
ମରଙ୍ଗଲିନ୍ ଥାୟାର ଅର୍ଥାତ୍ ମଦର ଅଫ୍ ଟ୍ରିଜ୍( ଗଛ ମାନଙ୍କର ମାଆ)। ୭୫ବର୍ଷୀୟ ଥାୟାମ୍ମାଲ୍ଙ୍କୁ ଏମିତି କିଛି ନାଁରେ ଜାଣନ୍ତି ସ୍ଥାନୀୟ ଲୋକେ। ତାମିଲ୍ନାଡୁର ଅବସରପ୍ରାପ୍ତ ଏହି ଶିକ୍ଷୟିତ୍ରୀଙ୍କ ଏହି ଡାକନାମ ପଛର କାରଣ ହେଉଛି ତାଙ୍କର ଗଛ ଲଗାଇବା ପ୍ରତି ଥିବା ରୁଚି। ପେନସନ୍ ପଇସାରେ ଗଛ ଲଗାଇ ସବୁଜିମାକୁ ପ୍ରାଧାନ୍ୟ ଦେଉଥିବା ଥାୟାମ୍ମାଲ୍ଙ୍କ ଏହି ନିଆରା ନିଶା ପଛରେ କାରଣ କ’ଣ ରହିଛି ଆସନ୍ତୁ ଜାଣିବା।
ଥାୟାମ୍ମାଲ୍ଙ୍କ କହିବା ଅନୁଯାୟୀ, ମୋର ଏ ଇଚ୍ଛା ଆଜି କିମ୍ବା କାଲିର ନୁହେଁ। ଯେତେବେଳେ ମୁଁ ସରକାରୀ ସ୍କୁଲ୍ରେ ଶିକ୍ଷୟିତ୍ରୀ ଥିଲି ସେତେବେଳେ ମୋ ପାଖରେ କିଛି ଜମି ଥିଲା। ମୁଁ ଏବଂ ମୋ ସ୍ୱାମୀ ମିଶି ସେଥିରେ ନଡିଆ ଗଛ ଲଗାଉଥିଲୁ। ସେତେବେଳେ ମତେ କାମରୁ ଅଧିକ ସମୟ ମିଳୁ ନଥିଲା ତେଣୁ ମୁଁ ଏଥିପ୍ରତି ଅଧିକ ସମୟ କିମ୍ୱା ଅର୍ଥ ଖର୍ଚ୍ଚ କରିପାରୁ ନ ଥିଲି। ଯେହେତୁ ଏବେ ମୋ ପାଖରେ ସମୟ ଏବଂ ପେନସନ୍ ପଇସା ଉଭୟ ରହୁଛି ତେଣୁ ମୁଁ ଏହାକୁ ମହତ କାମରେ ଲଗାଇବା ଉଚିତ ମନେ କରୁଛି।
ଥାୟାମ୍ମାଲ୍ଙ୍କ କହିବା ଅନୁଯାୟୀ, ମୁଁ ମୋ ଜୀବନର ୩୭ବର୍ଷ ପିଲାମାନଙ୍କୁ ଭୂଗୋଳ ଏବଂ ଇତିହାସ ବିଷୟ ପଢାଇବାରେ ଅତିବାହିତ କରିଦେଇଛି। ଅବସର ପରେ ମୁଁ ଏମିତି କିଛି କରିବାକୁ ଚାହୁଁଥିଲି ଯେଉଁଟା ମତେ ଶାନ୍ତି ଦେବ।
ଥାୟାମ୍ମାଲ୍ଙ୍କ କହିବା ଅନୁଯାୟୀ, ମୁଁ ଏ କାମ ଆରମ୍ଭ କରିବା ପୂର୍ବରୁ ପ୍ରାୟ ଲୋକେ ମତେ ଏ କାମ କରିବାକୁ ବାରଣ କରିଥିଲେ। ନିଜର ଅର୍ଥକୁ ଗଛ ଲଗାଇବାରେ ନଲଗାଇ ଅନ୍ୟ କୌଣସି କାର୍ଯ୍ୟରେ ଲଗାଇବାକୁ ପରାମର୍ଶ ଦେଇଥିଲେ। ହେଲେ ଗଛ ପ୍ରତି ଥିବା ଭଲପାଇବା ମତେ ମୋ ଲକ୍ଷରୁ କୌଣସି ବାରଣ ଅଟକାଇପାରି ନଥିଲା।
ପଢିବାରେ ଘଣ୍ଟା ଘଣ୍ଟା ସମୟ ବିତାଉଥିଲେ ଥାୟାମ୍ମାଲ୍
ବୃକ୍ଷ ରୋପଣ ସମ୍ପର୍କରେ ଥାୟାମ୍ମାଲ୍ ଅଧିକରୁ ଅଧିକ ବହି ପଢ଼ୁଥିଲେ। ଆଉ ସେହି ଅନୁଯାୟୀ କେଉଁ ମାଟି ଓ ପାଣିପାଗକୁ ସୁହାଇଲା ଭଳିଆ ଗଛ ଲଗାଉଥିଲେ। ତେବେ ଗଛରେ ପାଣି ଦେବା ପାଇଁ ସେ ଜଣେ ପିଲାକୁ ନିଯୁକ୍ତି ଦେଇଛନ୍ତି। ଥାୟାମ୍ମାଲ୍ ଏପର୍ଯ୍ୟନ୍ତ ଚାରା ଲଗାଇବା ପଛରେ ୪ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଥାୟାମ୍ମାଲ୍ଙ୍କୁ ତାଙ୍କ ଭାଇ ଏବଂ ଜ୍ୱାଇଁ ଏ କାମରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସେ କହିଛନ୍ତି।
from Odisha Reporter http://bit.ly/2rQ9BOr
No comments:
Post a Comment