ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ଜମାକାରୀ ଫେରିପାଇବେ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ଜମାକାରୀ ଫେରିପାଇବେ ଟଙ୍କା

କଟକ(ଓଡ଼ିଶା ରିପୋର୍ଟର): ଟଙ୍କା ଫେରି ପାଇବେ ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ସଂସ୍ଥାର ଜମାକାରୀ। ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାରଙ୍କୁ କଟକର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ୍‌ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ୨ ଲକ୍ଷ ୩୮ ହଜାର ୪୭୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୯୨ କୋଟି ୮ ଲକ୍ଷ ୯୬ ହଜାର ୯୮୨ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଆର୍‌ଆଇ ଓ ପଞ୍ଚାୟତ ସ୍ତରରେ ପୂର୍ବରୁ ଚିହ୍ନଟ ହୋଇଥିବା ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦିଆଯିବ। ସମସ୍ତ ଟଙ୍କା ଅନ୍‌ଲାଇନ୍‌ ଯୋଗେ ଟଙ୍କା ଜମାକାରୀଙ୍କ ଆକାଉଣ୍ଟରେ ଜମା ହେବ। ଯେଉଁ ଜମାକାରୀ ୭ ହଜାର କିମ୍ବା ତା’ଠାରୁ କମ୍ ଟଙ୍କା ଜମା କରିଥିଲେ, ସେମାନଙ୍କୁ ସଂପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ।

ସେହିପରି ଯେଉଁମାନେ ୧୦ ହଜାର ପର୍ଯ୍ୟନ୍ତ ଟଙ୍କା ଜମା କରିଥିଲେ, ସେମାନଙ୍କୁ ୭ ହଜାର ଟଙ୍କା ଫେରସ୍ତ ମିଳିବ ଓ ସେମାନେ ବଳକା ଟଙ୍କାର ୫୨ ପ୍ରତିଶତ ଫେରସ୍ତ ପାଇବେ। ରୋଜଭ୍ୟାଲି କମ୍ପାନୀର ବ୍ୟାଜ୍ୟାପ୍ତ ସଂପତ୍ତିର ବିକ୍ରିଲବ୍ଧ ଅର୍ଥରୁ ଏହି ଜମାଟଙ୍କା ଫେରସ୍ତ ଦିଆଯିବ। ଗତ ୨୧୫ରେ ରୋଜଭ୍ୟାଲିର ସଂପତ୍ତି ବ୍ୟାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।



from Odisha Reporter https://ift.tt/2EhQPXu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages