ସ୍ତନରେ ବ୍ରେଷ୍ଟ ପମ୍ପ୍‌ ଲଗାଇ ହଲିଉଡ୍‌ ଅଭିନେତ୍ରୀଙ୍କ ଅଜବ ପ୍ରତିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ସ୍ତନରେ ବ୍ରେଷ୍ଟ ପମ୍ପ୍‌ ଲଗାଇ ହଲିଉଡ୍‌ ଅଭିନେତ୍ରୀଙ୍କ ଅଜବ ପ୍ରତିବାଦ

ନୁଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସର୍ବସାଧାରଣ ସ୍ଥାନରେ ନିଜ ସନ୍ତାନକୁ ସ୍ତନ୍ୟପାନ କରିବା ପାଇଁ ଅନେକ ମଡେଲ୍‌ ପ୍ରତିବାଦ ଓ କ୍ୟାମ୍ପେନ୍‌ କରିବା କଥା ଆପଣ ଶୁଣି ଆସିଥିବେ। ଭାରତ ନୁହେଁ ବିଦେଶରେ ଏହି କ୍ୟାମ୍ପେନ୍‌ ଅଧିକ ମାତ୍ରାରେ ହେଉଥିବା ଆପଣ ଶୁଣିଥିବେ। ତାଲିକାରେ ହଲିଉଡ୍‌ ସେଲିବ୍ରିଟିମାନେ ଅଧିକ ପ୍ରତିବାଦ କରୁଥିବା ବେଳେ ଏଥର ଏଥିରେ ଯୋଡ଼ି ହୋଇଛି ଆଉ ଗୋଟିଏ ନୂଆ ନାଁ।

ବର୍ତ୍ତମାନ ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତଥା ଓସ୍କାର୍‌ ବିଜୟିନୀ ରାଚେଲ୍‌ ମେକ୍‌ଆଡାମସ୍‌ ଏହାକୁ ନେଇ ନିଜର ଦୃଢ଼ ପ୍ରତିବାଦ ଜଣାଇ ଏକ କ୍ୟାମ୍ପେନ୍‌ ଆରମ୍ଭ କରିଛନ୍ତି।ନିକଟରେ ସେ ଏକ ଫ୍ୟାଶନ୍‌ ମାଗାଜିନ୍‌ ପାଇଁ ଫଟୋ ସୁଟ୍‌ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଫଟୋ ରାଚେଲ୍‌ ମେକ୍‌ଆଡାମସ୍‌ଙ୍କୁ ଏକ ବିବାଦୀୟ ରୂପରେ ଦେଖିବାକୁ ମିଳିଛି। ମଡେଲ୍‌ ଜଣକ କଳା ରଙ୍ଗର ଡ୍ରେସ୍‌ ଓ ବେକରେ ଡାଇମଣ୍ଡ୍‌ ହାର ପକାଇଛନ୍ତି ସତ, କିନ୍ତୁ ସେ ଏକ ବ୍ରେଷ୍ଟ୍‌ ପମ୍ପ୍‌ ପିନ୍ଧି ଏହି ଫଟୋକୁ ଉଠାଇଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ଏହି ଫଟୋ ବର୍ତ୍ତମାନ ସୋଶାଲ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ରାଚେଲ୍‌ ମେକ୍‌ଆଡାମସ୍‌ ୬ମାସ ପୂର୍ବରୁ ନିଜର ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ଏହି ଫଟୋ ସୁଟ୍‌ କରିଥିଲେ। କିନ୍ତୁ ମାଗାଜିନ୍‌ର ମୁଖ୍ୟ କ୍ଲେୟର୍‌ ରୋଥ୍‌ଷ୍ଟିନ୍‌ ବୁଧବାର ଏହି ଫଟୋକୁ ସେୟାର୍ କରିଛନ୍ତି।

