ଏମ୍‌ସ ଡାକ୍ତର ଏମିତି ଏଡ଼ାଇ ଦେଇଥିଲେ ବାଜପେୟୀ ଜୀଙ୍କ ଜେଲଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ଏମ୍‌ସ ଡାକ୍ତର ଏମିତି ଏଡ଼ାଇ ଦେଇଥିଲେ ବାଜପେୟୀ ଜୀଙ୍କ ଜେଲଯାତ୍ରା

vajpayee-123

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ। ଏହି ଅବସରରେ ଆସନ୍ତୁ ଜାଣିବା ଏମ୍‌ସର ଡାକ୍ତର କେମିତି ଏହି ମହାନ ନେତାଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ଜରୁରୀକାଳୀନ ପରିସ୍ଥିତିରେ ତାଙ୍କ ଗିରଫଦାରୀକୁ ଏଡ଼ାଇ ଦେଇଥିଲେ।

୧୯୭୫ ମସିହା ଜୁନ୍‌ ୨୫ ତାରିଖ। ଏହି ଦିନ ଇନ୍ଦିରା ଗାନ୍ଧି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହାପରେ ଚାରିଆଡେ ବିରୋଧୀ ଦଳର ନେତାମାନେ ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ। ବାଜପେୟୀ ମଧ୍ୟ ଇନ୍ଦିରା ଗାନ୍ଧିଙ୍କ ଏହି ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଫଳରେ ବାଜପେୟୀ ଗିରଫ ହେବାର ସମ୍ଭାବନା ବଢ଼ି ଯାଇଥିଲା।

ଜରୁରୀକାଳୀନ ସ୍ଥିତି ଘୋଷଣା ସମୟରେ ବାଜପେୟୀ ବେଙ୍ଗାଲୁରୁରେ ଥିଲେ। ଏହି ସମୟରେ ତାଙ୍କ ସହ ସହଯୋଗୀ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଥିଲେ। ଏହି ଦୁଇ ନେତା ବେଙ୍ଗାଲୁରୁରେ  ଏମ୍‌ଏଲ୍‌ଏ ହଷ୍ଟେଲରେ ରହୁଥିଲେ। ୨୬ ତାରିଖ ସକାଳୁ ଆଡଭାନୀ ଆସି ବାଜପେୟୀଙ୍କୁ କହିଥିଲେ ଜୟପ୍ରକାଶ ନାରାୟଣଙ୍କ ସମେତ ଅନେକ ନେତା ଗିରଫ ହୋଇଛନ୍ତି। ଏହା ଶୁଣିବା ପରେ ବାଜପେୟୀଙ୍କ ମୁହଁରେ ସନ୍ତୁଷ୍ଟି ଦେଖିବାକୁ ମିଳିଥିଲା। ଯାହା ଦେଖି ଆଡଭାନୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଡଭାନୀଙ୍କ ପାଖରୁ ସବୁ ଶୁଣିବା ପରେ ବାଜପେୟୀ କହିଥିଲେ ‘ମୁଁ ବି ଗିରଫ ହେବି’।

ବାଜପେୟୀ ସକାଳୁ ଉଠି ଜଳଖିଆ ଖାଇବାକୁ ଯିବା ବେଳକୁ ଆଡଭାନୀ ଜଳଖିଆ ଖାଉଥିଲେ। ଉଭୟ ଏକାଠି ବସି ଜଳଖିଆ ଖାଉଥିବା ବେଳେ ପୁଲିସ୍‌ ସେଠାରେ ପହଞ୍ଚି ଯାଇଥିଲା। ଉଭୟ ନେତା ଜଳଖିଆ ଖାଇବା ପରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା।

ଉଭୟଙ୍କୁ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲ୍‌ରେ ରଖାଯାଇଥିଲା। ଜେଲ୍‌ରେ ରହିବାର କିଛି ଦିନ ପରେ ବାଜପେୟୀଙ୍କ ପିଠିରେ ଯନ୍ତ୍ରଣା ହୋଇଥିଲା। ଏହାସହ ପେଟରେ ମଧ୍ୟ ସଂକ୍ରମଣ ହୋଇଥିଲା। ଜେଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ବାଜପେୟୀଙ୍କ ପିଠି ଯନ୍ତ୍ରଣା କମିବାର ନାଁ ନେଉ ନଥିଲା।

କିଛି ଦିନ ପରେ ଜଣାପଡ଼ିଥିଲା ଯେ ବାଜପେୟୀଙ୍କୁ ସ୍ଲିପ ଡିସ୍କ ହୋଇଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଦିଲ୍ଲୀ ସ୍ଥିତ ତାଙ୍କ ଘରକୁ ସ୍ଥାନାନ୍ତର  କରାଯାଇଥିଲା। ସେଠାରେ ସେ ନଜରବନ୍ଦୀ ହୋଇ ରହିଥିଲେ।

ଦିଲ୍ଲୀ ସ୍ଥାନାନ୍ତର ହେବା ପରେ ମଧ୍ୟ ତାଙ୍କ ରୋଗ ବଢ଼ି ଚାଲିଥିଲା। ଏହାପରେ ସରକାର ତାଙ୍କୁ ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ତଥା ଏମ୍‌ସରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅପରେସନ୍ କରାଯାଇଥିଲା। ଧୀରେ ଧୀରେ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଠିକ୍ ହେଉଥିଲା। ଏହି ସମୟ ମଧ୍ୟରେ ଏମ୍‌ସରେ ଡାକ୍ତରମାନଙ୍କ ସହ ବାଜପେୟୀଙ୍କ ଘନିଷ୍ଠତା ଆସି ଯାଇଥିଲା। ତାଙ୍କ ବ୍ୟବହାର ଓ ବ୍ୟକ୍ତିତ୍ୱରେ ଡାକ୍ତରମାନେ ଏତେ ପ୍ରଭାବିତ ହୋଇଥିଲେ ଯେ, ତାଙ୍କୁ ପୁଣି ଥରେ ଜେଲ୍‌ ଯିବାକୁ ନଦେବାକୁ ନାନା ଉପାୟ ଆପଣାଇଥିଲେ।

ବାଜପେୟୀ ଜୀ ସୁସ୍ଥ ହେଉଥିଲେ ବି ଡାକ୍ତରୀ ଟିମ୍‌ ଏହାକୁ ଲୁଚାଇବା ସହ ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ନଥିବା ଦର୍ଶାଉଥିଲେ। ଏପରିକି ସେ ଏବେ ମେଡିକାଲରୁ ଖଲାସ ହେବା ସ୍ଥିତିରେ ନଥିବା କହି ତାଙ୍କୁ ଡିସ୍‌ଚାର୍ଜ କରୁ ନଥିଲେ। ଫଳରେ ବାଜପେୟୀ ଜୀଙ୍କୁ ଜେଲ ପଠାଇବାକୁ ଚାହିଁ ବସିଥିବା ପୁଲିସ୍‌କୁ ଦିନ ଗଣିବାକୁ ପଡ଼ିଥିଲା।

 



from Odisha Reporter http://bit.ly/2QPXf7B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages