
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବାମହାତୀ ବ୍ୟାଟସ୍ମ୍ୟାନ୍ ତଥା ଓପନର ସ୍ମୃତି ମନ୍ଧାନା ଆଜି ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କୁ ଆଇସିସି ପକ୍ଷରୁ ଚଳିତ ବର୍ଷ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମହିଳା କ୍ରିକେଟର ଅଫ୍ ଦି ଇୟର ଭାବେ ରେଚେଲ ହେହୋ ଫ୍ଲିଣ୍ଟ ପୁରସ୍କାର ମିଳିବ। ଏଥିସହ ସ୍ମୃତି ୨୦୧୮ରେ ଦିନିକିଆ କ୍ରିକେଟ୍ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ, ତାଙ୍କୁ ଦିନିକିଆର ଶ୍ରେଷ୍ଠ ଖେଳାଳି ଭାବେ ମଧ୍ୟ ଚୟନ କରାଯାଇଛି।
୨୨ ବର୍ଷୀୟ ସ୍ମୃତି ୧୨ଟି ଦିନିକିଆରେ ୬୬୯ ରନ୍ କରିଥିବା ବେଳେ ୨୫ଟି ଟି-୨୦ରୁ ୬୨୨ ରନ୍ ହାସଲ କରିଛନ୍ତି। ସେହିପରି ସ୍ମୃତି ଆଇସିସି ମହିଳା ଟି-୨୦ ବିଶ୍ୱକପ୍ର ୫ଟି ମ୍ୟାଚ୍ରେ ୧୭୮ ରନ୍ କରିଥିଲେ। ମନ୍ଧାନା ଏବେ ଆଇସିସି ମହିଳା ଦିନିକିଆ ରାଙ୍କିଙ୍ଗର ବ୍ୟାଟସ୍ମ୍ୟାନ୍ ତାଲିକାରେ ୪ ନଂ ସ୍ଥାନରେ ଥିବା ବେଳେ ଟି-୨୦ରେ ୧୦ ନଂ ସ୍ଥାନରେ ରହିଛନ୍ତି।
ସ୍ମୃତିଙ୍କ ପୂର୍ବରୁ ୨୦୦୭ରେ ଦ୍ରୁତ ବୋଲର ଝୁଲନ ଗୋସ୍ୱାମୀ ଆଇସିସିର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏବେ ସ୍ମୃତି ଦ୍ୱିତୀୟ ଭାରତୀୟ ଭାବେ ଇତିହାସ ସୃଷ୍ଟି କରିଛନ୍ତି।
from Odisha Reporter http://bit.ly/2To1nsB
No comments:
Post a Comment