ଫଟୋକୁ ସୋଶାଲ ମିଡିଆରେ ସେୟାର୍‌ କରି ରାଚେଲ୍‌ ଲେଖିଥିଲେ, “ନିଜର ସନ୍ତାନକୁ ବ୍ରେଷ୍ଟ୍‌ ଫିଡ୍‌ କରିବା ହେଉଛି ମହିଳାଙ୍କ ପାଇଁ ଏକ ସ୍ୱାଭାବିକ କାର୍ଯ୍ୟ। ନିଃଶ୍ୱାସ ବିନା ଆମେ ଯେପରି ବଞ୍ଚି ପାରିବା ନାହିଁ, ଠିକ୍‌ ସେହିପରି ବ୍ରେଷ୍ଟ୍‌ ଫିଡ୍‌ ବିନା ଜଣେ ମା’ ବଞ୍ଚି ପାରିବ ନାହିଁ। ତେଣୁ ଏଥିପାଇଁ ଜଣେ ମହିଳାଙ୍କୁ ଲଜ୍ଜିତ ହେବା କିମ୍ୱା ଭୟ କରିବାର ଆବଶ୍ୟକତା ନାହିଁ। ମହିଳାଙ୍କୁ ମଧ୍ୟ ସର୍ବ ସମ୍ମୁଖରେ ନିଜ ସନ୍ତାନକୁ ସ୍ତନ୍ୟପାନ କରିବାର ଅଧିକାର ରହିଛି। ମୋତେ ଏହା ଲାଗୁନାହିଁ ଯେ, ଏହାକୁ କୌଣସି ବ୍ୟକ୍ତିଙ୍କୁ ବୁଝାଇବାର ଆବଶ୍ୟକତା ରହିଛି। ବର୍ତ୍ତମାନ ସମାଜରୁ ଲୋକଙ୍କର ମନୋଭାବ ଓ ଧାରଣା ପରିବର୍ତ୍ତନ କରିବାର ସମୟ ଆସିଯାଇଛି। ସ୍ତନ୍ୟପାନ ହେଉଛି ଏକ ପ୍ରାକୃତିକ ଓ ସ୍ୱାଭାବିକ ପ୍ରକ୍ରିୟା,ଏକଥା ଲୋକମାନେ ବୁଝିବା ଦରକାର।

ରାଚେଲ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋ ପୋଷ୍ଟ୍ କରିବା ପରେ ପରେ ତାଙ୍କୁ ୪୯ହଜାର ଲାଇକ୍ ମିଳିଥିଲା। କିଛି ୟୁଜର୍‌ ତାଙ୍କର ମାତୃତ୍ୱକୁ ସମର୍ଥନ କରି ପ୍ରଶଂସା କରିବା ସହିତ କିଛି ୟୁଜର୍‌ ଏଭଳି ଫଟୋର ନିନ୍ଦା କରିଛନ୍ତି।

ଜଣେ ୟୁଜର୍‌ ଲେଖିଛନ୍ତି, “ଏହି ଫଟୋ ପୋଷ୍ଟ୍ କରିଥିବାକୁ ଧନ୍ୟବାଦ। ମୁଁ ବର୍ତ୍ତମାନ ସାତ ମାସର ଗର୍ଭବତୀ ଅଛି। ମୋତେ ବ୍ୟକ୍ତିଗତ ଭାବରେ ମୋର ସନ୍ତାନକୁ ସ୍ତନ୍ୟପାନ କରିବା ପାଇଁ ପରାମର୍ଶ ଦିଆଯାଇଛି। କିନ୍ତୁ ତୁମର ଏହି ଫଟୋ ମୋତେ ଭବିଷ୍ୟତରେ ସାହସ ଓ ବଳ ପ୍ରଦାନ କରିବ।

ସେହିପରି କିଛି ଦିନ ପୂର୍ବରୁ ଭାରତରେ ମଧ୍ୟ ସ୍ୱାଭାବିକ ଭାବରେ ନିଜର ସନ୍ତାନକୁ ସ୍ତନ୍ୟପାନ କରାଇବା ପାଇଁ ଏକ କ୍ୟାମ୍ପେନ୍‌ ଆରମ୍ଭ ହୋଇଥିଲା। ଲୋକପ୍ରିୟ ମାଲାୟାଲାମ୍‌ ମାଗାଜିନ୍‌ ‘ଗୃହଲକ୍ଷ୍ମୀ’ର କଭର୍‌ ପେଜ୍‌ରେ ଅଭିନେତ୍ରୀ ଗିଲୁ ଯୋଶେଫ୍‌ଙ୍କୁ ସ୍ତନ୍ୟପାନ କରାଇଉଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ସେହି ସମୟରେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା।

ପ୍ରଥମଥର ପାଇଁ କୌଣସି ଭାରତୀୟ ମାଗାଜିନ୍‌ରେ ଏପରି ଫଟୋ ଦେଖିବାକୁ ମିଳିଥିଲା। ଯେଉଁ ଫଟୋ ଦ୍ରୁତ ଗତିରେ ଭାଇରାଲ୍‌ ହୋଇଥିଲା। ଏହି ଫଟୋଟି “Breastfeed Freely,” କ୍ୟାମ୍ପେନ୍‌ ପାଇଁ ସୁଟ୍‌ କରାଯାଇଥିଲା।



from Odisha Reporter http://bit.ly/2LswaBL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages