ଛତିଶଗଡ଼ରେ ମଉଳିଲା ପଦ୍ମ, ଓଡ଼ିଶା ଶଙ୍ଖ ଶିବିରରେ ଖୁସିର ଲହରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ଛତିଶଗଡ଼ରେ ମଉଳିଲା ପଦ୍ମ, ଓଡ଼ିଶା ଶଙ୍ଖ ଶିବିରରେ ଖୁସିର ଲହରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ରେ ମଉଳୀ ଯାଇଛି ପଦ୍ମ। ରମଣଙ୍କ ସବୁ ଆଶା ମିଳେଇ ଯାଇଛି। ଜନାଦେଶ କଂଗ୍ରେସ ସପକ୍ଷରେ ଯାଇଥିବାରୁ ବିଜେପି ଗଡ଼ ବୋଲାଉଥିବା ଛତିଶଗଡ଼ରେ ଆଉ ପଦ୍ମର ରାଜୁତି ହେବନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ଏହାକୁ ଗୁରୁତର ସହ ଗ୍ରହଣ କରାଯାଉଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ବୋଲି ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ଯେହେତୁ ଓଡ଼ିଶା ପଶ୍ଚିମାଞ୍ଚଳର କେତୋଟି ଜିଲା ଛତିଶଗଡ଼ ସୀମାନ୍ତରେ ରହିଛି, ଏଣୁ ଏହାର ପ୍ରଭାବ ପଡିବ ବୋଲି କୁହାଯାଉଛି। ମହାନଦୀ ସେମାନଙ୍କ ଜୀବନଧାରା ହୋଇଥିବା ବେଳେ ରମଣ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏହାର ଜଳକୁ ଆବଦ୍ଧ କରି ରଖିଥିଲା। ଯାହାକୁ ନେଇ ଓଡ଼ିଶାରେ ବିଜେପି ପ୍ରତି ଜନ ଅସନ୍ତୋଷ ରହିଥିଲା।

ଏଣୁ ଛତିଶଗଡ଼ରେ ବିଜେପି ହାରିବା ପରେ ଓଡ଼ିଶାରେ ପଦ୍ମ ଫୁଟିବାର ଅବକାଶ ନାହିଁ ବୋଲି କହିଛନ୍ତି ପ୍ରସନ୍ନ। ଏବଂ ବିଜେପିର ପରାଜୟ ପରୋକ୍ଷରେ ବିଜେଡିର ନିରଙ୍କୁଶ ଶାସନର ପୂର୍ବଭାଷ ଦେଉଛି ବୋଲି ପ୍ରସନ୍ନଙ୍କ କଥାରୁ ଲାଗିଥିଲା।



from Odisha Reporter https://ift.tt/2QJmCHp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages