୁ ଅଧିକ ଚାଷୀଙ୍କ ନାଁ ରହିଛି। ଟାନ୍ସଫର୍ମର ପାଇଁ ସମସ୍ତେ ଆବେଦନ କରିଛନ୍ତି। ତେଣୁ ଏଥିପାଇଁ ସମୟ ଲାଗୁଛି।”



from Odisha Reporter http://bit.ly/2ThzxOs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages